ଜୁନିୟର ହକି ବିଶ୍ୱକପ: କ୍ୱାର୍ଟର ଫାଇନାଲ ଟକ୍କର ବେଲଜିୟମକୁ ଭେଟିବ ଭାରତ

ବୁଧବାର ଖେଳଯିବାକୁ ଥିବା ଶେଷ କ୍ବାର୍ଟର ଫାଇନାଲ ମ୍ୟାଚରେ ବେଲଜିୟମ ଭେଟିବ ଭାରତ ।

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ଜୁନିୟର ହକି ବିଶ୍ୱକପ ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧ ତାରିଖରେକ୍ୱାର୍ଟର ଫାଇନାଲ ଟକ୍କର । ଗୋଟିଏ ଦିନରେ ହିଁ ଚାରୋଟି କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଏହି ମୁକାବିଲାର ବିଜେତା ଟିମ୍ ଅନ୍ତିମ-୪ ବା ସେମିଫାଇନାଲରେ ସ୍ଥାନ ପକ୍କା କରିବେ। ତେବେ ବୁଧବାର ଖେଳଯିବାକୁ ଥିବା ଶେଷ କ୍ବାର୍ଟର ଫାଇନାଲ ମ୍ୟାଚରେ ବେଲଜିୟମ ଭେଟିବ ଭାରତ ।

Junior Hockey World Cup

ଆସନ୍ତାକାଲି ପ୍ରଥମ କ୍ୱାର୍ଟର୍ ଫାଇନାଲ୍ ଜମାର୍ନୀ ଓ ସ୍ପେନ୍, ଦ୍ୱିତୀୟ କ୍ୱାର୍ଟର୍ ନେଦରଲ୍ୟାଣ୍ଡସ୍ ଓ ଆର୍ଜେଣ୍ଟିନା, ତୃତୀୟ କ୍ୱାର୍ଟର୍ ଫ୍ରାନ୍ସ ଓ ମାଲେସିଆ ଓ ଚତୁର୍ଥ ତଥା ଶେଷ କ୍ୱାର୍ଟର୍ ଫାଇନାଲ୍ ବେଲଜିୟମ ଓ ଆୟୋଜକ ଭାରତ ମଧ୍ୟରେ ଖେଳାଯିବ। ଶକ୍ତିଶାଳୀ ବେଲଜିୟମ ଓ ଭାରତର ମୁକାବିଲା ସନ୍ଧ୍ୟା ସାଢ଼େ ୭ଟାରେ ଅନୁଷ୍ଠିତ ହେବ।

ଜୁନିୟର ହକି ବିଶ୍ୱକପ କ୍ୱାର୍ଟର ଫାଇନାଲ ଲାଇନ୍-ଅପ ଏଠାରେ....

  1. ଜର୍ମାନୀ ବନାମ ସ୍ପେନ୍
  2. ନେଦରଲ୍ୟାଣ୍ଡ ବନାମ ଆର୍ଜେଣ୍ଟିନା
  3. ଫ୍ରାନ୍ସ ବନାମ ମାଲେସିଆ
  4. ବେଲଜିୟମ ବନାମ ଭାରତ

ଏ ସମସ୍ତ କ୍ୱାର୍ଟର ଫାଇନାଲ୍ ମଧ୍ୟରୁ ସମସ୍ତଙ୍କ ନଜର ଭାରତ ଓ ବେଲଜିୟମ ଉପରେ ରହିଛି। ଜୁନିୟର ବିଶ୍ୱକପର ସେମି ଫାଇନାଲ୍ ଟିକେଟ ପାଇଁ ହେବ କଡା ଟକ୍କର। ଡିଫେଣ୍ଡିଂ ଚାମ୍ପିୟନ ଭାରତ ଆଗରେ ରହିଛି ଡିଫେଣ୍ଡିଂ ରନର୍ସଅପ ଟିମ୍ ବେଲଜିୟମ ଚ୍ୟାଲେଞ୍ଜ। ଲକ୍ଷ୍ନୌରେ ଅନୁଷ୍ଠିତ ୨୦୧୬ ଜୁନିୟର ବିଶ୍ୱକପ ଫାଇନାଲରେ ପରାଜୟର ପ୍ରତିଶୋଧ ବେଲଜିୟମ କଳିଙ୍ଗ ଷ୍ଟାଡିୟମରେ ନେବାକୁ ଲକ୍ଷ୍ୟ ରଖିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ତା'ର ପ୍ରଥମ ମ୍ୟାଚରେ ଫ୍ରାନ୍ସ ଠାରୁ ୪-୫ ଗୋଲରେ ପରାସ୍ତ ହୋଇଥିଲା। ତେବେ କାନାଡ଼ା ଓ ପୋଲାଣ୍ଡ ବିପକ୍ଷରେ ସହଜ ବିଜୟ ହାସଲ କରି ପୁଲର ଦ୍ୱିତୀୟ ଦଳ ଭାବେ ଭାରତ କ୍ୱାର୍ଟର ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ସେପେଟ ୨ଟି ମ୍ୟାଚ ବିଜୟ ଏବଂ ଗୋଟିଏ ଡ୍ର' ରଖି ପୁଲ-ଏ'ର ଶ୍ରେଷ୍ଠ ଦଳ ଭାବେ ବେଲଜିୟମ କ୍ୱାର୍ଟର ଫାଇନାଲ୍ ଟିକେଟ କାଟିଥିଲା।

କ୍ୟାପଟେନ୍ ବିବେକ ସାଗରଙ୍କ ସମେତ ସଞ୍ଜୟ, ଉତ୍ତମ ସିଂ, ଆରାଇଜିତ ସିଂ ହୁଣ୍ଡାଲ, ଓଡ଼ିଆ ତାରକା ସୁଦୀପ ଚିରମାକୋଙ୍କ ଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ ଭାରତକୁ ସେମିକୁ ନେବାରେ ସହାୟକ ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+