ଆଇପିଏଲ ଭିତରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପୋଲାର୍ଡ

ଆଇପିଏଲ ଚାଲିଥିବା ସମୟରେ ୱେଷ୍ଟଇଣ୍ଡିଜ ସୁପରଷ୍ଟାର କିରଣ ପୋଲାର୍ଡ ଆଜି ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

ମୁମ୍ବାଇ: ଆଇପିଏଲ ଚାଲିଥିବା ସମୟରେ ୱେଷ୍ଟଇଣ୍ଡିଜ ସୁପରଷ୍ଟାର କିରଣ ପୋଲାର୍ଡ ଆଜି ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବର୍ତ୍ତମାନ ଆଇପିଏଲ ଖେଳିବାକୁ ଭାରତରେ ଥିବା ପୋଲାର୍ଡଙ୍କ ଏପରି ନିଷ୍ପତ୍ତି ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ୩୩ ବର୍ଷୀୟ ପୋଲାର୍ଡ ଦୀର୍ଘ ୧୫ ବର୍ଷ ହେଲା ୱେଷ୍ଟଇଣ୍ଡିଜ ପାଇଁ ଖେଳି ଆସୁଥିଲେ।

Kieron Pollard

କିରନ ପୋଲାର୍ଡ ପୋଷ୍ଟ କରି ଲେଖିଛନ୍ତି, ବହୁତ ଚିନ୍ତା କରିବା ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପାଇଁ ନିଷ୍ପତ୍ତି ନେଇଛି । ଅନେକ ଯୁବକଙ୍କ ଭଳି ମୋର ବି ଇଚ୍ଛା ଥିଲା ୱେଷ୍ଟଇଣ୍ଡିଜ ପାଇଁ କ୍ରିକେଟ ଖେଳିବା ଥିଲା । ମୁଁ ଗର୍ବର ସହ କହୁଛି ୧୫ ବର୍ଷ ଧରି ମୁଁ ୱେଷ୍ଟଇଣ୍ଡିଜ ପାଇଁ କ୍ରିକେଟ ଖେଳିଛି ।

ଅନ୍ତର୍ଜାତୀୟ କ୍ରିକେଟକୁ ପୋଲାର୍ଡ ଅଲବିଦା କହିଥିଲେ ହେଁ ଆଇପିଏଲ ଭଳି ବିଭିନ୍ନ ପ୍ରକାରର ଟି-୨୦ ଲିଗ୍‌ ଖେଳିବେ। ୨୦୧୯ ମସିହାରୁ ପୋଲାର୍ଡ ୱେଷ୍ଟଇଣ୍ଡିଜ ଟିମ୍‌ର ଦିନିକିଆ ଓ ଟି-୨୦ ଅଧିନାୟକ ଦାୟିତ୍ୱରେ ରହିଥିଲେ।

ଟି-୨୦ କ୍ରିକେଟର ଲିଜେଣ୍ଡ କୁହାଯାଇଥିବା ୩୪ ବର୍ଷିୟ ପୋଲାର୍ଡ ୱେଷ୍ଟଇଣ୍ଡିଜ ପାଇଁ ୧୨୩ଟି ଦିନିକିଆ ମ୍ୟାଚ ଖେଳିଛନ୍ତି, ସେହିପରି ୧୦୧ ଟି-୨୦ ମ୍ୟାଚ ବି ଖେଳିଛନ୍ତି । ଦିନିକିଆରେ ପୋଲାର୍ଡ ୨୭୦୬ ରନ କରିଥିବା ବେଳେ ଟି-୨୦ରେ ୧୫୬୯ ରନ କରିଛନ୍ତି । ଏବେ ପୋଲାର୍ଡ ମୁମ୍ବାଇ ପାଇଁ ଆଇପିଏଲ ଖେଳୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+