ଆଇପିଏଲରୁ ସନ୍ୟାସ ନେଲେ କିରଣ ପୋଲାର୍ଡ, ମୁମ୍ବାଇ ଦେଲା ଗୁରୁଦାୟିତ୍ୱ
ଆଜି କିରଣ ପୋଲାର୍ଡ ଆଇପିଏଲରୁ ସନ୍ୟାସ ନେବାକୁ ଘୋଷଣା କରିଛନ୍ତି । ୧୩ ବର୍ଷ ଯାଏଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ପୋଲାର୍ଡଙ୍କୁ ଏବେ ଗୁରୁଦାୟିତ୍ୱ ମିଳିଛି ।
ନୂଆଦିଲ୍ଲୀ: ଆଗାମୀ ଆଇପିଏଲ ସିଜନ (ଆଇପିଏଲ 2023) ପାଇଁ ଡିସେମ୍ବର 23ରେ ଆୟୋଜିତ ହେବ ଆଇପିଏଲ ମିନି ଅକ୍ସନ ( ଆଇପିଏଲ ଅକ୍ସନ 2023) । ଏହା ପୂର୍ବରୁ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ନିଜର ସର୍ବପୁରାତନ ଖେଳାଳି କିରଣ ପୋଲାର୍ଡଙ୍କୁ ରିଲିଜ କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା ।

ତେବେ ଆଜି କିରଣ ପୋଲାର୍ଡ ଆଇପିଏଲରୁ ସନ୍ୟାସ ନେବାକୁ ଘୋଷଣା କରିଛନ୍ତି । ୧୩ ବର୍ଷ ଯାଏଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ପୋଲାର୍ଡଙ୍କୁ ଏବେ ଗୁରୁଦାୟିତ୍ୱ ମିଳିଛି । ଏବେ ସେ ମୁମ୍ବାଇର ବ୍ୟାଟିଂ କୋଚ ଦାୟିତ୍ୱ ତୁଲାଇବେ ।
କହିରଖୁ କି, ନଭେମ୍ବର 15 ସୁଦ୍ଧା ଫ୍ରାଞ୍ଚାଇଜ୍ ମାନଙ୍କୁ ସେମାନଙ୍କ ରିଟେନ୍ ଓ ରିଲିଜ ଖେଳାଳି ତାଲିକା ପ୍ରଦାନ କରିବାକୁ ସମୟ ସୀମା ଦେଇଥିଲା ବିସିସିଆଇ । ଯେଉଁଥିବା ପାଇଁ ବିଭିନ୍ନ ଦଳ ମାନେ ସେମାନଙ୍କର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି ।
କିରଣ ପୋଲାର୍ଡ ନିଜ ଟ୍ୱିଟରରେ ଅବସର ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଏହା ମୋ ପାଇଁ ସହଜ ନଥିଲା । ହେଲେ ଏବେ ମୁମ୍ବାଇ ସହ ଏହି ଲମ୍ବା ଯାତ୍ରା ପରେ ମୁଁ ନିଷ୍ପତ୍ତି ନେଇଛି ଏବେ ଆଉ ମୁଁ ଆଇପିଏଲ ଖେଳିବି ନାହିଁ । ଯଦି ମୁଁ ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳିବିନି ତ କାହା ସହ ବି ଖେଳିବି ନାହିଁ । ମୁମ୍ବାଇ ଅନେକ କିଛି ହାସଲ କରିଛି, ଏବେ ସେ ପରିବର୍ତ୍ତନର ରାସ୍ତାରେ ଗତି କରୁଛି । ଏହା ଇମୋସନାଲ ଗୁଡବାୟ ନୁହେଁ । କାରଣ ମୁଁ ମୁମ୍ବାଇର ବ୍ୟାଟିଂ କୋଚକୁ ସ୍ୱୀକାର କରିଛି ।
କିରଣ ପୋଲାର୍ଡ ଆରମ୍ଭକୁ ମୁମ୍ବାଇ ସହ ଜଡିତ ଅଛନ୍ତି । ୨୦୧୦ରେ ସେ ଦିଲ୍ଲୀ ବିପକ୍ଷରେ ଆଇପିଏଲରେ ଡେବ୍ୟୁ କରିଥିଲେ । ଆଉ ୨୦୨୨ରେ କୋଲକାତା ବିପକ୍ଷରେ ନିଜର ଶେଷ ମ୍ୟାଚ ଖେଳିଥିଲେ । ସେ ୧୮୯ ମ୍ୟାଚ ଖେଳି ୩,୪୧୨ ରନ କରିଥିଲେ, ଯେଉଁଥିରେ ୧୬ ଅର୍ଦ୍ଧଶତକ ସାମିଲ ଅଛି । ପୋଲାର୍ଡଙ୍କ ନାଁରେ ମୋଟ ୨୨୩ ଛକାର ରେକର୍ଡ ରହିଛି ।












Click it and Unblock the Notifications