ଶାମିଙ୍କୁ ସମର୍ଥନରେ ବାହାରିଲେ ଜାଭେଦ ଅଖତାର, କହିଲେ କାହାରି କଥାରେ....

ରମଜାନର ପବିତ୍ର ମାସରେ, ମଙ୍ଗଳବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମୁକାବିଲା ହୋଇଥିଲା। ଏହି ସମୟରେ ୩୪ବର୍ଷୀୟ ଭାରତୀୟ ଖେଳାଳି ତଥା ଦ୍ରୁତ ବୋଲର ମହମ୍ମଦ ଶାମି ଏନର୍ଜି ଡ୍ରିଙ୍କ୍ ପିଉଥିବା ଦେଖାଯାଇଥିଲା। ଏହା ପରେ ଅଲ୍ ଇଣ୍ଡିଆ ମୁସଲିମ୍ ଜମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶହାବୁଦ୍ଦିନ ରଜଭି ତାଙ୍କୁ ଅପରାଧୀ ବୋଲି କହିଥିଲେ।

Javed Akhta

ଏବେ ତାଙ୍କର ଏଭଳି ବୟାନକୁ ବିରୋଧ କରି ଶାମିଙ୍କୁ ସମର୍ଥନ କରିଛନ୍ତି କବି ତଥା ଗୀତିକାର ଜାଭେଦ ଅଖତାର। ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, "ଶାମି ସାହେବ, ଦୁବାଇର କ୍ରିକେଟ ପଡ଼ିଆରେ ଡହ ଡହ ଖରାରେ ତୁମର ପାଣି ପିଇବାକୁ ନେଇ ସମସ୍ୟା ଥିବା ମୂର୍ଖମାନଙ୍କ ଉପରେ ଧ୍ୟାନ ‌ଦିଅନ୍ତୁ ନାହିଁ। ଏହା ସେମାନଙ୍କର କାମ ନୁହେଁ। ତୁମେ ସେହି ମହାନ ଭାରତୀୟ ଦଳର ଜଣେ ଏଭଳି କ୍ରିକେଟର ଯିଏ ଆମ ସମସ୍ତଙ୍କୁ ଗର୍ବିତ କରୁଛି। ତୁମକୁ ଏବଂ ଆମର ସମଗ୍ର ଦଳକୁ ମୋର ଶୁଭକାମନା।"

ଏହା ପୂର୍ବରୁ କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ, ଶାମିଙ୍କୁ ସମର୍ଥନ କରି କହିଥିଲେ ଯେ, "ଇସଲାମରେ, ରମଜାନ ସମୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ଅଛି। ଯେତେବେଳେ ଆମେ ଯାତ୍ରା କରୁ, ଆମକୁ ଉପବାସ ରଖିବାର ଆବଶ୍ୟକତା ନାହିଁ। ଏବେ ମହମ୍ମଦ ଶାମି ଯାତ୍ରା କରୁଛନ୍ତି ଏବଂ ସେ ନିଜ ଘରେ ନାହାନ୍ତି। ସେ ଏପରି ଏକ ଖେଳ ଖେଳୁଛନ୍ତି ଯେଉଁଥିରେ ତାଙ୍କୁ ବହୁତ ଶୋଷ ଲାଗିପାରେ। ଏଭଳି ସ୍ଥିତିରେ ରୋଜା ରଖିବାର କୌଣସି ଆପଶ୍ୟକତା ନାହିଁ। ଆପଣଙ୍କ କର୍ମ ଯାହା ଗୁରୁତ୍ୱପୂର୍ଣ୍ଣ। ସେ କୌଣସି ଭୁଲ୍ କରିନାହାନ୍ତି।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+