ପୁରୁଷ ଜୁନିୟର ହକି ବିଶ୍ୱକପ: ଗୋଲ୍ ବର୍ଷା କଲା ସ୍ପେନ, ଆମେରିକାକୁ ୧୭-୦ରେ ମାତ୍ ଦେଲା
ଆଜି କଳିଙ୍ଗରେ ହକିର ଗୋଲ ବର୍ଷା । ପୁରୁଷ ଜୁନିୟର ହକି ବିଶ୍ୱକପର ଦ୍ୱିତୀୟ ଦିନରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଗୋଲ ବର୍ଷା କରିଛି ସ୍ପେନ। ସ୍ପାନିଶ ଷ୍ଟ୍ରଇକରଙ୍କ ଯାଦୁ ଆଗରେ ଧରାଶାୟୀ ହୋଇଛି ଆମେରିକା। ମ୍ୟାଚରେ ୧୭ଟି ଗୋଲ ଦେଇ ସ୍ପେନ ରେକର୍ଡ ସୃଷ୍ଟି କରିଥିବା
ଭୁବନେଶ୍ୱର: ଆଜି କଳିଙ୍ଗରେ ହକିର ଗୋଲ ବର୍ଷା । ପୁରୁଷ ଜୁନିୟର ହକି ବିଶ୍ୱକପର ଦ୍ୱିତୀୟ ଦିନରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଗୋଲ ବର୍ଷା କରିଛି ସ୍ପେନ। ସ୍ପାନିଶ ଷ୍ଟ୍ରଇକରଙ୍କ ଯାଦୁ ଆଗରେ ଧରାଶାୟୀ ହୋଇଛି ଆମେରିକା। ମ୍ୟାଚରେ ୧୭ଟି ଗୋଲ ଦେଇ ସ୍ପେନ ରେକର୍ଡ ସୃଷ୍ଟି କରିଥିବା ବେଳେ ବିପକ୍ଷ ଆମେରିକାକୁ ଗୋଟିଏ ବି ଗୋଲ କରିବାକୁ ଦେଇ ନାହିଁ । ଯାହା ଫଳରେ ସ୍ପେନ୍ ସର୍ବକାଳୀନ ଗୋଲ ସ୍କୋର କରି ନୂଆ ବିଶ୍ୱ କୀର୍ତ୍ତିମାନ କରିଛି।

ମ୍ୟାଚର ପ୍ରଥମ କ୍ୱାର୍ଟରରେ ସ୍ପେନ ୬ଟି ଗୋଲ କରିଥିବା ବେଳେ ଆମେରିକା ସ୍ପେନର ଗୋଲ ପୋଷ୍ଟ ପାଖରେ ବି ପହଞ୍ଚି ପାରି ନଥିଲା । ସେହିପରି ସ୍ପେନ୍ ଦ୍ୱିତୀୟ କ୍ୱାର୍ଟରରେ ୪ଟି, ତୃତୀୟ କ୍ୱାର୍ଟରରେ ୨ଟି ଏବଂ ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ୫ଟି ଗୋଲ କରି ମୁକାବିଲାକୁ ୧୭-୦ର ବିଶାଳ ଗୋଲ ବ୍ୟବଧାନରେ ବିଜୟ ହାସଲ କରିବା ସହ ବିଶ୍ୱକପରେ ରେକର୍ଡ ସଂଖ୍ୟକ ଗୋଲ ସ୍କୋର କରିବାରେ ନୂଆ ଇତିହାସ ସୃଷ୍ଟି କରିଛି।
ସ୍ପେନ ପାଇଁ ଗେରାର୍ଡ କ୍ଲେପ୍ସ ସର୍ବାଧିକ ୪ଟି ଗୋଲ କରିଥିଲେ। ସେ ମ୍ୟାଚର ୬ମିନିଟ, ୧୪ ମିନିଟ, ୨୯ ଓ ୩୦ ମିନିଟରେ ୪ଟି ଗୋଲ ସ୍କୋର କରିଥିଲେ। ସେହିପରି ଏଡୁଆର୍ଡ ଡି ଇଗନାସିଓ-ସିମୋ ତିନୋଟି (୨୬ମିନିଟ, ୩୧ମିନିଟ ଏବଂ ୩୭ମିନିଟ) ଗୋଲ କରିଥିଲେ ।












Click it and Unblock the Notifications