ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ କେଏଲ ରାହୁଲ ଅଧିନାୟକ
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି।
ନିୟମିତ ଅଧିନାୟକ ଶୁବମନ୍ ଗିଲ୍ ବେକରେ ଆଘାତ କାରଣରୁ ଏହି ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତିରେ ୱିକେଟ୍ କିପର-ବ୍ୟାଟର୍ କେଏଲ୍ ରାହୁଲଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଆହତ ହେବା ପରେ ଷ୍ଟାର ୱିକେଟ୍ କିପର-ବ୍ୟାଟର୍ ଋଷଭ ପନ୍ତ ଭାରତୀୟ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଅନେକ ଦିନର ବ୍ୟବଧାନରେ ଦଳରେ ରୁତୁରାଜ ଗାୟକୱାଡଙ୍କୁ ମଧ୍ୟ ସାମିଲ କରାଯାଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦିନିକିଆ ଦଳ: ରୋହିତ ଶର୍ମା, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ତିଲକ ବର୍ମା, କେଏଲ୍ ରାହୁଲ୍ (ଅଧିନାୟକ) (ୱିକେଟ୍ କିପର), ଋଷଭ ପନ୍ତ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ରୁତୁରାଜ ଗାୟକ୍ୱାଡ, ପ୍ରସିଦ୍ଧ କ୍ରିଷ୍ଣ, ଅର୍ଶଦୀପ ସିଂହ, ଧ୍ରୁବ ଜୁରେଲ୍।












Click it and Unblock the Notifications