ଜାଣନ୍ତୁ କିଏ ଅଧିକ ଧନୀ, ମହେନ୍ଦ୍ର ସିଂ ଧୋନି ନା ବିରାଟ କୋହଲି !
MS Dhoni And Virat Kohli Net Worth: ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲି ଦୁହେଁ କ୍ରିକେଟ୍ ଦୁନିଆର ସବୁଠୁ ପ୍ରସିଦ୍ଧ ତାରକା । ଧୋନି ନିଜର ଶାନ୍ତ କ୍ୟାପଟେନସି ଏବଂ ଅପୂର୍ବ କ୍ରିକେଟ୍ ଦକ୍ଷତା ସହିତ ଭାରତୀୟ କ୍ରିକେଟ୍ କୁ ନୂତନ ଉଚ୍ଚତାକୁ ନେଇଥିବାବେଳେ ବିରାଟ କୋହଲି ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ଫିଟନେସ୍ ପାଇଁ ବେଶ୍ ଫେମସ୍ । କ୍ରିକେଟ୍ ପଡିଆରେ ସଫଳତା ହାସଲ କରିବା ପରେ, ଉଭୟ ଖେଳାଳି ବ୍ୟବସାୟ ଜଗତରେ ପ୍ରବେଶ କରି ବହୁ ନାମ ଅର୍ଜନ କରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଏମଏସ ଧୋନି ଦୁନିଆର ଦ୍ୱିତୀୟ ଧନୀ କ୍ରିକେଟର ହୋଇଥିବାବେଳେ ବିରାଟ କୋହଲି ବିଶ୍ୱର ତୃତୀୟ ଧନୀ କ୍ରିକେଟର।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, 2024 ମସିହାରେ ମହେନ୍ଦ୍ର ସିଂ ଧୋନିଙ୍କ ନେଟୱର୍ଥ ପ୍ରାୟ 127 ମିଲିୟନ୍ ଡଲାର ଅର୍ଥାତ୍ 1040 କୋଟି ଟଙ୍କା ଅଟେ। ଏଥି ସହିତ ବିରାଟ କୋହଲିଙ୍କ ନେଟୱର୍ଥ 130 ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ 1090 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। 2023 ରେ କୋହଲିଙ୍କ ସମ୍ପତ୍ତି 1019 କୋଟି ଟଙ୍କା ଥିଲା, ଯାହା ବର୍ତ୍ତମାନ 2024 ରେ ଆହୁରି ବୃଦ୍ଧି ପାଇଛି ।
ଚେନ୍ନାଇର ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ଧୋନି ଆଇପିଏଲରୁ ମୋଟ 188 କୋଟିରୁ ଅଧିକ ଆୟ କରନ୍ତି । ଧୋନିଙ୍କ ଦରମା ପ୍ରତିବର୍ଷ ପ୍ରାୟ 11.12 କୋଟି ଟଙ୍କା, ଏଥି ସହିତ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଏବଂ ତାଙ୍କୁ ପ୍ରତିବର୍ଷ 15 କୋଟି ଟଙ୍କା ଦରମା ମିଳିଥାଏ ।
ପେପସି, ରିବକ୍ ଏବଂ ଗଲ୍ଫ ଅଏଲ୍ ପରି ଅନେକ ବଡ ବ୍ରାଣ୍ଡ ସହିତ ଏମଏସ ଧୋନି ବିଜ୍ଞାପନ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଧୋନି ପ୍ରତ୍ୟେକ ବିଜ୍ଞାପନ ପାଇଁ ପ୍ରାୟ 3.5 ରୁ 6 କୋଟି ଚାର୍ଜ କରନ୍ତି ସେହିପରି ବିରାଟ କୋହଲି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଦୁନିଆରେ ଏକ ବଡ ନାମ । ଅନେକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ ଦିନକୁ 2 କୋଟି ଟଙ୍କା ଆଦାୟ କରନ୍ତି । ଏମଆରଏଫ ଏବଂ ପ୍ୟୁମା ବ୍ୟତୀତ କୋହଲି ଅଡି ଇଣ୍ଡିଆ, ଆଡିଦାସ, ପେପସି, ଗୁଗୁଲ୍ ଡୁ, ଭଳି ଅନେକ ବଡ ବ୍ରାଣ୍ଡକୁ ପ୍ରମୋଟ୍ କରନ୍ତି ।












Click it and Unblock the Notifications