IPL 2025 Retention: ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ଛାଡି ଏହି ଦଳରେ ଯୋଗ ଦେଇପାରନ୍ତି କେ ଏଲ୍ ରାହୁଲ

IPL 2025 Retention: ବର୍ତ୍ତମାନ ଚର୍ଚ୍ଚାରେ ରହିଛି IPL 2025 । ଆପିଏଲ୍ ସମସ୍ତ ଟିମ ନିଜ ପ୍ରସ୍ତୁତି ଶେଷ କରିଛି । ଗୁରୁବାର ଦିନ ସମସ୍ତ ସ୍ଥିତି କ୍ଲିୟର ହୋଇଯିବ । ହେଲେ କିଛି ଖେଳାଳୀଙ୍କୁ ଭିନ୍ନ ଭିନ୍ନ ଖବର ବର୍ତ୍ତମାନ ପ୍ରକାଶ ପାଉଛି । ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ନେଇ ଖବର ରହିଥିଲା ଯେ ଏଥର ଦଳରେ କେ .ଏଲ୍ ରାହୁଲଙ୍କୁ ସ୍ଥାନ ମିଳିବ ନାହିଁ ।

ଦଳ ମାଲିକଙ୍କ ସହ ରାହୁଲଙ୍କ ସାକ୍ଷାତ ଖବର ମଧ୍ୟ ଆସିଥିଲା । ହେଲେ ବର୍ତ୍ତମାନ ଆଉ ଏକ ଖବରକୁ ନେଇ ଚର୍ଚ୍ଚା ହେଉଛି । ବାସ୍ତବରେ ଲକ୍ଷ୍ନୌ ଟିମ୍ ରାହୁଲଙ୍କୁ ଦଳରେ ନେବା ପାଇଁ ଚେଷ୍ଟା କରୁଥିଲା ହେଲେ ରାହୁଲ ଏଥର ଦଳରୁ ବାହାରିବାର ନିଷ୍ପତ୍ତି ନେଇଥିବାର ସୂଚନା ରହିଛି ।

KL Rahul

ରାହୁଲ ନିଜେ ଦଳରେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଟିମକୁ ଛାଡିବାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ କିଛି ଦଳର ନଜର ରାହୁଲଙ୍କ ଉପରେ ରହିଛି । ବ୍ୟକ୍ତିଗତ ଏବଂ ବୃତ୍ତିଗତ କାରଣରୁ ରାହୁଲ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ଟିମ୍'କୁ ଛାଡିଥିବା ନେଇ ଚର୍ଚ୍ଚା ହେଉଛି । ଯଦି କିଛି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ କେ ଏଲ୍ ରାହୁଲ RCB'ରେ ଯୋଗ ଦେଇପାରନ୍ତି । ଦୀନେଶ କାର୍ତ୍ତିକ ଅବସର ନେଇଥିବାରୁ ଆରସିବି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଖୋଜୁଛି। ରାହୁଲଙ୍କୁ ଆରସିବିର ଅଧିନାୟକ କରାଯିବା ସମ୍ଭବ ନୁହେଁ କାରଣ କୋହଲିଙ୍କୁ ପୁଣି ଥରେ କମାଣ୍ଡ ହସ୍ତାନ୍ତର କରାଯିବା ନେଇ ଚର୍ଚ୍ଚା ହେଉଛି ।

ଆରସିବି ବ୍ୟତୀତ କେ.ଏଲ୍ ରାହୁଲଙ୍କୁ ରାଜସ୍ଥାନ ରୟାଲ୍ସରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇପାରିବ। ରାଜସ୍ଥାନ ରୟାଲ୍ସର କୋଚ୍ ହେଉଛନ୍ତି ରାହୁଲ ଦ୍ରାବିଡ, ତେଣୁ ସେ ତାଙ୍କୁ ତାଙ୍କ ପକ୍ଷରେ ଯୋଡି ପାରିବେ। ଏହା ବ୍ୟତୀତ ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ମଧଅୟ କେ ଏଲ ରାହୁଲ ସାମିଲ ହୋଇପାରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+