ମ୍ୟାଚ ଅଧାରେ ଅନ୍ଧାର ହୋଇଗଲା କଳିଙ୍ଗ ଷ୍ଟାଡିୟମ
ମ୍ୟାଚ ଅଧାରେ ଅନ୍ଧାର ହୋଇଗଲା କଳିଙ୍ଗ ଷ୍ଟାଡିୟମ । ଗତକାଲି ଇଣ୍ଡିଆନ୍ ସକର୍ ଲିଗରେ ଏକ ମ୍ୟାଚ୍ ଚାଲିଥିବା ବେଳେ ହଠାତ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବାରୁ ପ୍ରାୟ ୧୫ ମିନିଟ ଧରି ବ୍ୟାଘାତ ହୋଇଥିଲା ଖେଳ। ପରେ ଲାଇଟ୍ ଠିକ୍ କରିବା ପରେ ପୁଣି ମ୍ୟାଚ ଆରମ୍ଭ ହୋଇଥିଲା ।
ଭୁବନେଶ୍ୱର: ମ୍ୟାଚ ଅଧାରେ ଅନ୍ଧାର ହୋଇଗଲା କଳିଙ୍ଗ ଷ୍ଟାଡିୟମ । ଗତକାଲି ଇଣ୍ଡିଆନ୍ ସକର୍ ଲିଗରେ ଏକ ମ୍ୟାଚ୍ ଚାଲିଥିବା ବେଳେ ହଠାତ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବାରୁ ପ୍ରାୟ ୧୫ ମିନିଟ ଧରି ବ୍ୟାଘାତ ହୋଇଥିଲା ଖେଳ। ପରେ ଲାଇଟ୍ ଠିକ୍ କରିବା ପରେ ପୁଣି ମ୍ୟାଚ ଆରମ୍ଭ ହୋଇଥିଲା । ପୁରା ଷ୍ଟାଡିୟମ ଅନ୍ଧାର ହୋଇଯାଇଥିଲା ଦର୍ଶକମାନେ ମୋବାଇଲ ଲାଇଟ୍ ଜଳାଇ ବସିଥିବାର ଭିଡିଓ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଗତକାଲି ଓଡ଼ିଶା ଏଫସି ଓ ଚେନ୍ନାଇ ଏଫସି ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପ୍ରଥମେ ଗୋଟିଏ ଟାଓ୍ୱାରର ବିଦ୍ୟୁତ କଟିଯାଇଥିଲା। ପରବର୍ତ୍ତୀ ୩-୪ ମିନିଟ ମଧ୍ୟରେ ଅନ୍ୟ ସମସ୍ତ ଟାଓ୍ୱାରରେ ଲାଇନ କଟିଯାଇଥିଲା। ଯାହାଫଳରେ ୧୫ ମିନିଟ ଅନ୍ଧାର ହୋଇଯାଇଥିଲା କଳିଙ୍ଗ ଷ୍ଟାଡିୟମ। ଲାଇଟ ସଜଡ଼ା ହେବା ପରେ ପୁଣି ମ୍ୟାଚ୍ ଖେଳାଯାଇଥିଲା।
ତେବେ ଜାନୁଆରି ମାସରୁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ହେବାକୁ ଥିବା ବେଳେ ଏଭଳି ଅବ୍ୟବସ୍ଥା କ୍ରୀଡାପ୍ରେମୀଙ୍କୁ ନିରାଶ କରିଛି ।












Click it and Unblock the Notifications