Get Updates
Get notified of breaking news, exclusive insights, and must-see stories!

CWG 2022: ଭାରତ ପାଇଁ ଦ୍ବିତୀୟ ସ୍ବର୍ଣ୍ଣ ଆଣିଲେ ଜେରେମି ଲାଲରିନୁଙ୍ଗା

କମନୱେଲଥ ଗେମ 2022ରେ ଭାରତକୁ ମିଳିଲା ଆଉ ଏକ ଗୋଲ୍ଡ ମେଡାଲ। 67 କେଜି ଭାରୋତ୍ତୋଳନ ଇଭେଣ୍ଟରେ ଜେରେମି ଲାଲରିନୁଙ୍ଗା ଭାରତ ପାଇଁ ଆଣିଲେ ସ୍ବର୍ଣ୍ଣ।

ବର୍ମିଂହାମ: କମନୱେଲଥ ଗେମ 2022ରେ ଭାରତକୁ ମିଳିଲା ଆଉ ଏକ ଗୋଲ୍ଡ ମେଡାଲ। 67 କେଜି ଭାରୋତ୍ତୋଳନ ଇଭେଣ୍ଟରେ ଜେରେମି ଲାଲରିନୁଙ୍ଗା ଭାରତ ପାଇଁ ଆଣିଲେ ସ୍ବର୍ଣ୍ଣ। ସେ ଫାଇନାଲ୍‌ ରାଉଣ୍ଡରେ 300 କେଜି ଉଠାଇ ଭାରତ ପାଇଁ ଗର୍ବ ଆଣିଛନ୍ତି ଜେରେମି । ଏହାକୁ ମିଶାଇରେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 5ରେ ପହଞ୍ଚିଛି । ପ୍ରଥମେ ମୀରାବାଇ ଚାନୁ ଭାରତ ପାଇଁ ଆଣିଥିଲେ ସ୍ବର୍ଣ୍ଣ ପଦକ । ବର୍ତ୍ତମାନ ସୁଦ୍ଧା ଦୁଇଟି ସ୍ବର୍ଣ୍ଣ ହାତେଇଛି ଭାରତ ।

jeremy

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଡେବ୍ୟୁ ଇଭେଣ୍ଟରେ ବିଜୟୀ ହୋଇଛନ୍ତି ଜେରେମି । ପ୍ରଥମେ ସ୍ନାଚ୍‌ରେ ସେ 140 ଭାରୋତ୍ତଳନ କରିଥିଲେ । ଏହାପରେ କ୍ଲିନ୍‌ ଓ ଜର୍କରେ ସେ 160 କେଜି ଉଠାଇ ଚମ୍ପିଆନ୍‌ ହୋଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କ୍ଲିନ୍‌ ଓ ଜର୍କ ପ୍ରୟାସ ପୂର୍ବରୁ ଆହତ ହୋଇଯାଇଥିଲେ ଜେରେମି ଲାଲରିନୁଙ୍ଗା । ଏହାସତ୍ତ୍ବେ ମଧ୍ୟ ସେ 3ଟି ପ୍ରୟାସରେ ସଫଳ ହୋଇଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+