ପୁରୁଷ ଜୁନିୟର ହକି ବିଶ୍ୱକପ: ଆମେରିକାକୁ ବିଦା କଲା କୋରିଆ, ସ୍ପେନକୁ ହରେଇଲା ନେଦରଲାଣ୍ଡ
ପୁରୁଷ ଜୁନିୟର ହକି ବିଶ୍ୱକପର ଆଜି ତୃତୀୟ ଦିନ । ଆଜି ମ୍ୟାଚରେ ଆମେରିକା କୋରିଆ ଠାରୁ ୧-୫ରେ ହାରି କ୍ୱାର୍ଟର ଫାଇନାଲ ରେସରୁ ବାଦ୍ ପଡିଛି। ସେହିପରି ତୃତୀୟ ମ୍ୟାଚରେ ସ୍ପେନକୁ ୩-୨ ଗୋଲରେ ପରାସ୍ତ କରିଛି ନେଦରଲାଣ୍ଡ ।
ଭୁବନେଶ୍ୱର: ପୁରୁଷ ଜୁନିୟର ହକି ବିଶ୍ୱକପର ଆଜି ତୃତୀୟ ଦିନ । ଆଜି ମ୍ୟାଚରେ ଆମେରିକା କୋରିଆ ଠାରୁ ୧-୫ରେ ହାରି କ୍ୱାର୍ଟର ଫାଇନାଲ ରେସରୁ ବାଦ୍ ପଡିଛି। ସେହିପରି ତୃତୀୟ ମ୍ୟାଚରେ ସ୍ପେନକୁ ୩-୨ ଗୋଲରେ ପରାସ୍ତ କରିଛି ନେଦରଲାଣ୍ଡ ।

ଦ୍ବିତୀୟ ମ୍ୟାଚ
ଦ୍ୱିତୀୟ ମ୍ୟାଚ୍ କୋରିଆ ଏବଂ ମେରିକା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆମେରିକା କୋରିଆ ଠାରୁ ୧-୫ରେ ହାରି କ୍ୱାର୍ଟର ଫାଇନାଲ ରେସରୁ ବାଦ୍ ପଡିଛି। ପ୍ରଥମ କ୍ୱାର୍ଟର ବା ମ୍ୟାଚର ୪ ମିନିଟରେ କୋରିଆ ଦଳ ତରଫରୁ ପ୍ରଥମ ଗୋଲ ଦେଇଥିଲେ ଲି ସିଉଙ୍ଗ। ପରେ ଦ୍ୱାଦଶ ମିନିଟରେ ଜେଓଙ୍ଗ ଜୁନ ସେଓଙ୍ଗ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି କୋରିଆକୁ ୨-୦ରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ୨୭ତମ ମିନିଟରେ ଦଳୀୟ ତୃତୀୟ ଗୋଲ ସ୍କୋର ହବାଙ୍ଗ ଜିଡୋଙ୍ଗ କରିଥିଲେ। ଏଥିସହ କୋରିଆ ପ୍ରଥମାର୍ଦ୍ଧ ସୁଦ୍ଧା ୩-୦ ଗୋଲର ଅଗ୍ରଣୀ ଲାଭ କରିଥିଲା।
ତୃତୀୟ କ୍ୱାର୍ଟରରେ କୋରିଆ ୨ଟି ଓ ଆମେରିକା ଗୋଟିଏ ଗୋଲ ପରିଶୋଧ କରିଥିଲା। ୩୬ତମ ମିନିଟରେ କିମ ତାଇହୋ କୋରିଆ ପାଇଁ ଚତୁର୍ଥ ଗୋଲ୍ ଦେଇଥିଲେ। ତେବେ ପରବର୍ତ୍ତୀ ମିନିଟରେ ଆମେରିକାର ୱାଟ୍ଟ କାଜ୍ ଗୋଟିଏ ଗୋଲ୍ ଦେଇ ନିଜ ଦଳ ପାଇଁ ଖାତା ଖୋଲିଥିଲେ। ହେଲେ ଦୁଇ ମିନିଟ୍ ବ୍ୟବଧାନରେ ତାଓହୋ କିମ୍ ଆଉଏକ ଗୋଲ୍ ଦେଇ କୋରିଆକୁ ୫-୧ରେ ଆଗୁଆ କରାଇଥିଲେ।
ଚତୁର୍ଥ ତଥା ଶେଷ କ୍ୱାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ। ଫଳରେ କୋରିଆ ୪ ଗୋଲ୍ ବ୍ୟବଧାନରେ ମୁକାବିଲାକୁ ଜିତି ନେଇଥିଲା। ଆସନ୍ତା ୨୮ତାରିଖରେ କୋରିଆ ତାର ଶେଷ ଲିଗ ମ୍ୟାଚ୍ ସ୍ପେନ ବିପକ୍ଷ ରେ ଖେଳିବାକୁ ଥିବା ବେଳେ ଆମେରିକା ତାର ଶେଷ ଲିଗ ମ୍ୟାଚରେ ଶକ୍ତିଶାଳୀ ନେଦରଲ୍ୟାଣ୍ଡସର ସାମ୍ନା କରିବ।
ସ୍ପେନକୁ ହରେଇଲା ନେଦରଲାଣ୍ଡ
ସେପଟେ ତୃତୀୟ ଦିନରେ ତୃତୀୟ ମ୍ୟାଚକୁ ହାତେଇଲା ନେଦରଲାଣ୍ଡ । ୩-୨ ଗୋଲରେ ପରାସ୍ତ କଲା ସ୍ପେନକୁ। ପ୍ରଥମ ହାଫ୍ ରେ ନେଦରଲାଣ୍ଡ ୨-୦ ଗୋଲରେ ଲିଡ୍ କରୁଥିଲେ ସୁଦ୍ଧା ତୃତୀୟ କ୍ୱାଟର ରେ କମ୍ ବେକ କରିଥିଲା ସ୍ପେନ। ତୃତୀୟ କ୍ୱାଟରରେ ସ୍ପେନ ୨ ଟି ଗୋଲ୍ ସ୍କୋର କରି ନେଦରଲାଣ୍ଡ ସହିତ ବରାବର କରିଥିଲା। କିନ୍ତୁ ଶେଷ ୩ ମିନିଟରେ ନେଦରଲାଣ୍ଡ ପେନାଲଟି କର୍ଣର ଯୋଗେ ଆଉ ଏକ ଗୋଲ୍ ଦେଇ ମ୍ୟାଚରେ ଜୀତ୍ ହାସଲ କରିଛି। ଆଜିର ପରବର୍ତ୍ତୀ ମ୍ୟାଚରେ ମାଲେସିଆକୁ ଭେଟିବ ବେଲଜିୟମ ।












Click it and Unblock the Notifications