କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ମେଗା ଇଭେଣ୍ଟ, ଆୟୋଜିତ ହେବ 2022 ମହିଳା ଏସୀୟ କପ
ଏସିଆନ୍ ଫୁଟବଲ୍ କନଫେଡେରେସନ୍ (ଏଏଫସି) ଶୁକ୍ରବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମକୁ ଦେଶର ଅନ୍ୟ ଦୁଇଟି ଷ୍ଟାଡିୟମ୍ ସହିତ ସମ୍ମାନଜନକ ଏଏଫସି ମହିଳା ଏସିଆନ୍ କପ୍ 2022 ଆୟୋଜନ କରିବାକୁ ମନୋନୀତ କରିଛି ।
ଭୁବନେଶ୍ବର: ଏସିଆନ୍ ଫୁଟବଲ୍ କନଫେଡେରେସନ୍ (ଏଏଫସି) ଶୁକ୍ରବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମକୁ ଦେଶର ଅନ୍ୟ ଦୁଇଟି ଷ୍ଟାଡିୟମ୍ ସହିତ ସମ୍ମାନଜନକ ଏଏଫସି ମହିଳା ଏସିଆନ୍ କପ୍ 2022 ଆୟୋଜନ କରିବାକୁ ମନୋନୀତ କରିଛି ।

ଏସୀୟ ତଥା ବିଶ୍ୱ ମହିଳା ଫୁଟବଲର କେତେକ ଶ୍ରେଷ୍ଠ ଖେଳାଳିଙ୍କ ପାଇଁ ଚରମ ପୃଷ୍ଠଭୂମି ପ୍ରଦାନ କରୁଥିବା ଏହି ଟୁର୍ନାମେଣ୍ଟ ଜାନୁୟାରୀ 20 ରୁ ଫେବୃଆରୀ 6 ପର୍ଯ୍ୟନ୍ତ ଖେଳାଯିବ ।
ଅନ୍ୟାନ୍ୟ ସ୍ଥାନ ମଧ୍ୟରେ ନାଭି ମୁମ୍ବାଇର ଡିଆଇ ପାଟିଲ ଷ୍ଟାଡିୟମ ଏବଂ ଅହମ୍ମଦାବାଦ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏହି ଗ୍ରାଣ୍ଡ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଗୁଡିକ ସେପ୍ଟେମ୍ବର 13 ରୁ 25 ମଧ୍ୟରେ ଖେଳାଯିବ । ମାଲେସିଆର କୁଆଲାଲୁମ୍ପୁରର ଏଏଫସି ହାଉସରେ ଏହି ମ୍ୟାଚ ଅନୁଷ୍ଠିତ ହେବ।
ଏଏଫ୍ଏଫ୍ ସଭାପତି ତଥା ଫିଫା ପରିଷଦ ସଦସ୍ୟ ପ୍ରଫୁଲ୍ଲ ପଟେଲ କହିଛନ୍ତି, "ଆମେ ଏଫସି ମହିଳା ଏସିଆନ୍ କପ୍ 2022 ସହିତ ନୂଆ ବର୍ଷ ଆରମ୍ଭ କରିବାକୁ ଉତ୍ସାହିତ ଅଛୁ ।












Click it and Unblock the Notifications