KKR VS PBKS: ଆଜି କେକେଆର୍ ବନାମ ପଞ୍ଜାବ କିଙ୍ଗସ୍, କାହାର ପଲ୍ଲା ଭାରି ?

ଆଇପିଏଲରେ ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ଆଜି ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ସନ୍ଧ୍ୟା ୭:୩୦ ରେ କୋଲକାତାର ହୋମ ଗ୍ରାଉଣ୍ଡ ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ।

ଗତ ବର୍ଷ ଶ୍ରେୟସ୍ ଆୟର କେକେଆରକୁ ତୃତୀୟ ଆଇପିଏଲ୍ ଟାଇଟଲ ବିଜୟୀ କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଆଇପିଏଲ୍ 2025 ମେଗା ନିଲାମୀ ପୂର୍ବରୁ କେକେଆର ଫ୍ରାଞ୍ଚାଇଜ୍ ଆୟରଙ୍କୁ ରିଟେନ୍ କରିନଥିଲେ । ପରେ ପଞ୍ଜାବ ତାଙ୍କୁ କିଣି ତାଙ୍କୁ ଅଧିନାୟକ କରିଥିଲା ।

କେକେଆରର ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ କେକେଆର ଚଳିତ ସିଜନରେ ୮ ମ୍ୟାଚରୁ ମାତ୍ର ୩ ବିଜୟ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି । ପ୍ଲେ ଅଫ୍‌ରୁ ପାଖାପାଖି ବାଦ୍ ପଡ଼ିବା ପଥରେ ରହିଛି କୋକେଆର । ତେବେ ଆଉ ଗୋଟିଏ ପରାଜୟ ୪ର୍ଥ ଟାଇଟଲ ଆଶାକୁ ମାଟିରେ ମିଶାଇ ଦେବ ।

KKR VS PBKS Today KKR vs Punjab Kings

ଅନ୍ୟପକ୍ଷରେ, ଦିଲ୍ଲୀ କ୍ୟାଟିପାଲ୍ସର ପୂର୍ବତନ ପ୍ରଶିକ୍ଷକ ରିକି ପଣ୍ଟିଂଙ୍କ ତତ୍ତ୍ୱାବଧାନରେ ପଞ୍ଜାବ କିଙ୍ଗସ୍ ଦମଦାର ପ୍ରଦର୍ଶନ କରିଛି । ଆୟର ମଧ୍ଯ ଏହି ସିଜିନରେ ତିନଟି ଅର୍ଦ୍ଧଶତକ ସହ 263 ରନ୍ ସଂଗ୍ରହ କରି ପଞ୍ଜାବକୁ 8 ଟି ମ୍ୟାଚ ମଧ୍ୟରୁ 5 ଟି ବିଜୟ ହାସଲ କରାଇଛନ୍ତି । ପଏଣ୍ଟ ଟେବୁଲରେ 5 ମ ସ୍ଥାନରେ ରହିଛି । ଏହି ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବିକୁ ପରାସ୍ତ କରି ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚିବା ପାଇଁ ପଞ୍ଜାବ ନିକଟରେ ଏକ ସୁଯୋଗ ରହିଛି ।

ଏହାପୂର୍ବରୁ ଚଳିତ ସିଜିନରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ମ୍ୟାଚରେ ପଞ୍ଜାବ ଆଇପିଏଲ୍ ଇତିହାସର ସର୍ବନିମ୍ନ ସ୍କୋରକୁ ଅର୍ଥାତ୍ 111 ରେ ନାଇଟ୍ ରାଇଡର୍ସ ବିପକ୍ଷରେ ସଫଳତାର ଡିଫେଣ୍ଡ କରିଥିଲା । କେକେଆର୍ ବ୍ୟାଟର ସ୍ପିନରଙ୍କ ଜାଲରେ ପଡି ମାତ୍ର 95 ରନରେ ଅଲ୍ ଆଉଟ୍ ହୋଇଥିଲେ । ଏପଟେ କେକେଆର୍ ନିଜ ଘରେ ପ୍ରତିଶୋଧ ନେବାକୁ ଆଗ୍ରହୀ । କୋଲକାତା 2025 ରେ ଚାରୋଟି ଘରୋଇ ମ୍ୟାଚ୍ ମଧ୍ୟରୁ ତିନୋଟି ହାରିଛି ।

KKR ବନାମ PBKS ହେଡ୍ ଟୁ ହେଡ୍ ରେକର୍ଡ-

ଉଭୟ ଦଳର ହେଡ୍ ରେକର୍ଡ ଦେଖିଲେ ପଞ୍ଜାବ ଉପରେ କେକେଆର ପଲ୍ଲା ଭାରି ରହିଛି । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ 34 ଟି ମ୍ୟାଚ୍ ଖେଳାଯାଇଛି ଯେଉଁଥିରେ କେକେଆର୍ 21 ଟି ମ୍ୟାଚ୍ ଜିତିଥିବାବେଳେ ପଞ୍ଜାବ କେବଳ 13 ଟି ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଛି ।

KKR ବନାମ PBKS ପିଚ୍ ରିପୋର୍ଟ-

କୋଲକାତାର ଇଡେନ୍ ଗାର୍ଡେନ୍ସରେ ପିଚ୍ ଟାର୍ଗେଟକୁ ପିଛା କରୁଥିବା ଟିମକୁ ଅଧିକ ଲାଭ ଦେଇଥାଏ । ଆଜିର ମ୍ୟାଚରେ ଟସ୍ ଜିତିଥିବା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିବ ।

KKR ବନାମ PBKS ସମ୍ଭାବ୍ୟ ଖେଳାଳି -11

କୋଲକାତା ନାଇଟ୍ ରାଇଡର୍ସ ସମ୍ଭାବ୍ୟ ଖେଳ -11: ରହମାନୁଲ୍ଲା ଗୁରବାଜ (ୱିକେଟ୍ ରକ୍ଷକ), ସୁନୀଲ ନାରାୟଣ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ରଘୁବଂଶୀ, ଭେଙ୍କଟେଶ ଆୟର, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ମୋଇନ ଅଲି, ରାମଣଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ

ପଞ୍ଜାବ କିଙ୍ଗ୍ସ ସମ୍ଭାବ୍ୟ ଖେଳାଳି -11: ପ୍ରଭାସମ୍ରନ୍ ସିଂ, ପ୍ରିୟଙ୍କା ଆର୍ଯ୍ୟ, ଶ୍ରେୟସ୍ ଆୟର୍ (ଅଧିନାୟକ), ଜୋସ୍ ଇଂଲିସ୍ (ୱିକେଟ୍ କିପର), ନେହାଲ ୱାଡେରା, ଶଶାଙ୍କ ସିଂ, ମାର୍କସ ଷ୍ଟୋନିସ୍, ମାର୍କୋ ଜନସନ, ଜାଭିୟର୍ ବାର୍ଟଲେଟ୍, ଅର୍ଶଦୀପ ସିଂ, ଯୁଜବେନ୍ଦ୍ର ଚହଲ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+