ଆଇପିଏଲ ୨୦୨୩: ବିଜୟ ପରେ ଗୁଜରାଟ ଟାଇଟନ୍ସକୁ ଝଟକା, ଆଘାତ ପାଇଁ ବାଦ ପଡିଲେ କେନ ୱିଲିୟମସନ

Kane Williamson

IPL 2023, Kane Williamson Ruled Out: ଆଇପିଏଲ ୨୦୨୩ରେ ଗୁଜରାଟ ଟାଇଟନ୍ସକୁ ଆରମ୍ଭରୁ ବଡ ଝଟକା ଲାଗିଛି । ଆଣ୍ଠୁରେ ଆଘାତ ଲାଗିବା କାରଣକୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ପୂରା ସିଜିନରୁ ବାଦ ପଡିଛନ୍ତି ।

ଗତକାଲି (ଶୁକ୍ରବାର) ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ୱିଲିୟମସନଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଆଘାତ ପରେ ୱିଲିୟମସନ ପଡ଼ିଆ ବାହାରକୁ ଯାଇଥିଲେ । ଆହତ ହୋଇ ଏବେ ପୂରା ସିଜିନରୁ ବାଦ ପଡିଛନ୍ତି ୱିଲିୟମସନ । ୨୦୨୩ ମିନି ଅକ୍ସନରେ ୱିଲିୟମସନଙ୍କୁ ୨କୋଟି ଟଙ୍କାରେ କିଣିଥିଲା ଗୁଜରାଟ ଟାଇଟନ୍ସ ।

ଫିଲ୍ଡିଂ ସମୟରେ ଆହତ ହେବା ପରେ କେନ୍ ୱିଲିୟମସନ ମ୍ୟାଚରେ ବ୍ୟାଟିଂ କରିପାରି ନଥିଲେ । ତାଙ୍କ ସ୍ଥାନରେ ସାଇ ସୁଦର୍ଶନଙ୍କୁ 'ଇମ୍ପାକ୍ଟ ପ୍ଲେୟାର' ଭାବରେ ପଡିଆକୁ ଆସିଥିଲେ । ଏହି ମ୍ୟାଚରେ ଚେନ୍ନାଇକୁ ୫ ୱିକେଟରେ ପରାସ୍ତ କରିଥିଲା ଗୁଜରାଟ ଦଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+