କାଲିଠୁ ଦ୍ୱିତୀୟ ଟେଷ୍ଟ, ରାହୁଲ ଆହତ: କିଏ କାନ୍ଧେଇବ ଭାର ?

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବାଂଲାଦେଶ ବନାମ ଭାରତ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ । ମାତ୍ର ମ୍ୟାଚ ପୂର୍ବରୁ ଆଉ ଏକ ଖବର ସାମ୍ନାକୁ ଆସିଛି ।

ଢାକା: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବାଂଲାଦେଶ ବନାମ ଭାରତ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ । ମାତ୍ର ମ୍ୟାଚ ପୂର୍ବରୁ ଆଉ ଏକ ଖବର ସାମ୍ନାକୁ ଆସିଛି । ଆହତ ହୋଇଛନ୍ତି ଦଳର କାମଚଳା ଅଧିନାୟକ କେ. ଏଲ ରାହୁଲ ।

KL Rahul

କହିରଖୁ କି, ଏହା ପୂର୍ବରୁ ରୋହିତ ଶର୍ମା ଆହତ ହୋଇଥିଲେ । ଫଳରେ ତାଙ୍କ ସ୍ଥାନରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳି ଥାନ୍ତେ କେ.ଏଲ ରାହୁଲ । ଅଭ୍ୟାସ କରୁଥିବା ବେଳେ ତାଙ୍କ ହାତରେ ବଲ୍ ବାଜିଛି । ଏନେଇ ବ୍ୟାଟିଂ କୋଚ ବିକ୍ରମ ରାଠୋର ସୂଚନା ଦେଇଛନ୍ତି । ତେଣୁ ଆସନ୍ତାକାଲି ଦଳର ଭାର ଉପ-ଅଧିନାୟକ ଚେତେଶ୍ୱର ପୂଜାରା ସମ୍ଭାଳି ପାରନ୍ତି ।

ନେଟ୍ ସେସନର ଶେଷ ଆଡ଼କୁ ରାହୁଲଙ୍କ ହାତରେ ବଲ୍ ବାଜି ଆଘାତ ଲାଗିଥିଲା। ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ତାଙ୍କୁ ବଲ୍ ପକାଉଥିବା ବେଳେ ଏହା ଘଟିଥିଲା। ବଲ୍‌ଟି ରାହୁଲଙ୍କ ଡାହାଣ ହାତରେ ବାଜିଥିଲା। ଯଦି କେ.ଏଲ୍ ରାହୁଲ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଥିବା ମ୍ୟାଚ୍ ଖେଳି ନ ପାରନ୍ତି, ତା'ହେଲେ ଏଥିରେ ଅଧିନାୟକ ଦାୟିତ୍ୱ ଚେତେଶ୍ୱର ପୂଜାରାଙ୍କ କାନ୍ଧରେ ରହିବ। କାରଣ ଏହି ସିରିଜ୍ ପାଇଁ ସେ ଉପ-ଅଧିନାୟକ ଅଛନ୍ତି । ତେବେ ରାହୁଲଙ୍କ ଆଘାତ ଗୁରୁତର ନାହିଁ ବୋଲି ବ୍ୟାଟିଂ କୋଚ ବିକ୍ରମ ରାଠୋର କହିଛନ୍ତି । ସେ କହିଛନ୍ତି, ଯେ ଡାକ୍ତରମାନେ ଏହାର ଅନୁସନ୍ଧାନ କରୁଛନ୍ତି । ଆଶା କରୁଛି ସବୁକିଛି ଠିକ ହୋଇଯିବ ।

ଉଲ୍ଲେଖଥାଉ କି, ପୂର୍ବରୁ ଆହତ ଯୋଗୁଁ ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟେଷ୍ଟରୁ ରୋହିତ ଶର୍ମାଙ୍କ ସହ ଦ୍ରୁତ ବୋଲର ନବଦୀପ ସାଇନୀ ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିଥିଲେ । ବାଂଲାଦେଶ ବିପକ୍ଷ ଦ୍ବିତୀୟ ଦିନିକିଆରେ ରୋହିତଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା । ସେହିଦିନରୁ ସେ ଠିକ୍‌ ହୋଇ ନାହାନ୍ତି । ଆଗାମୀ ୨ ମାସ ଧରି ଭାରତର ବ୍ୟସ୍ତ କାର୍ଯ୍ୟସୂଚୀ ଥିବାରୁ ରୋହିତ ସମ୍ପୂର୍ଣ୍ଣ ଫିଟ୍‌ ହେଲେ ହିଁ ଦଳକୁ‌ ଫେରି ପାରିବେ। ଅନ୍ୟପକ୍ଷରେ ସାଇନୀଙ୍କ ମାଂସପେସୀ ଟାଣି ହୋଇଥିବାରୁ ସେ ମଧ୍ୟ ଖେଳିବାକୁ ସକ୍ଷମ ନାହାନ୍ତି ।

ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟରେ ଭାରତ ୧୮୮ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲା । ଏହା ସହିତ ଦଳ ୨ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+