ଜୁନିୟର ହକି ବିଶ୍ୱକପ: ସୁଟ୍ ଆଉଟରେ ଜର୍ମାନୀ, ଶେଷ ମୁହୁର୍ତ୍ତରେ ଗୋଲ ଦେଇ ସେମିରେ ପହଞ୍ଚିଲା ଆର୍ଜେଣ୍ଟିନା

ପ୍ରଥମ ମ୍ୟାଚରେ ସୁଟ୍ ଆଉଟରେ ସ୍ପେନକୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଜର୍ମାନୀ । ସେହିପରି ଦ୍ବିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚର ୫୯ ତମ ମିନିଟରେ ଆର୍ଜେଣ୍ଟିନା ଗୋଲ ହିଟ୍ କରି ସେମି ଟିକେଟ୍ ହାତେଇଛି ।

ଭୁବନେଶ୍ବର: କଳିଙ୍ଗର କ୍ୱାର୍ଟର ଲଢେଇରେ ରୋମାଞ୍ଚକର ଟକ୍କର । ଖେଳାଯାଇଥିବା ପ୍ରଥମ ଦୁଇଟି କ୍ବାର୍ଟର ଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଛି ରୋମାଞ୍ଚକର ଲଢେଇ । ପ୍ରଥମ ମ୍ୟାଚରେ ସୁଟ୍ ଆଉଟରେ ସ୍ପେନକୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଜର୍ମାନୀ । ସେହିପରି ଦ୍ବିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚର ୫୯ ତମ ମିନିଟରେ ଆର୍ଜେଣ୍ଟିନା ଗୋଲ ହିଟ୍ କରି ସେମି ଟିକେଟ୍ ହାତେଇଛି ।

Junior Hockey World Cup

ସୁଟ୍ ଆଉଟରେ ଜର୍ମାନୀ ଜିତିଲା ଜର୍ମାନୀ

ପ୍ରଥମ କ୍ବାଟର ଫାଇନାଲରେ ମୁହାଁମୁହିଁ ହୋଇଥିଲେ ସ୍ପେନ ଏବଂ ଜର୍ମାନୀ । ମ୍ୟାଚ ଆରମ୍ଭରୁ ଉଭୟ ଦଳ ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମ କ୍ବାଟରର ୫ ମିନିଟରେ ଜର୍ମାନୀର କୁଟର କ୍ରିଷ୍ଟୋଫର ଗୋଲ ସ୍କୋର କରି ଜର୍ମାନୀକୁ ୧-୦ରେ ଆଗୁଆ କରିଥିଲା ।
ଏହାର ୬ ମିନିଟ ପରେ ଅର୍ଥାତ ୧୧ତମ ମିନିଟରେ ସ୍ପେନର ଆବାଜାଓ ଇଗ୍ନାସିଓ ଗୋଲ ସ୍କୋର କରି ମ୍ୟାଚକୁ ୧-୧ରେ ବରାବର କରିଥିଲେ । ଏହା ପରେ ୫୯ତମ ମିନିଟରେ ସ୍ପେନ ତରଫରୁ ହୋଇଥିଲା ଦ୍ବିତୀୟ ଗୋଲ । ଏହି ଗୋଲ ସହ ସ୍ପେନ ୨-୧ରେ ଆଗୁଆ ରହିଥିଲା । ତେବେ ମ୍ୟାଚର ଶେଷ ମିନିଟରେ ଜର୍ମାନୀ ଆଉ ଏକ ଗୋଲ ସ୍କୋର କରି ମ୍ୟାଚକୁ ଡ୍ର କରିଥିଲା ।

ମ୍ୟାଚର ଫଳାଫଳ ପାଇଁ ସୁଟ୍ ଆଉଟର ସହାୟତା ନିଆ ଯାଇଥିଲା। ଉଭୟ ଦଳକୁ ୪ଟି ଲେଖାଏଁ ଗୋଲ କରିବାକୁ ସୁଯୋଗ ଦିଆ ଯାଇଥିଲା। ସୁଟ୍ ଆଉଟ୍ ପାଇଁ ଜର୍ମାନୀ ନେଇଥିବା ୪ଜଣଙ୍କ ମଧ୍ୟରୁ ମାଇକେଲ ଷ୍ଟ୍ରୁଥପ୍, ହାନେସ ମୁଲର ଏବଂ ପଲ୍ ସ୍ମିଥ ଗୋଲ ଦେବାକୁ ସକ୍ଷମ ହୋଇଥିଲେ। ସେହିପରି ସ୍ପେନ ନେଇଥିବା ୪ଜଣଙ୍କ ମଧ୍ୟରୁ ଗେରାର୍ଡ କ୍ଲେପ୍ସ ଏକମାତ୍ର ଖେଳାଳି ଭାବେ ଗୋଲ ଦେବାକୁ ସକ୍ଷମ ହୋଇଥିଲେ। ଫଳରେ ଜର୍ମାନୀ ସୁଟ୍ ଆଉଟ ଜରିଆରେ ୩-୧ ଗୋଲରେ ଜିତି ସେମି ଫାଇନାଲ୍ ଟିକେଟ ଛଡାଇ ନେଲା।

ଶେଷ ମୁହୁର୍ତ୍ତରେ ଗୋଲ ଦେଇ ସେମିରେ ପହଞ୍ଚିଲା ଆର୍ଜେଣ୍ଟିନା

ସେହିପରି ଭାବରେ ଆଜିର ଦ୍ବିତୀୟ କ୍ବାଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନେଦରଲାଣ୍ଡ ଓ ଆର୍ଜେଣ୍ଟିନା । ଏହି ମ୍ୟାଚର ଆରମ୍ଭରୁ ଉଭୟ ଦଳ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ମ୍ୟାଚର ୨୪ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ କ୍ରୁଗର ଜୋକ୍ବିନ୍ ପ୍ରଥମ ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ଆଗୁଆ କରିଥିଲେ । ଏହାର ଗୋଟିଏ ମିନିଟ ପରେ ଅର୍ଥାତ ୨୫ତମ ମିନିଟରେ ନେଦରଲାଣ୍ଡ୍ସ ପକ୍ଷରୁ ବୁକେନ୍ସ ମିଲ୍ସ ଗୋଲ ସ୍କୋର କରି ମ୍ୟାଚକୁ ୧-୧ରେ ବରାବର କରିଥିଲେ । ତେବେ ମ୍ୟାଚର ୫୯ ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଅଗୋଷ୍ଟିନି ଫ୍ରାନ୍କୋ ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ବିଜୟ ଭେଟି ଦେଇଥିଲେ । ଏହି ବିଜୟ ସହ ଦ୍ବିତୀୟ ଟିମ୍ ଭାବରେ ଜୁନିଅର ବିଶ୍ବକପ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଆର୍ଜେଣ୍ଟିନା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+