ଜୁନିୟର ହକି ବିଶ୍ୱକପ, କ୍ୱାର୍ଟର ଫାଇନାଲ ଲାଇନ୍-ଅପ: ଶେଷ ମ୍ୟାଚରେ ବେଲଜିୟମକୁ ଭେଟିବ ଭାରତ

ଶେଷ ହୋଇଛି ହକି ମହାକୁମ୍ଭର ଲିଗ୍ ପର୍ଯ୍ୟୟ ମ୍ୟାଚ । ଡିସେମ୍ବର ୧ରେ ଖେଳାଯିବ କ୍ୱାର୍ଟର ଫାଇନାଲ ଟକ୍କର । ଗୋଟିଏ ଦିନରେ ହିଁ ଚାରୋଟି କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ ।

ଭୁବନେଶ୍ବର: ଶେଷ ହୋଇଛି ହକି ମହାକୁମ୍ଭର ଲିଗ୍ ପର୍ଯ୍ୟୟ ମ୍ୟାଚ । ଡିସେମ୍ବର ୧ରେ ଖେଳାଯିବ କ୍ୱାର୍ଟର ଫାଇନାଲ ଟକ୍କର । ଗୋଟିଏ ଦିନରେ ହିଁ ଚାରୋଟି କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ ।

Junior Hockey World Cup

ଏଥିପାଇଁ କ୍ୱାର୍ଟର ଫାଇନାଲ ଲାଇନ୍-ଅପ ଚୁଡାନ୍ତ ହୋଇସାରିଛି । ଜର୍ମାନୀ, ସ୍ପେନ୍ ଏବଂ ନେଦରଲ୍ୟାଣ୍ଡ ଅନ୍ତିମ ଦିନରେ ବଡ଼ ବିଜୟ ସହିତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ସେହିପରି କର ବା ମର ମ୍ୟାଚରେ କାନାଡାକୁ ହରାଇ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଥିଲା ଭାରତ । ବୁଧାବାର ଖେଳଯିବାକୁ ଥିବା ଶେଷ କ୍ବାର୍ଟର ପାଇନାଲ ମ୍ୟାଚରେ ବେଲଜିୟମ ଭେଟିବ ଭାରତ ।

ତେବେ ରବିବାର ଖେଳାଯାଇଥିବା ହାଇଭୋଲ୍ଟେଜ୍ ମ୍ୟାଚରେ କ୍ୱାର୍ଟର ଫାଇନାଲ ଟିକେଟ୍ ହାତେଇ ପାରି ନଥିଲା ପାକିସ୍ତାନ ଦଳ । ସେହିପରି ଜର୍ମାନୀ ସେମାନଙ୍କର ଅନ୍ତିମ ଗ୍ରୁପ୍ ମ୍ୟାଚରେ ଇଜିପ୍ଟକୁ 11-0ରେ ପରାସ୍ତ କରି ଆର୍ଜେଣ୍ଟିନାଠାରୁ ଆଗରେ ଥିବା ପୁଲ୍ ଡିରେ ଟ୍ସ ସ୍ପଟ ହାତେଇଥିଲା । ଅନ୍ୟପଟେ ଆମେରିକାରୁ ବଡ ବ୍ୟବଧାନରେ ମାତ୍ ଦେଇଥିବା
ନେଦରଲ୍ୟାଣ୍ଡ ପୁଲ୍ ସି ଶୀର୍ଷ ସ୍ଥାନରେ ଲିଗ୍ ପର୍ୟ୍ୟୟ ସମାପ୍ତ କରିଥିଲା ।

ଜୁନିୟର ହକି ବିଶ୍ୱକପ କ୍ୱାର୍ଟର ଫାଇନାଲ ଲାଇନ୍-ଅପ ଏଠାରେ..

  1. ଜର୍ମାନୀ ବନାମ ସ୍ପେନ୍
  2. ନେଦରଲ୍ୟାଣ୍ଡ ବନାମ ଆର୍ଜେଣ୍ଟିନା
  3. ଫ୍ରାନ୍ସ ବନାମ ମାଲେସିଆ
  4. ବେଲଜିୟମ ବନାମ ଭାରତ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+