ଡିସେମ୍ବରରେ ବିବାହ କରିବେ ଆଥିୟା-ରାହୁଲ !
ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ କ୍ରିକେଟର କେଏଲ୍ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟି । ଅନେକ ସମୟ ହେବ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି । ଡିସେମ୍ବର ଶେଷ କିମ୍ବା ଜାନୁଆରୀ ଆରମ୍ଭରେ ଏହି କପଲ୍ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ହେଉଛି ।
ନୂଆଦିଲ୍ଲୀ: ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ କ୍ରିକେଟର କେଏଲ୍ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟି । ଅନେକ ସମୟ ହେବ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି । ଆଥିୟା ହେଉଛନ୍ତି ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ । ବିବାହର ଭେନ୍ୟୁ ଫାଇନାଲ୍ ହୋଇ ସାରିଛି । ଏ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଡିସେମ୍ବର ଶେଷ କିମ୍ବା ଜାନୁଆରୀ ଆରମ୍ଭରେ ଏହି କପଲ୍ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ହେଉଛି ।

କିଛି ଦିନ ତଳେ ଉଭୟ ତାଙ୍କ ସମ୍ପର୍କ ନେଇ ଫ୍ୟାନ୍ସଙ୍କୁ ଜଣାଇଥିଲେ । ଏହାପରେ ତାଙ୍କ ବିବାହକୁ ନେଇ ଫ୍ୟାନ୍ସ ଉତ୍ସାହିତ ଥିଲେ। ମିଡିଆ ରିପୋର୍ଟ ଅନୁସାରେ ରାହୁଲ ଓ ଆଥିୟାଙ୍କ ବିବାହ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲରେ ନୁହେଁ ବରଂ ଖଡାଲାରେ ସୁନୀଲ ସେଟ୍ଟୀଙ୍କର ଥିବା ଜହାନ ବଙ୍ଗଳାରେ ଧୁମଧାମରେ ହେବ । ଏ ନେଇ ଭେଟେରାନ ଅଭିନେତା ସୁନୀଲ ସେଟ୍ଟୀ ସଙ୍କେତ ଦେଇଛନ୍ତି । କେବେଳ ବିବାହ ତାରିଖକୁ ଅପେକ୍ଷା ।
ଚର୍ଚ୍ଚା ହେଉଛି ରାହୁଲ ନିଜ ବ୍ୟସ୍ତ ସିଡ୍ୟୁଲରୁ ଫ୍ରି ହେବା ପରେ ବିବାହ ତାରିଖ ସ୍ଥିର ହେବ । ବିବାହ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ମୁମ୍ବାଇର ଏକ ଆଗଧାଡ଼ିର ୱେଡିଂ ଅର୍ଗାନାଇଜରକୁ ଦାୟିତ୍ୱ ଦିଆଯାଇଛି । କିଛି ଦିନ ତଳେ ଆଥିୟାଙ୍କ ବାପା ସୁନିଲ ସେଟ୍ଟୀ ସ୍ପଷ୍ଟ କରିଥିଲେ କି, ରାହୁଲ ଓ ଆଥିଆଙ୍କର ବିବାହ ହେବ । କିନ୍ତୁ ଏବେ ନୁହେଁ ପରେ। ଅଭିନେତା ଏହା ବି କହିଥିଲେ ଯେ, ବର୍ତ୍ତମାନ କେଏଲ୍ ରାହୁଲ ଲଗାତାର ବିଭିନ୍ନ ଗସ୍ତ କାରଣରୁ ବହୁତ ବ୍ୟସ୍ତ ରହୁଛନ୍ତି ଏବଂ ବିବାହ ପାଇଁ ଦୁହିଁଙ୍କ ପାଖରେ ଏବେ ସମୟ ନାହିଁ ।
କହି ରଖୁଛୁ ଯେ, ଅଭିନେତା ସୁନୀଲ ସେଟ୍ଟୀ ଏକ ସାକ୍ଷାତକାରରେ କହିଛନ୍ତି, ''କେଏଲ ରାହୁଲ ଓ ଆଥିୟା ସେଟ୍ଟୀ ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ ବିବାହ ତାରିଖ ସ୍ଥିର ହେବ । ମୋତେ ଲାଗୁଛି ରାହୁଲଙ୍କ କ୍ରିକେଟ ସୂଚୀକୁ ଦେଖି ପିଲାମାନେ ନିଷ୍ପତ୍ତି ନେବେ । ଏବେ ଏସିଆ କପ୍ ଚାଲିଛି । ଆଗକୁ ବିଶ୍ବକପ ଅଛି ଏହା ସହ ଦକ୍ଷିଣ ଆଫ୍ରିକା ଟୁର ଅଛି । ଗୋଟିଏ ଦିନରେ ବିବାହ ହୁଏନାହିଁ ତେଣୁ ପିଲାମାନଙ୍କୁ ସମୟ ମିଳିଲେ ବିବାହ କାର୍ଯ୍ୟକ୍ରମ ହେବ ।''












Click it and Unblock the Notifications