Get Updates
Get notified of breaking news, exclusive insights, and must-see stories!

Jay Shah: ଅଲିମ୍ପିକରେ କ୍ରିକେଟ: ଅଷ୍ଟ୍ରେଲିଆରେ ବଡ଼ ଗେମ୍‌ ପ୍ଲାନ୍‌ ଜୟ ଶାହ ..

ଆଇସିସିର ନୂତନ ଚେୟାରମ୍ୟାନ ହେବା ମାତ୍ରେ ଜୟ ଶାହା କ୍ରିକେଟକୁ ବିଶ୍ୱରେ ଏକ ନୂତନ ସ୍ଥାନ ଦେବା ଦିଗରେ ଆଗେଇଛନ୍ତି। ସେ ବ୍ରିସବେନରେ ୨୦୩୨ ଅଲିମ୍ପିକ ଆୟୋଜକ କମିଟିଙ୍କୁ ଭେଟିଛନ୍ତି। ୨୦୩୨ ଅଲିମ୍ପିକ୍ସ ଅଷ୍ଟ୍ରେଲିଆର ବ୍ରିସବେନରେ ଆୟୋଜିତ ହେବ ଏବଂ ଏହା ପୂର୍ବରୁ କ୍ରିକେଟ ମଧ୍ୟ ଏହି ଖେଳଗୁଡିକରେ ଅନ୍ତର୍ଭୁକ୍ତ ହେବ ବୋଲି ଘୋଷଣା ହୋଇସାରିଛି । କ୍ରିକେଟ ଖେଳ ଏହାର ୪ ବର୍ଷ ପୂର୍ବରୁ ଫେରି ଆସିଥିବ ଅର୍ଥାତ୍‌ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ ସାମିଲ ହୋଇ ସାରିଥିବ ।

Jay Shah

ବିସିସିଆଇର ପୂର୍ବତନ ସଚିବ ତଥା ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଜୟ ଶାହା ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ ଶେୟାର କରିଛନ୍ତି। ଏଥିରେ ବୈଠକରେ ବସିଥିବାର ଦେଖାଯାଇଛି। ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ପ୍ରତ୍ୟାବର୍ତ୍ତନରେ ଜୟ ଶାହାଙ୍କର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି ଏବଂ ସେ ଏହି ଖେଳକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ପାଇଁ ନିଶ୍ଚିତ ଭାବରେ ଚେଷ୍ଟା କରିବେ।

ଚାମ୍ପିୟନ୍ସ ଟ୍ରଫି ବିବାଦ

ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ଚାଲିଥିବା ବିବାଦର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଆୟୋଜନ କରୁଛି। ଫେବ୍ରୁଆରି ୧୯ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲେ ହେଁ ଏହାର ଆନୁଷ୍ଠାନିକ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ସେପଟେ ଏ ସଂପର୍କରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହେଉଛି ଯେ ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ପରିବର୍ତ୍ତେ ଟି-୨୦ ଫର୍ମାଟ ହୋଇପାରେ ।

ଆଇସିସି ଗାଇଡଲାଇନ ଅନୁଯାୟୀ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ୧୦୦ ଦିନ ପୂର୍ବରୁ ଘୋଷଣା ହେବା କଥା। ଯଦି ୨୦୨୫ ଫେବ୍ରୁଆରି ୧୯ରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହୁଏ, ତେବେ ୨୦୨୪ ନଭେମ୍ବର ୧୨ ତାରିଖ ସୁଦ୍ଧା କାର୍ଯ୍ୟସୂଚୀ ଘୋଷଣା ହେବା କଥା। କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଘୋଷଣା ହୋଇନାହିଁ । ପାକିସ୍ତାନ ଯିବାକୁ ଭାରତ ମନା କରିବା ପରେ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିବା ବିଳମ୍ବିତ ହୋଇଛି । ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବାକୁ ମନା କରିବା ପରେ ଏହି ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମଡେଲରେ ଆୟୋଜନ ପାଇଁ ମଧ୍ୟ ଚର୍ଚ୍ଚା ହେଉଛି । ଏହା ମାଧ୍ୟମରେ ପାକିସ୍ତାନରେ ୧୦ଟି ମ୍ୟାଚ ଓ ୟୁଏଇରେ ୫ଟି ମ୍ୟାଚ ଆୟୋଜନ ହେବ । କିନ୍ତୁ ଏପରି ମଡେଲ ଭାରତରେ ଆୟୋଜନ ହେବାକୁ ଥିବା ଭବିଷ୍ୟତ ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକ ପାଇଁ ବି ଲାଗୁ ହେଉ ବୋଲି ପାକିସ୍ତାନ ଜିଦ କରିବା ପରେ ଅଚଳାବସ୍ଥା ଲାଗି ରହିଛି । ଏବେ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ହିଁ ଜଣାପଡ଼ିବ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ କେଉଁଠି ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+