ଆଇପିଏଲ ପରି ବାୟୋ ବବଲ କଟକଣାରେ ହେବ ଜୁନିୟର ହକି ବିଶ୍ୱକପ୍

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଜୁନିଅର ହକି ବିଶ୍ୱକପ୍ ୨୪ ତାରିଖରେ ଆରମ୍ଭ ହେବ । ଏଥିରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ବାୟୋ ବବଲ ପ୍ରକ୍ରିୟା ମଧ୍ୟ ଅନୁଷ୍ଠିତ ହେବ ଟୁର୍ଣ୍ଣାମେଣ୍ଟ ।

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଜୁନିଅର ହକି ବିଶ୍ୱକପ୍ ୨୪ ତାରିଖରେ ଆରମ୍ଭ ହେବ । ଏଥିରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ବାୟୋ ବବଲ ପ୍ରକ୍ରିୟା ମଧ୍ୟ ଅନୁଷ୍ଠିତ ହେବ ଟୁର୍ଣ୍ଣାମେଣ୍ଟ । କୋଭିଡ କଟକଣାରେ ହେବ ଏହି ଟୁର୍ଣ୍ଣାମେଣ୍ଟ । ଏଥିରେ ସାମିଲ ହୋଇପାରିବେନି ଦର୍ଶକ । ଖେଳାଳୀ ଓ ଷ୍ଟାଫଙ୍କ ପ୍ରତିଦିନ ହେବ ଆରଟିପିସିଆର ଟେଷ୍ଟ ।

Hockey World Cup

ତେବେ ପ୍ରତି ଟିମ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରତି ଟିମ୍ ସହ ଗୋଟି ସଶସ୍ତ୍ର ଏସ୍କର୍ଟ ଗାଡ଼ି ଏବଂ ଜଣେ ପିଏସ୍‌ଓ ରହିବାକୁ ଥିବାବେଳେ ପାକିସ୍ତାନ ଟିମ୍ ପାଇଁ ଦୁଇଟି ସଶସ୍ତ୍ର ଏସ୍କର୍ଟ ଗାଡ଼ି ରହିବ । ଏହାସହ ପାକିସ୍ତାନ ଖେଳାଳିଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ବିମାନବନ୍ଦରରୁ ହୋଟେଲ, ହୋଟେଲରୁ ଷ୍ଟାଡିୟମକୁ ନେବା ଆଣିବା କରାଯିବ । କୀଡ଼ା ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଦାୟିତ୍ବ ବଣ୍ଟନ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ୯ଟି ହୋଟେଲରେ ୧୬ଟି ଟିମ୍ ଏବଂ ବିଭିନ୍ନ ଅଫିସିଆଲ୍ ରହିବେ । ନଭେମ୍ବର ୧୫ରୁ ଖେଳାଳିଙ୍କ ଆଗମନ ଆରମ୍ଭ ହେବାକୁ ଥିବାରୁ ବିଭିନ୍ନ ଟିମ୍‌ର ଆଗମନକୁ ନଜରରେ ରଖି ଡିସେମ୍ବର ୬ପର୍ଯ୍ୟନ୍ତ ରାଜଧାନୀର ପ୍ରାୟ ସବୁ ବଡ଼ ହୋଟେଲକୁ ବୁକିଂ କରାଯାଇଛି । ଏଥର ହୋଟେଲ ଟ୍ରାଇଡେଣ୍ଟରେ ନେଦରଲାଣ୍ଡ ଟିମ୍ ରହିବ। ଏଥିପାଇଁ ୨୬ଟି ରୁମ୍ ବୁକିଂ ହୋଇଛି । ସେହିପରି ଭିଭାନ୍ତରେ ଫ୍ରାନ୍ସ ଟିମ୍ ପାଇଁ ୨୮ଟି ରୁମ୍, ଏଚ୍‌ଏଚ୍‌ଆଇରେ ଦକ୍ଷିଣ ଆଫ୍ରିକା ଟିମ୍ ପାଇଁ ୨୪ଟି ଟିମ୍, ମେ'ଫେୟାର ଲାଗୁନରେ ଆର୍ଜେଣ୍ଟିନା ଟିମ୍ ପାଇଁ ୨୭ଟି ରୁମ୍‌, ୟୁଏସ୍‌ଏ ଟିମ୍ ପାଇଁ ୨୬ଟି ରୁମ୍, ଚିଲି ଟିମ୍ ପାଇଁ ଲେମନ୍ ଟ୍ରି ହୋଟେଲରେ ୨୬ଟି ରୁମ୍, ଜର୍ମାନି ଟିମ୍ ପାଇଁ ୨୯ଟି ରୁମ୍, ସାଣ୍ଡି ଟାୱାରରେ ସ୍ପେନ୍ ଟିମ୍ ପାଇଁ ୨୫ଟି ରୁମ୍, ବେଲଜିୟମ୍ ଟିମ୍ ପାଇଁ ୨୬ଟି ରୁମ୍, ଭାରତ ଟିମ୍ ପାଇଁ ୨୮ଟି ରୁମ୍, କ୍ରାଉନ୍‌ରେ ଇଜିପ୍ଟ ଟିମ୍ ପାଇଁ ୨୬ଟି ରୁମ୍, କାନଡା ଟିମ୍ ପାଇଁ ୨୫ଟି ରୁମ୍, ସ୍ବସ୍ତି ପ୍ରିମିୟମ୍‌ରେ ମାଲେସିଆ ଟିମ୍ ପାଇଁ ୨୮ଟି, ପାକିସ୍ତାନ ଟିମ୍ ପାଇଁ ୨୪ଟି ରୁମ୍, କୋରିଆ ଟିମ୍ ପାଇଁ ୨୩ଟି ରୁମ୍, ନିଲୟ ରେସିଡେନ୍ସିରେ ପୋଲାଣ୍ଡ ଟିମ୍ ପାଇଁ ୨୪ଟି ରୁମ୍ ବୁକିଂ ହୋଇଛି ।

