ଜୁନିୟର ହକି ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇଲା ମାଲେସିଆ, ପାକିସ୍ତାନକୁ ମିଳିଲା ପ୍ରଥମ ବିଜୟ

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଆଜି ହେଉଛି ଚତୁର୍ଥ ଦିନ। ଚତୁର୍ଥ ଦିନର ପ୍ରଥମ ମ୍ୟାଚରେ ପୂର୍ବତନ ବିଶ୍ୱକପ ଚାମ୍ପିଅନ ପାକିସ୍ତାନକୁ ମିଳିଛି ପ୍ରଥମ ବିଜୟ । ସେହିପରି ଦକ୍ଷିଣ ଆଫ୍ରିକାକୁ ୪-୩ ରେ ମାତ୍‌ ଦେବା ସହ କ୍

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଆଜି ହେଉଛି ଚତୁର୍ଥ ଦିନ। ଚତୁର୍ଥ ଦିନର ପ୍ରଥମ ମ୍ୟାଚରେ ପୂର୍ବତନ ବିଶ୍ୱକପ ଚାମ୍ପିଅନ ପାକିସ୍ତାନକୁ ମିଳିଛି ପ୍ରଥମ ବିଜୟ । ସେହିପରି ଦକ୍ଷିଣ ଆଫ୍ରିକାକୁ ୪-୩ ରେ ମାତ୍‌ ଦେବା ସହ କ୍ବାର୍ଟର-ଫାଇନାଲ ନିକଟତର ହୋଇଛି ଟିମ ମାଲେସିଆ ।

Junior Hockey World Cup

ଦକ୍ଷିଣ ଆଫ୍ରିକା ବନାମ ମାଲେସିଆ

ମାଲେସିଆ ତରଫରୁ ମ୍ୟାଚ୍‌ର ୨୯ ମିନିଟରେ ପ୍ରଥମ ଗୋଲ ଦେଇଥିଲେ ଖାଲିଦ ମୁହମ୍ମଦ । ପରେ ୪୧ତମ ମିନିଟରେ କାମରୁଦ୍ଦିନ କାମରୁଲଜ଼ାମାନ, ୪୯ତମ ମିନିଟରେ ଶାମସୁଲ ଶାମୀର ଓ ୫୬ତମ ମିନିଟରେ ମୋହରମ ମୁହିବଦ୍ଦିନ ଗୋଲ୍‌ ସ୍କୋର କରିଥିଲେ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମ୍ୟାଚ୍‌ର ୩୪ତମ ମିନିଟରେ ପ୍ରଥମ ଗୋଲ କରିଥିଲେ ଅଧିନାୟକ ମୋର୍ଗନ ଗୁୟ । ପରେ ୪୮ତମ ଓ ୫୪ତମ ମିନିଟରେ କ୍ୟାମ୍ପବେଲ୍ଲ ଜାରେଡ ୨ଟି ଗୋଲ୍‌ କରିଥିଲେ । ଚିଲି ଓ ବେଲଜିୟମ ମଧ୍ୟରେ ଦିନର ଚତୁର୍ଥ ମ୍ୟାଚ୍‌ ରହିଛି ।

ପାକିସ୍ତାନ ବନାମ ଇଜିପ୍ଟ

ତେବେ ଆଜିର ଏହି ପ୍ରଥମ ମ୍ୟାଚରେ ପାକିସ୍ତାନ ୩-୧ ଗୋଲରେ ବିଜୟୀ ହୋଇଛି। ଏହା ସହିତ ପାକିସ୍ତାନ ତା'ର ପ୍ରଥମ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲ ଦୌଡ଼ରେ ରହିଛି। ଅନ୍ୟପକ୍ଷରେ ଇଜିପ୍ଟର ଏହା ହେଉଛି ଲଗାତାର ଦ୍ୱିତୀୟ ପରାଜୟ।

ପ୍ରଥମ କ୍ୱାର୍ଟରରେ କୌଣସି ଦଳକୁ ସଫଳତା ମିଳି ନଥିଲା। ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ୧୯ ମିନିଟରେ ପାକିସ୍ତାନର ରିଜୱାନ ଅଲୀ ଦଳ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ। ଏହା ପରେ ୨୨ତମ ମିନିଟ୍‌ରେ ଇଜିପ୍ଟର ଆୱାଦ ହୁସେନ ଅତି ସୁନ୍ଦର ଭାବେ ପାକିସ୍ତାନର ଡିଫେଣ୍ଡରଙ୍କୁ ଅତିକ୍ରମ କରି ଫିଲ୍ଡ ଗୋଲ ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ସ୍ଥିତି ୧-୧ ରହିଥିଲା।

ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ପାକିସ୍ତାନ ଦୁଇଟି ଗୋଲ୍ କରିବାକୁ ସକ୍ଷମ ହୋଇଥିବା ବେଳେ ଇଜିପ୍ଟ ଆଉ ଗୋଲ୍ ଦେଇ ପାରି ନଥିଲା। ମ୍ୟାଚ୍‌ର ୩୨ତମ ମିନିଟ୍‌ରେ ରିଜୱାନ ଅଲୀ ଦଳ ତରଫରୁ ପୁଣି ଏକ ଗୋଲ୍ କରିଥିଲେ। ଏହା ପରେ ୫୩ତମ ମିନିଟରେ ସେ ଆଉ ଏକ ଗୋଲ୍ ଦେଇଥିଲେ। ତିନୋଟି ଗୋଲ୍ ଦେଇ ଦଳକୁ ଜିତାଇଥିବା ରିଜୱାନ ଅଲୀଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଥିଲା। ପାକିସ୍ତାନ ତାର ତୃତୀୟ ବା ଶେଷ ଲିଗ୍ ମ୍ୟାଚ୍ ଆସନ୍ତାକାଲି ଆର୍ଜେଣ୍ଟିନା ବିପକ୍ଷରେ ଖେଳିବାକୁ ଥିବା ବେଳେ ଇଜିପ୍ଟ ସାମ୍ନା କରିବ ଜର୍ମାନୀକୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+