ଭାରତୀୟ ୱିକେଟକିପର ବନୁଛନ୍ତି 'ବେବିସିଟର୍': ପନ୍ତଙ୍କ ପରେ ରାହୁଲଙ୍କ ପାଳି !

ଫଟୋରେ କ୍ୟାପଟେନ କୋହଲି, କୋଚ୍ ରବି ଶାସ୍ତ୍ରୀ, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଚହଲ ସମସ୍ତେ ମଜା କରୁଥିବା ନଜର ଆସିଛନ୍ତି। କିନ୍ତୁ ଏହି ଫଟୋରେ କେଏଲ୍ ରାହୁଲ ପଛ ଠିଆ ହୋଇ ପିଲା କାଖେଇ ଥିବାର ନଜର ଅସୁଛନ୍ତି ।

KL Rahul Babysitter Photo Goes Viral: ୱିକେଟ ପଛରେ ବଲ ରକ୍ଷା କରୁଥିବା ବ୍ୟକ୍ତି ଆଜି ପିଲା ଖେଳାଳି । ତେବେ ଏମିତି କିଛି ଷ୍ଟୋରୀ ଦେଖିବାକୁ ମିଳିଛି କେବଳ ଭାରତୀୟ ୱିକେଟକିପରଙ୍କ ପାଖରେ । ଯୁବ ୱିକେଟକିପର ଋଷବ ପନ୍ତଙ୍କ ପରେ ଏବେ ଏହି (ବେସିସିଟର୍) babysitter ର ପାଳି ପଡିଛି କେଏଲ ରାହୁଲଙ୍କର ।

KL Rahul

ବିରାଟ କୋହଲିଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଗତକାଲି ପ୍ରଥମ ଦିନିକିଆରେ 66 ରନ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରିଛି। ଫଳରେ ଟିମ୍ ଇଣ୍ଡିଆ ପ୍ରଥମ ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ​​ଯାହାର ଫଟୋ ୟୁଜବେନ୍ଦ୍ର ଚହଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ତେବେ ଏହି ଫଟୋ ସେୟାର କରିବା ପରେ କେଏଲ୍ ରାହୁଲ ଟାର୍ଗେଟକୁ ଆସିଥିଲେ। ବାସ୍ତବରେ, ଫଟୋରେ କ୍ୟାପଟେନ କୋହଲି, କୋଚ୍ ରବି ଶାସ୍ତ୍ରୀ, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଚହଲ ସମସ୍ତେ ମଜା କରୁଥିବା ନଜର ଆସିଛନ୍ତି। କିନ୍ତୁ ଏହି ଫଟୋରେ କେଏଲ୍ ରାହୁଲ ପଛ ଠିଆ ହୋଇ ପିଲା କାଖେଇ ଥିବାର ନଜର ଅସୁଛନ୍ତି । ଯାହା ଏହେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କେହି କେହି ତ ଲେଖିଛନ୍ତି ପନ୍ତଙ୍କ ପରେ ରାହୁଲଙ୍କ ପାଳି ପଡିଛି । ତେବେ ଏହି କୁନି ଶିଶୁଟି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୁଅ ଅଗସ୍ତ୍ୟା ବୋଲି ମନେ କରାଯାଉଛି ।

Babysitter

ସୂଚନାଥାଉ କି, 2019 ଅଷ୍ଟ୍ରେଲିଆ ଗସ୍ତ ସମୟରେ ଭାରତୀୟ ୱିକେଟକିପର ଋଷବ ପନ୍ତ ଏହି ବେସିସିଟର୍ ଶବ୍ଦ ପାଇଁ ଚର୍ଚ୍ଚାକୁ ଆସିଥିଲେ । ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ ଟିମ ପେନ ପନ୍ତଙ୍କୁ ବେସିସିଟର୍ କହି ମ୍ୟାଚ ସମୟରେ ବିରକ୍ତ କରିବାକୁ ଚେଷ୍ଟା କରିଥିଲେ । ଯାହା ପରେ ପନ୍ତ ମଧ୍ୟ ପେନଙ୍କ ଦୁଇ ଝିଅଙ୍କୁ କୋଳରେ ଧରି ଫଟୋ ସେୟାର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+