ଟିମ ଗୁଡ଼ିକ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ଖେଳିବେ। କିନ୍ତୁ କିଟ୍ ଷ୍ଟାଡିୟମରେ ଅଭ୍ୟାସ କରିବେ। ଶତାଧିକ ଅନ୍ତର୍ଜାତୀୟ ଖେଳାଳି ଓଡ଼ିଶା ଆସିବାକୁ ଥିବାରୁ ଖେଳାଳିଙ୍କ ଯାତାୟତ ରାସ୍ତାକୁ ସୌନ୍ଦର୍ଯ୍ୟୀକରଣ କରାଯିବ। ଏୟାରପୋର୍ଟରୁ ହୋଟେଲକୁ ପଡ଼ିଥିବା ମୁଖ୍ୟ ରାସ୍ତା, କଳିଙ୍ଗ ଷ୍ଟାଡିୟମ ଏବଂ ଅଭ୍ୟାସ ପଡ଼ିଆ ମଧ୍ୟରେ ବିଭିନ୍ନ ସୌନ୍ଦର୍ଯ୍ୟୀକରଣ କାମ କରିବାକୁ କୁହାଯାଇଛି । ଖେଳାଳିମାନେ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ପ୍ରତି ୭୨ଘଣ୍ଟାରେ ପ୍ରତ୍ୟେକ ଟିମ୍‌, ଅଧିକାରୀ ଏବଂ ଆୟୋଜକଙ୍କ ପକ୍ଷରୁ ନିୟୋଜିତ ହୋଇଥିବା କର୍ମଚାରୀଙ୍କର କୋଭିଡ ପରୀକ୍ଷା ହେବ । ମ୍ୟାଚ୍ ଏବଂ ଅଭ୍ୟାସବେଳେ ୨ଟି ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ନିୟୋଜିତ କରାଯିବ। କୌଣସି ଖେଳାଳି ବା ସଦସ୍ୟ କୋଭିଡ ଆକ୍ରାନ୍ତ ହେଲେ ତାଙ୍କ ଚିକିତ୍ସା ପାଇଁ ଦୁଇଟି ହସ୍ପିଟାଲରେ ସ୍ବତନ୍ତ୍ର ଶଯ୍ୟା ଏବଂ ଡାକ୍ତରୀ ଟିମ୍ ବ୍ୟବସ୍ଥା କରାଯାଇଛି । ଅନ୍ତର୍ଜାତୀୟ ଖେଳାଳିଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲ, ଆୟୋଜକ ସଦସ୍ୟଙ୍କ ପାଇଁ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ବ୍ୟବସ୍ଥା ହୋଇଛି ।

ପାଞ୍ଚଦିନିଆ ଫୁଲ୍ ଷ୍ଟେଜ୍ ମ୍ୟାଚ୍ ପରେ ନଭେମ୍ବର ୩୦ ତାରିଖରୁ କ୍ଲାସିଫିକେସନ୍ ମ୍ୟାଚ୍ ଖେଳାଯିବ। ଏହା ପରେ ଡିସେମ୍ବର ୧ରେ କ୍ୱାର୍ଟରଫାଇନାଲ୍, ସେମିଫାଇନାଲ ମ୍ୟାଚ୍ ଡିସେମ୍ବର ୩ରେ ଏବଂ ଫାଇନାଲ୍ ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ।

ଭାରତ ୨୪ ତାରିଖରେ ଫ୍ରାନ୍ସ ବିପକ୍ଷ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ। ଏହା ପରେ ଭାରତ ତା'ର ଦ୍ୱିତୀୟ ମ୍ୟାଚରେ କାନାଡାକୁ ୧୫ ତାରିଖରେ ଏବଂ ୨୭ରେ ପୋଲାଣ୍ଡକୁ ଭେଟିବ। ଏହା ପୂର୍ବରୁ ୨୦୧୬ରେ ଲକ୍ଷ୍ନୌରେ ଆୟୋଜିତ ଜୁନିୟର ବିଶ୍ୱକପରେ ଭାରତ ବିଜେତା ହୋଇଥିଲା। ଭାରତ ପାଖରେ ଟାଇଟଲ୍ ବଜାୟ ରଖିବା ପାଇଁ ଭଲ ସୁଯୋଗ ରହିଛି।

  • ଭାରତୀୟ ସ୍କ୍ୱାଡ୍: ଶାରଦାନନ୍ଦ ତିୱାରୀ, ପ୍ରଶାନ୍ତ ଚୌହାନ୍ (ଗୋଲକିପର), ସଞ୍ଜୟ (ଭାଇସ୍ କ୍ୟାପଟେନ), ସୁପୀର ଚିରମାକୋ, ରାହୁଲ କୁମାର ରାଜଭର, ମନିନ୍ଦର ସିଂହ, ପବନ (ଗୋଲ କିପର), ବିଷ୍ଣୁକାନ୍ଦ ସିଂହ, ଅଙ୍କିତ ପାଲ୍, ଉତ୍ତମ ସିଂହ, ସୁନୀଲ ଜୋଜୋ, ମନଜିତ୍, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ବିବେକ ସାଗର ପ୍ରସାଦ (କ୍ୟାପଟେନ୍), ଅଭିଷେକ ଲାକ୍ରା, ଯଶଦୀପ ସିୱାଚ୍, ଗୁରମୁଖ ସିଂହ, ଆରାଇଜିତ୍ ସିଂହ ହୁନ୍ଦାଲ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+