Get Updates
Get notified of breaking news, exclusive insights, and must-see stories!

ଆଇପିଏଲ: ଆଜି ପ୍ରଥମ କ୍ୱାଲିଫାୟାର, କେକେଆର ବନାମ ସନରାଇଜର୍ସ ହାଇଦ୍ରାବାଦ

ଆଜି ପ୍ରଥମ କ୍ୱାଲିଫାୟାର । ବିଜେତା ଦଳ ସିଧା ଖେଳିବ ଫାଇନାଲ । ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୂୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ ।

ଉଭୟ କୋଲକାତା ଓ ହାଇଦ୍ରାବାଦ ବ୍ୟାଟିଂରେ ଭଲ ପଦର୍ଶନ ଜାରି ରଖିଛନ୍ତି । ହାଇଦ୍ରାବାଦର ଦୁଇ ଓପନର ଟ୍ରେଭିସ୍ ହେଡ, ଅଭିଶେକ ଶର୍ମା ଜବରଦସ୍ତ ପଦର୍ଶନ କରୁଥିବା ବେଳେ କୋଲକାତାର ଓପନର ସୁନିଲ ନାରିନଙ୍କ ପଦର୍ଶକ ଚମତ୍କାର ରହିଛି ।

KKR vs SRH ପିଚ୍ ରିପୋର୍ଟ

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍ ବ୍ୟାଟରଙ୍କୁ ସାହାଯ୍ୟ କରିଥାଏ । ଆମେ ଏଠାରେ ଏକ ଉଚ୍ଚ ସ୍କୋରର ପ୍ଲେ ଅଫ୍ ମ୍ୟାଚ୍ ଆଶା କରିପାରିବା, ଦ୍ରୁତ ବୋଲରମାନେ ଡେଥ୍ ଓଭରରେ କିଛି ୱିକେଟ୍ ପାଇବେ । ଏଠାରେ ଖେଳାଯାଇଥିବା ଶେଷ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହୋଇଥିଲା, ଯେଉଁଠାରେ 11 ୱିକେଟ୍ ହରାଇ ମୋଟ 427 ରନ୍ ସ୍କୋର କରାଯାଇଥିଲା ।

KKR vs SRH ପାଣିପାଗ ରିପୋର୍ଟ

ଅହମ୍ମଦାବାଦରେ ପାଗ ବର୍ତ୍ତମାନ ଅତ୍ୟଧିକ ଗରମ ଅଟେ। ମଙ୍ଗଳବାର ସନ୍ଧ୍ୟାରେ ତାପମାତ୍ରା 42 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଯାଇପାରେ | ଏହା ବ୍ୟତୀତ ଆର୍ଦ୍ରତା ସ୍ତର 17 ପ୍ରତିଶତ ଏବଂ ପବନର ବେଗ ଘଣ୍ଟା ପ୍ରତି 13 କିଲୋମିଟର ହେବ ।

KKR vs SRH Qualifier

ତେବେ ଆଇପିଏଲ ପ୍ଲେ ଅଫ ନିୟମ ଅନୁଯାୟୀ, ଫାଇନାଲ ମୁକାବିଲା ପାଇଁ ୪ ଟି ଟିମ୍ ମଧ୍ୟରେ ଦୁଇଟି କ୍ୱାଲିଫାୟର ଏବଂ ଗୋଟିଏ ଏଲିମିନେଟର ମ୍ୟାଚ ଖେଳାଯିବ । ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଦୁଇ ଟିମ୍ କୋଲକତା-ହାଇଦ୍ରାବାଦ ପ୍ରଥମ କ୍ୱାଲିଫାୟର ଖେଳିବେ । ସେମାନଙ୍କ ମଧ୍ୟରୁ ବିଜୟୀ ଟିମ ସିଧା ଆଇପିଏଲ-୨୦୨୪ ଫାଇନାଲକୁ ଯିବ । ଆଉ ପରାଜିତ ଟିମ୍ ଏଲିମିନେଟର ମ୍ୟାଚର ବିଜେତା ଟିମ ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବେ । ଏଲିମିନେଟର ମ୍ୟାଚ ବେଙ୍ଗାଳୁରୁ-ରାଜସ୍ଥାନ ମଧ୍ୟରେ ଖେଳାଯିବ । ଦ୍ୱିତୀୟ କ୍ୱାଲିଫାୟାରର ବିଜେତା ସହ ପ୍ରଥମ କ୍ୱାଲିଫାୟରର ବିଜେତା ସିହ ଫାଇନାଲ ଖେଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+