Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ ପୁଣି କେବେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ?

ଭାରତ-ପାକିସ୍ତାନ ଟକ୍କର ସବୁବେଳେ ଚର୍ଚ୍ଚାରେ ରହିଥାଏ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଖେଳ ଦେଖିବା ପାଇଁ ସାରା ବିଶ୍ବ ଚାହିଁ ରହିଥାଏ । କ୍ରିକେଟରେ ସବୁବେଳେ ମ୍ୟାଚ ପୂର୍ବରୁ ଏବଂ ପରେ ମଧ୍ୟ ଖେଳକୁ ନେଇ ତର୍ଜମା ହୋଇଥାଏ । ପାରମ୍ପରିକ ପ୍ରତିଦ୍ବନ୍ଦୀ ହୋଇଥିବାରୁ ମ୍ୟାଚ ଦେଖିବା ପାଇଁ ସମସ୍ତେ ଇଛା ପ୍ରକାଶ କରନ୍ତି । ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସିରିଜ୍ ଖେଳା ଯାଉନଥିବାବେଳେ କେବଳ ଆଇସିସି ଇଭେଣ୍ଟରେ ଉଭୟ ଦେଶ ସାମ୍ନାସାମ୍ନା ହୋଇଥାନ୍ତି । ତେବେ ଟି-୨୦ ବିଶ୍ବକପ ୨୦୨୬ ର ଲିଗ୍ ପର୍ଯ୍ୟାୟରେ ଉଭୟ ଦେଶ ମଧ୍ୟ ମ୍ୟାଚ ହୋଇଥିବାବେଳେ ଭାରତ ବଡ଼ ବିଜୟ ହାସଲ କରିଛି । ଏବେ ସମସ୍ତଙ୍କ ନଜର ରହିଛି ଆଉ କେବେ ଭାରତକୁ ଭେଟିବ ପାକିସ୍ତାନ ।

India-Pakistan

ଗୃପ-ଏ ରେ ରହିଥିବା ଭାରତ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯାଇଥିଲା ହାଇଭୋଲଟେଜ୍ ମ୍ୟାଚ୍ । ଏହି ମ୍ୟାଚରେ ଭାରତ ୬୧ ରନରେ ବିଜୟୀ ହୋଇଥିବାବେଳେ ସିଧା ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଭାରତ ସୁପର-୮ରେ ନିଜର ସ୍ଥାନ ପକ୍କା କରିଥିବାବେଳେ ପାକିସ୍ତାନକୁ ଅନ୍ତିମ ମ୍ୟାଚକୁ ଅପେକ୍ଷା କରିବାକୁ ପଡ଼ିବ । ନାମିବିୟା ବିପକ୍ଷରେ ପାକିସ୍ତାନ ଶେଷ ମ୍ୟାଚ ଖେଳିବ । ମାତ୍ର ଏବେ ସୁଦ୍ଧା ସୁପର-୮ ପାଇଁ ଏକପ୍ରକାର ପଥ ପରିସ୍କାର ହୋଇଛି । ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଦଳ ଭାବେ ନିଜର ସ୍ଥାନ ପକ୍କା କରିଥିବାବେଳେ ଯଦି ବଡ଼ ଓଲଟ ପାଲଟ ନହୁଏ ତାହେଲେ ଗୃପ-ଏ ରୁ ଭାରତ, ପାକିସ୍ତାନ, ଗୃପ-ବି ରୁ ଅଷ୍ଟେ୍ରଲିଆ, ଶ୍ରୀଲଙ୍କା , ଗୃପ୍-ସି ରୁ ଓ୍ବେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ଏହାସହ ଗୃପ-ଡିରୁ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣଆଫ୍ରିକା ସ୍ଥାନ ପକ୍କା କରିବେ ।

ସୁପର-୮ରେ ଗୃପ୍-ଏ ରେ ରହିପାରନ୍ତି ଭାରତ, ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା । ଏହାସହ ଗୃପ୍-ବି ରେ ରହିବେ ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଏବଂ ଶ୍ରୀଲଙ୍କା । ଗୋଟିଏ ଗୃପରେ ସମସ୍ତ ଦଳ ସମସ୍ତଙ୍କ ସହ ଗୋଯିଏ ଲେଖାଏଁ ମ୍ୟାଚ୍ ଖେଳିବେ । ଯେଉଁ କାରଣରୁ ଭାରତ-ପାକିସ୍ତାନ ମଧ୍ୟରେ ସୁପର-୮ରେ ଭେଟାଭେଟି ହେବାର ନାହିଁ । ମାତ୍ର ସେମିଫାଇନାଲରେ ଭେଟାଭେଟି ହେବାର ସମ୍ଭାବନା ରହିଛି । ଗ୍ରୁପ-ଏ ର ପ୍ରଥମ ଏବଂ ଗ୍ରୁପ-ବିର ଦ୍ବିତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ସେମିଫାଇନାଲ ଖେଳାଯିବ । ଯାହାକି ସମ୍ଭବ ହେବାର ସମ୍ଭାବନା ରହିଛି । ଯଦି ଏଭଳି ନହୁଏ ଉଭୟ ଦଳ ଅଲଗା ଦଳ ସହ ସେମିଫାଇନାଲ ଖେଳନ୍ତି ଆଉ ବିଜୟ ହୁଅନ୍ତି ତାହେଲେ ଫାଇନାଲରେ ଭେଟାଭେଟି ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+