ଆଇପିଏଲ ୨୦୨୩ରୁ ଓହରିଲେ ଜସପ୍ରୀତ ବୁମରା
ଆଇପିଏଲ ୨୦୨୩ ଆରମ୍ଭ ନ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ପେସର ଜସପ୍ରୀତ ବୁମରା ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି ।

ମୁମ୍ବାଇ: ଆଇପିଏଲ ୨୦୨୩ ଆରମ୍ଭ ନ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ପେସର ଜସପ୍ରୀତ ବୁମରା ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ରିପୋର୍ଟ ମୁତାବକ ତାଙ୍କ ପିଠିରେ ଅସ୍ତ୍ରୋପଚାର ହେବ ।
ଅସ୍ତ୍ରୋପଚାର ହେଲେ ସୁସ୍ଥ ହେବାକୁ ପ୍ରାୟ ୫ରୁ ୬ ମାସ ସମୟ ଲାଗିପାରେ। ଏଭଳି ପରିସ୍ଥିତିରେ ଆଇପିଏଲ୍ ସହ ଡବ୍ଲ୍ୟୁଟିସି ଫାଇନାଲରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ନାହିଁ । ସେହିପରି ଏସିଆ କପରେ ବି ତାଙ୍କ ଅନୁପସ୍ଥିତିକୁ ଭାରତ ଅନୁଭବ କରିପାରେ । ତେବେ ଦିନିକିଆ ବିଶ୍ୱକପକୁ ଆଖି ଆଗରେ ରଖି ବିସିସିଆଇ ବୁମରାଙ୍କୁ ନେଇ କୌଣସି ପ୍ରକାରର ରିସ୍କ ଉଠାଇବାକୁ ଚାହୁଁ ନାହିଁ ।
ଦଳର ଅଧିନାୟକ ରୋହିତ ଶର୍ମା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ତାଙ୍କ ଲକ୍ଷ୍ୟ ଦିନିକିଆ ବିଶ୍ୱକପ୍ ୨୦୨୩ ଏବଂ ବିଶ୍ୱକପ୍ ରେ ଏବେ ବି ସମୟ ଅଛି, ତେଣୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ବୁମରାଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ । କିନ୍ତୁ ପ୍ରଶଂସକମାନେ ମଧ୍ୟ ବୁମରାଙ୍କୁ ଗତ ବର୍ଷଠାରୁ ପଡ଼ିଆ ଭିତରେ ଦେଖିନାହାନ୍ତି । ଏପରି ସ୍ଥିତିରେ ଯଦି ସର୍ଜରି ହୁଏ ତେବେ ଏହି ପ୍ରତୀକ୍ଷା ଆହୁରି ଲମ୍ବା ହେବାର ସମ୍ଭାବନା ଦେଖାଦେଇଛି ।
ଉଲ୍ଲେଖଥାଉ କି, ଅକ୍ଟୋବର-ନଭେମ୍ବରରେ ଭାରତରେ ଏହି ମେଗା ଇଭେଣ୍ଟ ଆୟୋଜିତ ହେବ । ଏନସିଏ ମଧ୍ୟ ବୁମରା ଉପରେ ଏ ନେଇ କଡା ନଜର ରଖିଛି । ସେ ଓହରିଯିବା ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ଲାଇନ ଅପ ଅପେକ୍ଷାକୃତ ଦୁର୍ବଳ ହୋଇ ପଡିଛି ।












Click it and Unblock the Notifications