Get Updates
Get notified of breaking news, exclusive insights, and must-see stories!

ଦିନିକିଆ ବିଶ୍ୱକପରୁ ବାଦ୍ ପଡିପାରନ୍ତି କେନ ୱିଲିୟମସନ

Kane Williamson Injury Update: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ପାଇଁ ଆସିଛି ଖରାପ ଖବର । ଦଳର ଅଧିନାୟକ କେନ୍ ୱିଲିୟମସନ୍ ଏଥର ଦିନିକିଆ ବିଶ୍ୱକପରୁ ବାଦ୍ ପଡିପାରନ୍ତି ।

ଆଇପିଏଲ-୨୦୨୩ର ଉଦଘାଟନୀ ମ୍ୟାଚରେ କେନ୍ କ୍ୟାଚ ଧରିବାକୁ ଚେଷ୍ଟା କରି ଗୁରୁତର ଆହତ ହୋଇଥିଲେ । ଗୁଜରାଟ ପକ୍ଷରୁ ମ୍ୟାଚ୍ ଖେଳୁଥିବା ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା । ଏହି କାରଣରୁ ସେ ଆଗାମୀ ବିଶ୍ୱକପକୁ ମିସ୍ କରିପାରନ୍ତି ବୋଲି ସୂଚନା ମିଳିଛି ।

Kane Williamson

ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ଆହତ ହେବା ନ୍ୟୁଜିଲାଣ୍ଡ ଫେରି ଯାଇଛନ୍ତି । ମେଡିକାଲ ଟେଷ୍ଟ ପରେ ବର୍ତ୍ତମାନ ତାଙ୍କର ଏକ ସର୍ଜରୀ ଆବଶ୍ୟକ ହେଉଥିବା କହିଛନ୍ତି ଡାକ୍ତରୀ ଟିମ୍ । ତେବେ ଏହି ସର୍ଜରୀ ଯୋଗୁଁ ସେ କିଛି ମାସ କ୍ରିକେଟରୁ ଦୂରେଇ ରହିପାରନ୍ତି । ତେଣୁ ଦିନିକିଆ ବିଶ୍ୱକପରୁ ମଧ୍ୟ ସେ ବାଦ୍ ପତିପାରନ୍ତି ବୋଲି ଅନୁମାନ କରାଯାଉଛି ।

ନ୍ୟୁଜିଲାଣ୍ଡ କ୍ରିକେଟର ବୟାନ ମୁତାବକ, ଆସନ୍ତା ଦୁଇରୁ ତିନି ସପ୍ତାହ ଭିତରେ କେନ୍ ୱିଲିୟମସନଙ୍କ ଅପରେସନ୍ ହୋଇପାରେ । ଅପରେସନ୍ ହେବା ପରେ ତାଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ହେବ । ଏହି କାରଣରୁ ଆସନ୍ତା ଅକ୍ଟୋବର- ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପରୁ ସେ ବାଦ୍ ପଡିପାରନ୍ତି । ବିଶ୍ୱକପ୍ ବେଳକୁ ସେ ପୂରାପୂରି ଫିଟ୍ ହେବା ଅସମ୍ଭବ ଅଟେ । ତେଣୁ ଏଥର ନୂଆ ଅଧିନାୟକଙ୍କ ସହିତ ନ୍ୟୁଜିଲାଣ୍ଡ ଦିନିକିଆ ବିଶ୍ୱକପ୍ ଖେଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଏ ନେଇ ୱିଲିୟମସନ୍ କହିଛନ୍ତି ଯେ, ବର୍ତ୍ତମାନ ମୁଁ ସର୍ଜରୀ ଏବଂ ଏହାପରେ ନିଜର ଫିଟନେସ ଉପରେ ଗୁରୁତ୍ୱ ଦେଉଛି । ଏଥିପାଇଁ କିଛଇ ସମୟ ଲାଗିପାରେ, କିନ୍ତୁ ଖୁବଶୀଘ୍ର ମଇଦାନକୁ କମବ୍ୟାକ କରିବା ପାଇଁ ମୁଁ ଚେଷ୍ଟା କରିବି ।

ନ୍ୟୁଜିଲାଣ୍ଡର କୋଚ୍ ମଧ୍ୟ ସେହି ସମାନ କଥା କହିଛନ୍ତି, ତାଙ୍କ କହିବା ମୁତାବକ, ବିଶ୍ୱକପ୍ ପୂର୍ବରୁ କେନ୍ ୱିଲିୟମସନ୍ ଫିଟ୍ ହେବା ଅସମ୍ଭବ ମନେ ହେଉଛି । ହେଲେ ଆମେ ଏବେ ବି ଆଶା ଛାଡିନୁ । ତେବେ ବର୍ତ୍ତମାନର ସ୍ଥିତିକୁ ଦେଖି ଏହା କିନ୍ତୁ ଅସମ୍ଭବ ଲାଗୁଛି । ଆମ ସମସ୍ତଙ୍କର ଭାବନା କେନଙ୍କ ସହ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+