ଜୁନିଅର ହକି ବିଶ୍ୱକପ: ଚତୁର୍ଥ ସ୍ଥାନରେ ରହିଲା ଭାରତ, ବ୍ରୋଞ୍ଜ ପଦକ ଜିତିଲା ଫ୍ରାନ୍ସ

ରବିବାର ବ୍ରୋଞ୍ଜ ମେଡାଲ ମ୍ୟାଚରେ ଫ୍ରାନ୍ସଠାରୁ ୩-୧ ଗୋଲରେ ପରଜାୟ ବରଣ କରିଛି ଭାରତ। ଏହି ପରାଜୟ ସହ ଚତୁର୍ଥ ସ୍ଥାନରେ ବିଶ୍ୱକପ ଅଭିଯାନ ଶେଷ କରିଛି ଟିମ୍ ଇଣ୍ଡିଆ ।

ଭୁବନେଶ୍ୱର: ରବିବାର ବ୍ରୋଞ୍ଜ ମେଡାଲ ମ୍ୟାଚରେ ଫ୍ରାନ୍ସଠାରୁ ୩-୧ ଗୋଲରେ ପରଜାୟ ବରଣ କରିଛି ଭାରତ। ଏହି ପରାଜୟ ସହ ଚତୁର୍ଥ ସ୍ଥାନରେ ବିଶ୍ୱକପ ଅଭିଯାନ ଶେଷ କରିଛି ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ଫ୍ରାନ୍ସ ମ୍ୟାଚରେ ବିଜୟ ଲାଭ କରି ତୃତୀୟ ସ୍ଥାନରେ ବିଶ୍ୱକପ ଅଭିଯାନ ଶେଷ କରିଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ସୁଦୀପ ଚିରମାକୋ ଗୋଟିଏ ଗୋଲ ଦେଇଥିବା ବେଳେ ଫ୍ରାନ୍ସ ପକ୍ଷରୁ କ୍ୟାପଟେନ୍ ଟିମୋଥି କ୍ଲିମେଣ୍ଟ ହ୍ୟାଟ୍ରିକ୍ ଗୋଲ୍ ଦେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

Junior Hockey World Cup

ମ୍ୟାଚ ଆରମ୍ଭରୁ ହିଁ ଭାରତ ଉପରେ ଚାପ ସୃଷ୍ଟି କରିଥିଲା ଫ୍ରାନ୍ସ । ପୂରା ମ୍ୟାଚରେ ଫ୍ରାନ୍ସକୁ ୧୪ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯେଉଁଥିରୁ ଫ୍ରାନ୍ସ ୩ଟି ଗୋଲ ସ୍କୋର କରିପାରିଥିଲା । ସମସ୍ତ ଗୋଲ ଫ୍ରାନ୍ସ ଅଧିନାୟକ କ୍ଲିମେଣ୍ଟ ତିମଥି ଦେଇଥିଲେ। ଭାରତକୁ ୩ଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ବି ଏହାକୁ ଗୋଲରେ ରୂପାନ୍ତରିତ କରିପାରିନଥିଲା ଟିମ୍ ଇଣ୍ଡିଆ । ଭାରତ ତୁଳନାରେ ଫ୍ରାନ୍ସର ଆଟାକ୍ ଓ ଡିଫେନ୍ସ ଢେର ମଜଭୁତ୍ ଥିଲା। ଯେଉଁ କାରଣରୁ ଭାରତ ମାତ୍ର ଗୋଟିଏ ଗୋଲ୍ ସ୍କୋର କରିଥିଲା। ମ୍ୟାଚ୍ ଆରମ୍ଭରୁ ଭାରତ ଭଲ ପ୍ରଦର୍ଶନ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+