ବିବାହ ପରେ ପତୀଙ୍କ ପ୍ରଥମ ଇଣ୍ଟରଭ୍ୟୁ ନେଲେ ପତ୍ନୀ ସଞ୍ଜନା: ବୁମରା କହିଲେ, କ୍ୟାମେରାକୁ ଦେଖିବି ନା ତମକୁ ?
ନୂଆ କରି ବିବାହ କରିଥିବା ଭାରତୀୟ ପେସର ଜସପ୍ରୀତ ବୁମରା ଓ ତାଙ୍କ ପତ୍ନୀ ତଥା ପ୍ରସିଦ୍ଧ କ୍ରୀଡା ଉପସ୍ଥାପକ ସଞ୍ଜାନ ଗଣେଶନଙ୍କୁ ନେଇ ଆଇସିସି ଏକ ଇଣ୍ଟରଭ୍ୟୁ ଆୟୋଜନ କରିଥିଲା । ଯାହାର "ବିହାଇଣ୍ଡ ଦ କ୍ୟାମେରା" ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ । ପ୍ରଥମ ଥର ଲାଗି ଆଇସିସି ଆୟୋଜନ କରୁଥିବା ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଓ ଫ୍ୟାନ୍ସ ସମସ୍ତ ଏକ୍ସାଇଟେଡ । ତେବେ ଟେଷ୍ଟ ଚାମ୍ପିଅନସିପର ପ୍ରଥମ ସଂସ୍କରଣକୁ ସ୍ମରଣୀୟ କରିବା ପାଇଁ ଆଇସିସି ବିଭିନ୍ନ ପ୍ରକାର ପ୍ରସ୍ତୁତି ଚଳାଇଛି । ଇତିମଧ୍ୟରେ କ୍ରିକେଟ ଓ କ୍ରିକେଟ ଉପସ୍ଥାପକଙ୍କୁ ନେଇ ଏକ ରୋମାଣ୍ଟିକ ଅନ୍ଦାଦ ଜୁଟାଇଛି ଆଇସିସି ।
ନୂଆ କରି ବିବାହ କରିଥିବା ଭାରତୀୟ ପେସର ଜସପ୍ରୀତ ବୁମରା ଓ ତାଙ୍କ ପତ୍ନୀ ତଥା ପ୍ରସିଦ୍ଧ କ୍ରୀଡା ଉପସ୍ଥାପକ ସଞ୍ଜାନ ଗଣେଶନଙ୍କୁ ନେଇ ଆଇସିସି ଏକ ଇଣ୍ଟରଭ୍ୟୁ ଆୟୋଜନ କରିଥିଲା । ଯାହାର "ବିହାଇଣ୍ଡ ଦ କ୍ୟାମେରା" ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ମଧ୍ୟ ଖୁବ ମଜାଦାର ଓ ରୋମାଣ୍ଟିକ ହୋଇଛି । ତେବେ ବିବାହ ପରେ ବୁମାର ପ୍ରଥମ ଇଣ୍ଟରଭ୍ୟୁ ନିଜ ପତ୍ନୀ ସଞ୍ଜନା ଗଣେଶନଙ୍କୁ ଦେଇଛନ୍ତି।

ତେବେ ଇଣ୍ଟରଭ୍ୟୁ ଦେବା ପାଇଁ ବୁମରା ପତ୍ନୀ ସଞ୍ଜନାଙ୍କୁ ଦେଖି ବହୁତ ଖୁସି ହୋଇଯାଇଥିଲେ। ଏହାରି ଭିତରେ ଦୁହେଁ ଲଗାତର ହସୁଥିବା ଦେଖିବାକୁ ମିଳିଛି। ଯେତେବେଳେ ସଞ୍ଜନା ବୁମ୍ରାଙ୍କୁ ସ୍ୱାଗତ କଲେ ଏବଂ କହିଲେ ଯେ ଆପଣଙ୍କୁ ଦେଖି ଭଲ ଲାଗିଲା। ଜବାବରେ ବୁମରା ମଧ୍ୟ ନିଜ ପତ୍ନୀଙ୍କୁ କହିଲେ ଯେ ମୁଁ ବି ଆପଣଙ୍କୁ ପୂର୍ବରୁ ଦେଖିଛି। ଏହା ଉପରେ ସଞ୍ଜନା କହିଲେ, ମୁଁ ଏହି ଆଖପାଖରେ ଅଛି।
.@Jaspritbumrah93 brings out his goofy side as he sits down for a candid interview with a familiar face 😉
📹: @ICC@SanjanaGanesan #OneFamily #MumbaiIndianspic.twitter.com/L5F7WojmGY
— Mumbai Indians (@mipaltan) June 17, 2021
ଯେତେବେଳେ ସଞ୍ଜନା ତାଙ୍କୁ ପଚାରିଲେ ଯେ ଆପଣ କେମିତି ଅନୁଭୂତ କରୁଛନ୍ତି। ଜବାବରେ ବୁମରା କହିଲେ ଆପଣ ଭଲଭାବେ ଜାଣନ୍ତି ଯେ ମୁଁ କିପରି ଅନୁଭୂତ କରୁଛି। ଏହା ପରେ ସଞ୍ଜନା ତାଙ୍କୁ କ'ଣ ପ୍ରଶ୍ନ କରିବେ ସେ କଥା କହୁଛନ୍ତି। ଏହା ପରେ ବୁମରା ମଜାକିଆ ଢଙ୍ଗରେ ନିଜ ପତ୍ନୀଙ୍କୁ ପଚାରୁଛନ୍ତି ଯେ ମୁଁ କ୍ୟାମେରାକୁ ଦେଖିବି ନା ତୁମ ଆଡ଼କୁ ଦେଖିବି। ଯେତେବେଳେ ସଞ୍ଜନା କହିଲେ କ୍ୟାମେରାକୁ ଦେଖିବାକୁ ପଡ଼ିବ, ବୁମରା କହିଲେ ଯେ ଚେଷ୍ଟା କରିବି।
ଏହା ପରେ ଦୁହେଁ ଖୁବ୍ ହସିଲେ। ଏହି ଇଣ୍ଟରଭ୍ୟୁ ବେଳେ ବୁମରା ଲଗାତର ହସୁଥିଲେ। ଏହା ପରେ ଇଣ୍ଟରଭ୍ୟୁ ଆରମ୍ଭ ହେଲା ଏବଂ ବୁମରା ନିଜ ଇନଷ୍ଟାଗ୍ରାମରେ ଶେୟାର୍ ଫଟୋ କଥା କହିବା ଆରମ୍ଭ କଲେ। ଇନଷ୍ଟାଗ୍ରାମରେ ଶେୟାର୍ ଏହି ଫଟୋରେ ବୁମରା ନିଜ ପିଲାଦିନର ଫଟୋ କଥା କହୁଛନ୍ତି। ଏହି ଇଣ୍ଟରଭ୍ୟୁରେ ସଞ୍ଜନା ଆହୁରି ମଜାକିଆ ଫଟୋ ଦେଖାଇ ବୁମରାଙ୍କୁ ଅନେକ ପ୍ରଶ୍ନ କରିଥିଲେ। ବୁମରା ମଧ୍ୟ ଜବରଦସ୍ତ ଅନ୍ଦାଜରେ ଜବାବ ରଖିଛନ୍ତି।












Click it and Unblock the Notifications