ପିତା ହେବେ କେ.ଏଲ୍ ରାହୁଲ, ସୂଚନା ଦେଲେ ଆଥିୟା
KL Rahul And Atthiya Shetty: କ୍ରିକେଟର କେ.ଏଲ ରାହୁଲ ଏବଂ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛି । ଏନେଇ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସୂଚନା ଦେଲେ ଆଥିୟା ଏବଂ କେ.ଏଲ୍ ରାହୁଲ । ଏହି ସେଲିବ୍ରିଟି କପଲ୍ ପୋଷ୍ଟ ସେୟାର କରିବା ପରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଯେଉଁଥିରେ ପ୍ରଶଂସକଙ୍କର ଲାଇକ୍ କମେଣ୍ଟର ବର୍ଷା ହେଉଛି । ଅନେକ ସେଲିବ୍ରିଟି ଏବଂ ପ୍ରଶଂସକଙ୍କ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ପଠାଉଥିବାର ଦେଖିବା ପାଇଁ ମିଳୁଛି ।

ସୋସିଆଲ ମିଡିଆ ସେୟାର କରିଥିବା ପୋଷ୍ଟରେ ଉଭୟ ଲେଖିଛନ୍ତି, ଆମର ଏକ ସୁନ୍ଦର ଉପହାର ଖୁବ୍ ଶୀଘ୍ର ଆସିବା ପାଇଁ ଯାଉଛି,୨୦୨୫ରେ । ଏହି ପୋଷ୍ଟରେ ସେ ଏକ ଛୋଟ ପିଲାର ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ଏହି ଖବର ପ୍ରକାଶ ପାଇବାରେ ଅନେକ ସେଲିବ୍ରିଟି ଏବଂ ସାଧାରଣ ଲୋକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଫ୍ୟାନ୍ସ ଉଭୟଙ୍କର ଏହି ପୋଷ୍ଟକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ।












Click it and Unblock the Notifications