ସିଡନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା, ବାଦ୍ ପଡ଼ିଲେ ଏହି ଖେଳାଳି
ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଅବଶିଷ୍ଟ ଦୁଇଟି ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ବାମ ହାତ ମଣିବନ୍ଧରେ ଆଘାତ ଲାଗିଛି।
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳକୁ ଲାଗିଛି ଆଉ ଏକ ଝଟକା । ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଅବଶିଷ୍ଟ ଦୁଇଟି ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ବାମ ହାତ ମଣିବନ୍ଧରେ ଆଘାତ ଲାଗିଛି। ତେଣୁ ତାଙ୍କୁ ଟିମ୍ରୁ ବାଦ୍ ଦିଆଯାଇଥିବା ନେଇ ବିସିସିଆଇ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ବିସିସିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଶନିବାର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍ସିଜି)ରେ ଅଭ୍ୟାସ କରୁଥିବା ବେଳେ କେ.ଏଲ୍ ରାହୁଲଙ୍କ ମଣିବନ୍ଧରେ ଆଘାତ ଲାଗିଥିଲା। ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ତିନି ସପ୍ତାହ ଲାଗିବ। ସେଥିପାଇଁ ତାଙ୍କୁ ଅବଶିଷ୍ଟ ଦୁଇଟି ଟେଷ୍ଟ୍ ମ୍ୟାଚ୍ ପାଇଁ ଟିମ୍ରୁ ବାଦ୍ ଦିଆଯାଇଛି।
ରାହୁଲ ଭାରତ ଫେରି ଆସିବେ ଓ ବେଙ୍ଗାଲୁରୁ ସ୍ଥିତ ନ୍ୟାସ୍ନାଲ୍ କ୍ରିକେଟ୍ ଏକାଡେମୀରେ ସୁସ୍ଥ ଓ ଫିଟ୍ ହେବା ପର୍ଯ୍ୟନ୍ତ ରହିବେ।












Click it and Unblock the Notifications