ICCର ନୂଆ ଚେୟାରମ୍ୟାନ ହୋଇପାରନ୍ତି ଜୟ ଶାହା: ଅଗଷ୍ଟ ୨୭ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ
ICCର ନୂଆ ଚେୟାରମ୍ୟାନ ହୋଇପାରନ୍ତି ଜୟ ଶାହା। ମଙ୍ଗଳବାର ଦିନ ସେ ତୃତୀୟ ଥର ପାଇଁ ଅଧ୍ୟକ୍ଷ ହେବା ଦୌଡ଼ରୁ ନିଜକୁ ବାଦ ଦେଇଥିଲେ। ଗ୍ରେଗ ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତ ନଥିବାରୁ ଏବେ ବିସିସିଆଇ ସଚିବ ଜୟ ଶାହା ଏହି ପଦବୀ ସମ୍ଭାଳିବେ ବୋଲି କୁହାଯାଉଛି। ଜୟ ଶାହାଙ୍କୁ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ କରାଯିବ ବୋଲି ଜଣାଯାଇଛି।
ମଙ୍ଗଳବାର ଇଣ୍ଟର ନ୍ୟାଶନାଲ କ୍ରିକେଟ କାଉନସିଲ ବା ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୈଠକ ହୋଇଥିଲା ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନର ଆଇସିସି ଚେୟାରମ୍ୟାନ ଗ୍ରେଗ ବାରକଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେଉଛି ଏବଂ ସେ ରେସରୁ ନିଜକୁ ଦୂରେଇ ରଖିଛନ୍ତି। ତେବେ ବାରକଲେ ତାଙ୍କ ପଦରେ ଆଉ କିଛି ମାସ ରହିବେ। ଏହି ଖବର ପରେ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହାଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ଶାହା ଏହି ପଦବୀ ପାଇଁ ନିଜର ଦାବି ଉପସ୍ଥାପନ କରିବେ କି ନାହିଁ ତାହା ଅଗଷ୍ଟ ୨୭ରେ ସ୍ପଷ୍ଟ ହୋଇଯିବ, କାରଣ ଆଇସିସି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବାର ଏହା ଶେଷ ତାରିଖ।

ଆଇସିସି ଅଧ୍ୟକ୍ଷ ତିନି ଥର ୨ବର୍ଷିଆ କାର୍ଯ୍ୟକାଳ ପାଇଁ ଯୋଗ୍ୟ ହୋଇଥାନ୍ତି ଏବଂ ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେ ଏପର୍ଯ୍ୟନ୍ତ ୨ଥର ଆଇସିସି ଅଧ୍ୟକ୍ଷ ହୋଇସାରିଛନ୍ତି। ଏବେ ତାଙ୍କୁ ତୃତୀୟ ଥର ପାଇଁ ଅଧ୍ୟକ୍ଷ ହେବାର ସୁଯୋଗ ମିଳିଥିଲେ ବି ସେ ଇଚ୍ଛୁକ ନଥିବା ସ୍ପଷ୍ଟ କରିଛନ୍ତି। ଏହା ଦ୍ବାରା ଜୟ ଶାହ ଆଗାମୀ ଅଧ୍ୟକ୍ଷ ହେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।
ଆଇସିସି ନିୟମ ଅନୁଯାୟୀ ଅଧ୍ୟକ୍ଷ ନିର୍ବାଚନରେ ୧୬ଜଣ ଭୋଟର ଥାନ୍ତି। ଦେଖିବାକୁ ଗଲେ ଶାହାଙ୍କୁ ଆଇସିସି ବୋର୍ଡର ଅନ୍ୟତମ ପ୍ରଭାବଶାଳୀ ଚେହେରା ଭାବେ ବିବେଚନା କରାଯାଏ। ଭୋଟ ଦେବାକୁ ଥିବା ୧୬ଜଣଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କ ସହ ଶାହଙ୍କ ଭଲ ସମ୍ପର୍କ ରହିଛି। ତେଣୁ ଶାହ ହିଁ ଆଇସିସିର ନୂଆ ଅଧ୍ୟକ୍ଷ ହେବେ ବୋଲି କୁହାଯାଉଛି।
ତେବେ ଯଦି ଜୟ ଶାହ ଆଇସିସିର ଅଧ୍ୟକ୍ଷ ହୁଅନ୍ତି, ସେ ଆଇସିସିର ସବୁଠୁ କନିଷ୍ଠ ଅଧ୍ୟକ୍ଷ ହେବେ। ଜଗମୋହନ ଡାଲମିଆ, ଶରଦ ପୱାର, ଏନ ଶ୍ରୀନିବାସନ ଏବଂ ଶଶାଙ୍କ ମନୋହର ପୂର୍ବରୁ ଆଇସିସିର ନେତୃତ୍ୱ ନେଇଥିଲେ।
ଆଇସିସି ଚେୟାରମ୍ୟାନଙ୍କ ପାଇଁ ନାମାଙ୍କନ ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି, କାରଣ ଏହା ଏକ ପୋଷ୍ଟ ଯାହା କ୍ରିକେଟ ଦୁନିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଏ। ଏହି ପଦ ପାଇଁ ଭାରତର ଜୟ ଶାହାଙ୍କ ନାମ ମଧ୍ୟ ଆସୁଛି।ସୂଚନାଯୋଗ୍ୟ, ଜୟ ଶାହା ବର୍ତ୍ତମାନ ବିସିସିଆଇର ସଚିବ ଏବଂ ଏସିସିର ସଭାପତି ଭାବରେ କାର୍ଯ୍ୟ କରିଛନ୍ତି। ନୂତନ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଡିସେମ୍ବର ୧, ୨୦୨୪ରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ୩ବର୍ଷ ପାଇଁ ହେବ।












Click it and Unblock the Notifications