ଭୁବନେଶ୍ବରରେ ପୁରଷ ଜୁନିୟର ହକି ବିଶ୍ୱକପ: ଫ୍ରାନ୍ସ ବିପକ୍ଷରେ ଯାତ୍ରା ଆରମ୍ଭ କରିବ ଭାରତ

ନଭେମ୍ବର 24 ରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପୁରୁଷ ଜୁନିୟର ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡିଆ ପୁଲ୍-ବିରେ କାନାଡା, ଫ୍ରାନ୍ସ ଏବଂ ପୋଲାଣ୍ଡ ସହିତ ସ୍ଥାନିତ ହୋଇଛି।

ଭୁବନେଶ୍ବର: ନଭେମ୍ବର 24 ରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପୁରୁଷ ଜୁନିୟର ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡିଆ ପୁଲ୍-ବିରେ କାନାଡା, ଫ୍ରାନ୍ସ ଏବଂ ପୋଲାଣ୍ଡ ସହିତ ସ୍ଥାନିତ ହୋଇଛି।

junior mens hockey world cup

ବୁଧବାର ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫ୍ଆଇଏଚ୍) ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ ଆୟୋଜକ ଭାରତ ଫ୍ରାନ୍ସ ବିପକ୍ଷରେ ସନ୍ଧ୍ୟା 7.30 ରେ ଅଭିଯାନ ଆରମ୍ଭ କରିବ। ଏହାର ପରବର୍ତ୍ତୀ ପୁଲ୍ କାର୍ଯ୍ୟରେ କାନାଡା (ନଭେମ୍ବର 25) ଏବଂ ପୋଲାଣ୍ଡ (ନଭେମ୍ବର 27) କୁ ଭେଟିବ । ତେବେ 2016 ରେ ଲକ୍ଷ୍ନୌରେ ଆୟୋଜି ଶେଷ ସଂସ୍କରଣରେ ଭାରତ ଏହି ଟାଇଟଲ୍ ଜିତିଥିଲା ।

ସେହିପରି ପୁଲ୍‌-ଏରେ ବେଲ୍‌ଜିୟମ, ମାଲେସିଆ, ଦକ୍ଷିଣ ଆଫ୍ରିକା ଓ ଚିଲି, ପୁଲ୍‌-ସିରେ ନେଦରଲାଣ୍ଡ୍ସ, ସ୍ପେନ୍‌, କୋରିଆ ଓ ଆମେରିକା ଏବଂ ପୁଲ୍‌-ଡିରେ ଜର୍ମାନି, ଆର୍ଜେଣ୍ଟିନା, ପାକିସ୍ତାନ ଓ ଇଜିପ୍ଟ ରହିଛନ୍ତି। ଡିସେମ୍ବର 1 ରେ କ୍ୱାର୍ଟର ଫାଇନାଲ ଏବଂ ଡିସେମ୍ବର 3 ରେ ସେମିଫାଇନାଲ ଖେଳାଯିବ । ଫାଇନାଲ ଡିସେମ୍ବର 5 ରେ ଅନୁଷ୍ଠିତ ହେବ ।

ଏଥି ସହ ଏଫ୍‌ଆଇଏଚ୍‌ ଦକ୍ଷିଣ ଆଫ୍ରିକାରେ ଡିସେମ୍ବର ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ‌‌ହେବାକୁଥିବା ମହିଳା କନିଷ୍ଠ ବିଶ୍ବକପ୍‌ ପାଇଁ ମଧ୍ୟ ସୂଚୀ ଘୋଷଣା କରିଛି। ଏଥିରେ ଭାରତ ପୁଲ୍‌-ସି'ରେ ବି‌ଜେତା ଆର୍ଜେଣ୍ଟିନା, ଜାପାନ ଓ ରୁଷିଆ ସହ ରହିଛି। ଡିସେମ୍ବର ୬ରେ ରୁଷିଆ ବିପକ୍ଷରୁ ଭାରତ ଅଭିଯାନ ଆରମ୍ଭ କରିବ। ଏହାପରେ ‌ଡିସେମ୍ବର ୭ରେ ଆର୍ଜେଣ୍ଟିନା ଓ ଡିସେମ୍ବର ୯ରେ ଜାପାନ୍‌କୁ ଭେଟିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+