ICCର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିପାରନ୍ତି ଜୟ ଶାହା
ବିସିସିଆଇର ସଚିବ ଜୟ ଶାହା ଆଇସିସି ଅଧ୍ୟକ୍ଷ ପଦ ଲାଗି ନିର୍ବାଚନରେ ଭାଗ ନେଇପାରନ୍ତି । ନଭେମ୍ବର ମାସରେ ଆଇସିସି ଅଧ୍ୟକ୍ଷ ପଦ ଲାଗି ନିର୍ବାଚନରେ ହେବ ।
ଯଦି ଭବିଷ୍ୟତରେ ଜୟ ଶାହା ନିର୍ବାଚନ ଲଢୁଛନ୍ତି । ତେବେ ତାଙ୍କର ବିଜୟ ଏକପ୍ରକାର ସୁନିଶ୍ଚିତ । ଏହାସହିତ ଜୟ ଶାହା ବିସିସିଆଇ ଏବଂ ଏସିସି ପଦରୁ ଇସ୍ତଫା ଦେବେ । କାହିଁକି ନା ଆଇସିସି ଅଧ୍ୟକ୍ଷ ପଦ ଏକ ସ୍ୱତନ୍ତ୍ର ।
ବିସିସିଆଇ ସଚିବ ଜୟ ଶାହା ବର୍ତ୍ତମାନ୍ ଏସିଆନ୍ କ୍ରିକେଟ୍ କାଉନସିଲ୍ (ACC)ର ଅଧ୍ୟକ୍ଷ ଅଛନ୍ତି । ଚଳିତବର୍ଷ ACCର ଏଜିଏମ୍ ବୈଠକ ଇଣ୍ଡୋନେସିଆରେ ହେବାକୁ ଯାଉଛି । ଯେଉଁଥିରେ ଜୟ ଶାହା ଆଇସିସିର ଅଧ୍ୟକ୍ଷ ପଦ ଲଢିବା ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ଯଦି ଆଲୋଚନା ସଫଳ ହୁଏ । ତେବେ ଜୟ ଶାହା ଏସିସିର ଅଧ୍ୟକ୍ଷରୁ ଇସ୍ତଫା ଦେବେ ଏବଂ ଆଗାମୀ ନଭେମ୍ବରରେ ହେବାକୁ ଥିବା ଆଇସିସିର ମୁଖ୍ୟ ପଦ ଲାଗି ନାମାଙ୍କନ ଭରିବେ ।

ସୂଚନାଯୋଗ୍ୟ ଯେ, ନଭେମ୍ବର ୨୦୨୨ରେ ହୋଇଥିବା ନିର୍ବାଚନରେ ଗ୍ରେଗ୍ ଓ୍ୱାର୍କେଲ ବିଜୟୀ ହୋଇଥିଲେ । ଏହାସହିତ ଆଇସିସିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଗ୍ରେଗ୍ଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବରରେ ଶେଷ ହେଉଛି । ତେଣୁ ତାପୂର୍ବରୁ ନୂତନ ଭାବେ ନିର୍ବାଚନ ହୋଇ ନୂଆ ଅଧ୍ୟକ୍ଷ ଚୟନ କରାଯିବାର ନିୟମ ରହିଛି ।
ସେପଟେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳକୁ ୨୮ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ବିଜୟ ପରେ ଇଂଲଣ୍ଡ ସିରିଜରେ ୧-୦ ରେ ଆଗୁଆ ରହିଛି । ଏଭଳି ପରିସ୍ଥିତିରେ ଭାରତ ବଡ଼ ବ୍ୟବଧାନରେ ଦ୍ୱିତୀୟ ଟେଷ୍ଟ ଜିତିବାକୁ ନଜର ରଖିବ । ଏଥିପାଇଁ ଅଧିନାୟକ ରୋହିତ ଶର୍ମା ଖେଳ ଏକାଦଶରେ ବଡ଼ ପରିବର୍ତ୍ତନ କରିପାରିବେ ।
ଦ୍ୱିତୀୟ ଟେଷ୍ଟ ପାଇଁ ଭାରତର ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସୱାଲ, ସରଫରାଜ ଖାନ, ରଜତ ପାଟିଦାର, ଶ୍ରେୟସ୍ ଆୟର, କେ.ଏସ୍ ଭରତ, ଆର ଅଶ୍ୱିନ୍, ଅକ୍ସର ପଟେଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର












Click it and Unblock the Notifications