For Quick Alerts
Turn On Notification  
For Daily Alerts
Oneindia App Download

ଆଜିର ଦିନରେ କ୍ରିକେଟ ଇତିହାସରେ ହିଟ ହୋଇଥିଲା ପ୍ରଥମ ଛକା, ଜାଣନ୍ତୁ କିଏ ଥିଲେ ସେ ଖେଳାଳି ?

କ୍ରିକେଟ ଖେଳ ଆରମ୍ଭ ହେବାର ଦୀର୍ଘ 21 ବର୍ଷ ପରେ ହିଟ ହୋଇଥିଲା ପ୍ରଥମ ଛକା । ଆଉ ଏହି ଛକାର ଅଧିକାରୀ ହୋଇଥିଲେ ଜଣେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ।

|

ଭୁବନେଶ୍ବର: ଫାଷ୍ଟ କ୍ଲାସ କ୍ରିକେଟରୁ ଟେଷ୍ଟ, ଦିନିକିଆ ଓ ଫଟାଫଟ ଫର୍ମାଟ ଟି-20 କ୍ରିକେଟ । ଗୋଟିଏ ଶତାବ୍ଦୀ ମଧ୍ୟରେ ଅନେକ କିଛି ପରିବର୍ତ୍ତନ ଆସି ସାରିଛି ଭଦ୍ରଲୋକଙ୍କ ଖେଳ କ୍ରିକେଟରେ । ହେଲେ ଆପଣ ଜାଣିଛନ୍ତି କି, କେଉଁଠୁ ଆରମ୍ଭ ହୋଇଥିବା ଏହି ଭଦ୍ରଲୋକଙ୍କ ଖେଳ କ୍ରିକେଟ, କ୍ରିକେଟରେ କିଏ ମାରିଥିଲେ ପ୍ରଥମ ଛକା । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, କ୍ରିକେଟ ଖେଳ ଆରମ୍ଭ ହେବାର ଦୀର୍ଘ 21 ବର୍ଷ ପରେ ହିଟ ହୋଇଥିଲା ପ୍ରଥମ ଛକା । ଆଉ ଏହି ଛକାର ଅଧିକାରୀ ହୋଇଥିଲେ ଜଣେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ । ତେବେ ଆସନ୍ତୁ ତାଙ୍କ ବିଷୟରେ ଅଧିକ ଜାଣିବା..

କ୍ରିକେଟର ପ୍ରଥମ ଛକା

ତେବେ 1877 ମସିହାରେ, ଜେମ୍ସ ଲିଲିୱାଇଟଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଆସି ଅଷ୍ଟ୍ରେଲିୟ ଏକାଦଶ ବିପକ୍ଷରେ ଏକ ମ୍ୟାଚ୍ ଖେଳିଥିଲେ । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କ୍ରିକେଟର ପ୍ରଥମ ଅଫିସିଆଲ୍ ଟେଷ୍ଟ ଭାବରେ ପରିଗଣିତ ହୁଏ । ଆଉ ଏହାର ଠିକ 21 ବର୍ଷ ପରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଜୋ ଡାର୍ଲିଂ ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମ ଛକା ମାରିଥିଲେ। 1898 ମସିହା ଆଜିର ଦିନରେ ଡାର୍ଲିଂ ଇଂଲଣ୍ଡ ବିପକ୍ଷରେ ଏକ ସଟ୍ ମାରିଥିଲେ ଯେଉଁ ମ୍ୟାଚ ଆଡିଲେଡ୍ ଓଭାଲଠାରେ ଖେଳାଯାଇଥିଲା ।

ତେବେ ସବୁଠାରୁ ମଜାଦାର କଥା ଏହା ଯେ, ଯେକୌଣସି ହିଟ୍ ସେହି ସମୟରେ ସୀମା ଅତିକ୍ରମ କରୁଥିଲା, ତାହକୁ 6 ରନ ବଦଳରେ ପାଞ୍ଚ ରନ୍ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ପରେ ଏହାକୁ 6 ରନ୍ କରିବା ପାଇଁ ନିୟମ ପରିବର୍ତ୍ତନ କରାଯାଇଥିଲା। ନଭେମ୍ବର 21, 1870 ରେ ଜନ୍ମ ହୋଇଥିବା ଡାର୍ଲିଙ୍ଗ ସେହି ମ୍ୟାଚରେ ଆଉ ଦୁଇଟି ଛକା ମାରିଥିଲେ । ଫଳରେ ଅଷ୍ଟ୍ରେଲିଆ ଏକ ଇନିଂସ ଏବଂ 13 ରନରେ ଜିତିବା ସହିତ 5 ମ୍ୟାଚ ବିଶିଷ୍ଟ ସିରିଜ 4-1ରେ ଜିତିଥିଲା । ସେହିପରି ଡାର୍ଲିଙ୍ଗ ମଧ୍ୟ ନିଜ ଶତକ ହାସଲ କରିଥିଲେ।

ଡାର୍ଲିଙ୍ଗଙ୍କ ଛକା ପରେ 1971ରେ ପ୍ରଥମ ୱାନ ଡେ ଇଣ୍ଟରନ୍ୟାସନାଲ ( ଦିନିକଆ) ଏବଂ ପରେ 2006 ରେ ଟି-20 ଫର୍ମାଟର ମୂଳଦୁଆ ପଡିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Joe Darling hit 1st six in history of cricket
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X