ପିତା ହେଲେ କ୍ରିକେଟର କେଏଲ ରାହୁଲ

KL Rahul Blessed With Baby Girl: କ୍ରିକେଟର କେଏଲ ରାହୁଲ ଏବଂ ଅଭିନେତ୍ରୀ ଆଥିୟା ସେଟ୍ଟି ପିତାମାତା ହୋଇଛନ୍ତି। ଏହି ଅଭିନେତ୍ରୀ ଆଜି ଅର୍ଥାତ୍ ୨୪ ମାର୍ଚ୍ଚରେ ଏକ ସୁନ୍ଦର ଝିଅକୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଏନେଇ ସୂଚନା ଦେଇଛନ୍ତି । ପୋଷ୍ଟଟି ଭାଇରାଲ ହେବା ପରେ ଫ୍ୟାନ୍ସ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରି ଦେଇଛନ୍ତି ।

KL Rahul

ଆଥିୟା ଶେଟ୍ଟି ଗର୍ଭବତୀ ଥିବା ନେଇ ଏହି ଦମ୍ପତି ଗତ ବର୍ଷ ନଭେମ୍ବରରେ ସୂଚନା ଦେଇଥିଲେ । ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଜିତି ଭାରତୀୟ ଦଳ ଦୁବାଇରୁ ଫେରିବା ପରଠାରୁ, ରାହୁଲ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ୍ ମିସ୍ କରି ପାରନ୍ତି ।

ବଲିଉଡ ଅଭିନେତା ଟାଇଗର ଶ୍ରଫ ଏକ ହୃଦୟ ଇମୋଜି ସେୟାର କରି ଏହି ଖୁସି ଖବର ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କୁ ଅଭିନନ୍ଦନ ଜଣାଇଥିବା ଲୋକଙ୍କ ମଧ୍ୟରେ କିଆରା ଆଡଭାନୀ, ଅର୍ଜୁନ କପୁର ଏବଂ ମୃଣାଳ ଠାକୁର ମଧ୍ୟ ସାମିଲ ଅଛନ୍ତି ।

କେଏଲ ରାହୁଲ ଏବଂ ଆଥିୟା ସେଟ୍ଟୀ ଜାନୁଆରୀ ୨୦୨୩ ରେ ବିବାହ କରିଥିଲେ। ସେମାନଙ୍କର ବିବାହ ଆଥିୟା ଶେଟ୍ଟୀଙ୍କ ବାପା ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲାସ୍ଥିତ ଫାର୍ମହାଉସରେ ହୋଇଥିଲା। ସେମାନଙ୍କ ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁମାନେ ଯୋଗ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+