ଦୁବାଇରେ ଶାହିଦ ଆଫ୍ରିଦିଙ୍କୁ ସ୍ବାଗତ କଲେ କେରଳ ଲୋକ, ଭାରତୀୟ ସେନାକୁ କରିଥିଲେ ଅପମାନ

ଭାରତ ଓ ପାକିସ୍ତାନ ମଧ୍ୟରେ ଗତ କିଛିଦିନ ହେଲାଣି ଟେନସନ୍ ରହିଛି । ପହଲଗାମ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ଖରାପ ହୋଇଚାଲିଛି । ଏହାରି ମଧ୍ୟରେ ଦୁବାଇରୁ ଏମିତି ଏକ ଫଟୋ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଦୁବାଇର ଏକ ଇଭେଣ୍ଟରେ ଭାରତୀୟ ସମୁଦାୟ ଲୋକ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ ସ୍ବାଗତ କରିଛନ୍ତି । ଯାହାକୁ ଦେଖିବା ପରେ ଅନ୍ୟ ଭାରତୀୟ ରାଗିଯାଇଛନ୍ତି ।

ପାକିସ୍ତାନ ଆସୋସିଏସନ ଦୁବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ପାକିସ୍ତାନ କ୍ରିକେଟ ଶାହିଦ ଆଫ୍ରିଦିଙ୍କୁ ଭାରତୀୟ କେରଳ ସମୁଦାୟ ପକ୍ଷରୁ ସ୍ବାଗତ କରାଯାଇଥିଲା ।

Kerala people welcomed Shahid Afridi in Dubai in

ଏହି ଇଭେଣ୍ଟର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓ ଭାଇରଲ ହେବା ପରେ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଛି । ସୋସିଆଲ ମିଡିଆରେ ଲୋକ କହିଛନ୍ତି, ଯେଉଁ କ୍ରିକେଟର ଭାରତୀୟ ସେନା ଉପରେ ପ୍ରଶ୍ନ ଉଠାଉଛନ୍ତି, ତାଙ୍କୁ ଭାରତୀୟ ସମୁଦାୟ ସ୍ବାଗତ କରୁଛି ।

ସୂଚନାଯୋଗ୍ୟ, ନିକଟରେ ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନା ଉପରେ ପ୍ରଶ୍ନ କରିଥିଲେ ଆଫ୍ରିଦି । ଭାରତୀୟ ସେନା କେବଳ ଡରାଇବାକୁ ଚେଷ୍ଟା କରୁଛି, ସେ ଆମ ସହିତ ମୁକାବିଲା କରିପାରିବ ନାହିଁ । ଆମ ସୈନ୍ୟ ବେଶ୍ ପ୍ରଶିକ୍ଷିତ । ସେମାନଙ୍କ ସାମ୍ନାରେ ଭାରତୀୟ ସେନା କିଛି କରିପାରିବ ନାହିଁ ।

ଭାରତ- ପାକିସ୍ତାନ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଆଫ୍ରିଦିଙ୍କ ଲଗାତାର ବୟାନ ଜାରି ରହିଛି । ଭାରତ ଆତଙ୍କବାଦକୁ ପ୍ରଶୟ ଦେଉଛି । ନିଜ ଲୋକଙ୍କ ହତ୍ୟା ପାଇଁ ନିଜେ ଦାୟୀ କିନ୍ତୁ ଏହାର ଦୋଷ ପାକିସ୍ତାନକୁ ଦେଉଛି ବୋଲି କହିଥିଲେ ଆଫ୍ରିଦି । ଏହାସହିତ ପହଲଗାମ ଆତଙ୍କୀ ଆକ୍ରମଣର ପ୍ରମାଣ ମାଗିଥିଲେ । ଭାରତୀୟ ସେନାକୁ ଗାଳି ମଧ୍ୟ କରିଥିଲେ । ଏହାପରେ ଆଫ୍ରିଦିଙ୍କ ଉପରେ ସମଗ୍ର ଭାରତୀୟ ରାଗିଯାଇଥିଲେ । ଭାରତୀୟ ସରକାର ଶାହିଦ ଆଫ୍ରିଦଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଭାରତରେ ବ୍ୟାନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+