Get Updates
Get notified of breaking news, exclusive insights, and must-see stories!

Jay Shah ICC Chairman: ଆଇସିସିର ଅଧ୍ୟକ୍ଷ ଭାବେ କାର୍ଯ୍ୟକାଳ ଆରମ୍ଭ କଲେ ଜୟ ଶାହା

ଆଇସିସି ଅଧ୍ୟକ୍ଷ ଭାବେ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ଜୟ ଶାହା । ତାଙ୍କୁ ଏବେ ୩୫ ବର୍ଷ ହୋଇଥିବା ଯୋଗୁ ସେ ସବୁଠାରୁ କମ୍‌ ବୟସର ଆଇସିସିର ଅଧ୍ୟକ୍ଷ ପାଲଟିଛନ୍ତି । ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଚାଲିଥିବା ବେଳେ ଜୟ ଶାହ ପଦଭାର ସମ୍ଭାଳିଛନ୍ତି । ଏମିତିରେ ଟୁର୍ନାମେଣ୍ଟକୁ ନେଇ ହେବାକୁ ଥିବା ନିଷ୍ପତ୍ତିରେ ଶାହାଙ୍କ ପ୍ରମୁଖ ଭୂମିକା ରହିବାକୁ ଯାଉଛି।

୨୦୧୯ରେ ବିସିସିଆଇ ସଚିବ ଦାୟିତ୍ୱ ସମ୍ଭାଳିଥିଲେ । ପ୍ରାୟ ୬ ବର୍ଷ ଯାଏ ସେ ବିସିସିଆଇରେ କାମ କରିଥିଲେ । ଏବେ ସେ ଆଇସିସି ପାଇଁ କାମ କରିବାକୁ ଯାଉଛନ୍ତି । କ୍ରମାଗତ ଦୁଇ ଥର ଆଇସିସି ଚେୟାରମ୍ୟାନ ଥିବା ଗ୍ରେଗ୍‌ ବାର୍କଲେଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି ।

ଆଇସିସି ଅଧ୍ୟକ୍ଷ ଭାବେ ଜୟ ଶାହା କହିଛନ୍ତି, ଆଇସିସି ଅଧ୍ୟକ୍ଷ ଭୂମିକା ତୁଲାଇ ମୁଁ ଗର୍ବିତ ଅନୁଭବ କରୁଛି। ଆଇସିସି ନିର୍ଦ୍ଦେଶକ ତଥା ସଦସ୍ୟ ବୋର୍ଡର ସମର୍ଥନ ଏବଂ ଆତ୍ମବିଶ୍ୱାସ ପାଇଁ ମୁଁ କୃତଜ୍ଞ। ଖେଳ ପାଇଁ ଏହା ଏକ ରୋମାଞ୍ଚକର ସମୟ, ଯେହେତୁ ଆମେ LA ୨୮ ଅଲିମ୍ପିକ ଗେମ୍ସ ପାଇଁ ପ୍ରସ୍ତୁତ ହେଉଛୁ। ବିଶ୍ୱ କ୍ରିକେଟର ପ୍ରଶଂସକଙ୍କ ପାଇଁ କ୍ରିକେଟ କୁ ଅଧିକ ଆକର୍ଷଣୀୟ କରିବା ପାଇଁ କାର୍ଯ୍ୟ କରୁଛୁ। ଏକାଧିକ ଫର୍ମାଟର ସହ-ଅସ୍ତିତ୍ୱ ଏବଂ ମହିଳାଙ୍କ ଖେଳର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାର ଆବଶ୍ୟକତା ସହିତ ଆମେ ଗୁରୁତ୍ୱପୂର୍ଣ୍ଣ ମୋଡରେ ଅଛୁ।

Jay Shah ICC Chairman

ଜୟ ଶାହା ୨୦୦୯ ମସିହାରୁ କ୍ରିକେଟ ଜଗତ ସହିତ ଜଡିତ ଅଛନ୍ତି। ୨୦୦୯ ରେ ସେ ଗୁଜରାଟ କ୍ରିକେଟ ଆସୋସିଏଶନ ସହିତ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ବିକାଶର ତଦାରଖ କରିଥିଲେ । ଏହା ପରେ ସେ ୨୦୧୯ରେ ବିସିସିଆଇରେ ଏଣ୍ଟ୍ରି କରିଥିଲେ । ଜୟ ଶାହାଙ୍କ ପୂର୍ବରୁ କେବଳ ୪ ଜଣ ଭାରତୀୟ ଆଇସିସି ସଭାପତି ଭାବରେ କାର୍ଯ୍ୟ କରିଛନ୍ତି । ତାଙ୍କ ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ୍‌ ଶ୍ରୀନିବାସନ ଏବଂ ଶଶାଙ୍କ ମନୋହର ଏହି ଦାୟିତ୍ୱ ତୁଲାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+