ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ପ୍ରତ୍ୟାବର୍ତ୍ତନ କରିବେ ଜସପ୍ରୀତ ବୁମରା
: ମଜବୁତ ହେବ ଟିମ ଇଣ୍ଡିଆ । ଦଳକୁ ଫେରିବେ ବୁମରା । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ପ୍ରତ୍ୟାବର୍ତ୍ତନ କରିବେ ଜସପ୍ରୀତ ବୁମରା ।
ନୂଆଦିଲ୍ଲୀ: ମଜବୁତ ହେବ ଟିମ ଇଣ୍ଡିଆ । ଦଳକୁ ଫେରିବେ ବୁମରା । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ପ୍ରତ୍ୟାବର୍ତ୍ତନ କରିବେ ଜସପ୍ରୀତ ବୁମରା । ପିଠିରେ ସମସ୍ୟା ହେତୁ ସେ ଟି-୨୦ ବିଶ୍ବକପରୁ ବାଦ ପଡ଼ିଥିଲେ। ତେବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବୁମରାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦଳରେ ସାମିଲ କରିଛି ।

ଭାରତୀୟ ଟିମ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ୍ ଓ ଏହାପରେ ଦିନିକିଆ ସିରିଜ୍ ଖେଳିବାକୁ ଅଛି । ଆଜିଠୁ ଟି-୨୦ ସିରିଜ୍ ଆରମ୍ଭ ହୋଇଛି । ଜାନୁଆରୀ ୧୦ ତାରିଖରୁ ଦିନିକିଆ ସିରିଜ୍ ଆରମ୍ଭ ହେବ । ଏହି ତିନୋଟି ଦିନିକିଆ ଶୃଙ୍ଖଳା ୧୦, ୧୨ ଏବଂ ୧୫ ଜାନୁଆରିରେ ଖେଳାଯିବ, ଯେଉଁଥିରେ ବୁମରା ଖେଳୁଥିବାର ନଜର ଆସିବେ।
୨୯ ବର୍ଷୀୟ ବୁମରା ପିଠିରେ ଯନ୍ତ୍ରଣା କାରଣରୁ ସେପ୍ଟେମ୍ବର ମାସଠାରୁ ସେ ଦଳଠାରୁ ଦୂରରେ ରହିଥିଲେ । ତେବେ ଆହତ ଜନିତ ସମସ୍ୟା କାରଣରୁ ସେ ଟି-୨୦ ବିଶ୍ୱକପ୍ ମଧ୍ୟ ଖେଳିପାରି ନଥିଲେ । ତେବେ ବର୍ତ୍ତମାନ ସେ ଫିଟ୍ ଘୋଷିତ ହେବା ସହ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି ।
ତେବେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ପକ୍ଷରୁ ଖେଳିବାକୁ ଥିବା କ୍ରିକେଟରମାନେ ହେଲେ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଅୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଅର୍ଶଦୀପ ସିଂ।












Click it and Unblock the Notifications