Kedar Jadhav: ବିଜେପିରେ ଯୋଗ ଦେଲେ କେଦାର ଯାଦବ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବ୍ୟାଟ୍‌ସମ୍ୟାନ୍‌ କେଦାର ରାଜନୀତିରେ ପାଦ ଥାପିଛନ୍ତି। କେଦାର ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି।

ମୁମ୍ବଇର ନରିମ୍ୟାନ୍ ପଏଣ୍ଟରେ ଥିବା ବିଜେପି ମୁଖ୍ୟାଳୟରେ ମହାରାଷ୍ଟ୍ର ବିଜେପିର ବରିଷ୍ଠ ନେତାଙ୍କ ଗହଣରେ ୪୦ ବର୍ଷ ବୟସ୍କ କେଦାର ଯାଦବ ଦଳରେ ସାମିଲ ହୋଇଛନ୍ତି ।

ବିଜେପିର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନ୍‌କୁଲେ ଓ ବରିଷ୍ଠ ନେତା ଅଶୋକ ଚୌହ୍ବାଣ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉନ୍ନତିମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି ବୋଲି କେଦାର କହିଛନ୍ତି।

ପୁଣେରେ ଜନ୍ମଗ୍ରହଣ କରିଥିବା କେଦାର ଯାଦବ ଘରୋଇ କ୍ରିକେଟ୍‌ରେ ବହୁତ ରନ୍‌ କରିଥିଲେ। ୨୦୧୩-୧୪ ରଣଜୀ ଟ୍ରଫିରେ ମହାରାଷ୍ଟ୍ର ପାଇଁ ୬ଟି ଶତକ ସହ ୮୭.୩୫ ଆଭ୍‌ରେଜରେ ୧୨୨୩ ରନ୍‌ କରିବା ପରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ସେ ୨୦୧୪‌େର ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ।

Kedar Jadhav

ସେ ଭାରତ ପାଇଁ ୭୩ଟି ଦିନିକିଆ ମ୍ୟାଚ୍‌ ଖେଳି ୪୨.୦୯ ଆଭ୍‌ରେଜରେ ୧୩୮୯ ରନ୍‌ କରିବା ସହ ୨୭ଟି ୱିକେଟ୍‌ ନେଇଥିଲେ। ୨୦୧୭ରେ ପୁଣେରେ ଇଂଲଣ୍ଡ ବିପକ୍ଷରେ କେଦାର ୭୬ ବଲ୍‌ରୁ ୧୨୦ ରନ୍‌ କରିଥିଲେ। ଦିଲ୍ଲୀ ଡେୟାରଡେଭିଲ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଚେନ୍ନଇ ସୁପର କିଙ୍ଗ୍‌ସ, ସନ୍‌ରାଇଜର୍ସ ହାଇଦରାବାଦ ଓ କୋଚି ଟସ୍କର୍ସ କେରଳ ପାଇଁ କେଦାର ଆଇପିଏଲ୍‌ ଖେଳିଛନ୍ତି। ଦୀର୍ଘ ୧୭ ବର୍ଷ କ୍ରିକେଟ୍‌ ଖେଳିବା ପରେ କେଦାର ଗତବର୍ଷ ଜୁନ୍‌ରେ ସମସ୍ତ ଫର୍ମାଟ କ୍ରିକେଟ୍‌ରୁ ଅବସର ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+