ବଢିଲା ଚିନ୍ତା, ବିଶ୍ୱକପରୁ ବାଦ୍ ପଡିଲେ ବୁମରା

ଟି-୨୦ ବିଶ୍ବକପ୍‌ ପୁର୍ବରୁ ଭାରତୀୟ ଟିମ୍‌କୁ ଲାଗିଲା ବଡ ଝଟକା । ବିଶ୍ବକପରୁ ବାଦ ପଡ଼ିଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଫାଷ୍ଟ ବୋଲର ଜସପ୍ରୀତ ବୁମରା । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପୂର୍ବରୁ ଅଭ୍ୟାସ ବେଳେ ତାଙ୍କ ପିଠିରେ ଯନ୍ତ୍ରଣା ହୋଇଥିଲା । ଏହ

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍‌ ପୁର୍ବରୁ ଭାରତୀୟ ଟିମ୍‌କୁ ଲାଗିଲା ବଡ ଝଟକା । ବିଶ୍ବକପରୁ ବାଦ ପଡ଼ିଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଫାଷ୍ଟ ବୋଲର ଜସପ୍ରୀତ ବୁମରା । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପୂର୍ବରୁ ଅଭ୍ୟାସ ବେଳେ ତାଙ୍କ ପିଠିରେ ଯନ୍ତ୍ରଣା ହୋଇଥିଲା । ଏହା ପରେ ସେ ମ୍ୟାଚରୁ ବାଦ ପଡିଥିଲେ । ତେବେ ବର୍ତ୍ତମାନ ଏନେଇ ସ୍ପଷ୍ଟ କରାଯାଇଛି ଯେ, ଅକ୍ଟୋବର ୧୬ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ ସେ ଖେଳିବେ ନାହିଁ ।

Jasprit Bumrah

ବୁମରା ବାଦ ପଡିବା ପରେ ଭାରତୀୟ ବିଶ୍ବକପ ଦଳର ବୋଲିଂ ୟୁନିଟ ଉପରେ ଏହାର ପ୍ରଭାବ ପଡ଼ିପାରେ । ଏହାସହିତ ବୁମରାଙ୍କୁ 4ରୁ 6 ମାସ ପର୍ଯ୍ୟନ୍ତ ବିଶ୍ରାମ ଦିଆଯାଇଥିବା ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ବୁଧବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ସିରିଜ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ତେବେ ବୁମରା ଅଭ୍ୟାସ ବେଳେ ପିଠିରେ ଯନ୍ତ୍ରଣା ପରେ ମ୍ୟାଚ ଖେଳିପାରି ନଥିଲେ । ବୋର୍ଡ ପକ୍ଷରୁ ଆଘାତ ନେଇ ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ ଡାକ୍ତରୀଟିମ ତାଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖିଥିବା କୁହାଯାଉଛି ।

ଜଣେ ବିସିସିଆଇର ଅଧିକାରୀ ଏହାକୁ ନେଇ କହିଛନ୍ତି, "ବୁମ୍‌ରା ଟି-୨୦ ବିଶ୍ବକପ୍‌ ଖେଳି ପାରିବେ ନାହିଁ । ପିଠିରେ ଗଭୀର ଯନ୍ତ୍ରଣା ଥିବାରୁ ତାଙ୍କୁ ତାଙ୍କୁ ଅତିକମ୍‌ରେ ୬ ମାସର ବିଶ୍ରାମ ଆବଶ୍ୟକ ।"
ପୂର୍ବରୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହାତ ହୋଇ ଟି-୨୦ ବିଶ୍ବକପ୍‌ରୁ ବାଦ ପଡ଼ିଥିଲେ । ବର୍ତ୍ତମାନ ସର୍ଜରୀ ପରେ ରବିନ୍ଦ୍ର ଧୀରେଧୀରେ ସୁସ୍ଥ ହେଉଛନ୍ତି । ଏବେ ଜଶପ୍ରୀତ ବୁମରା ବାଦ୍‌ ପଡ଼ିବା ପରେ ଭାରତୀୟ ଦଳ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ତେବେ ତାଙ୍କ ସ୍ଥାନରେ ବର୍ତ୍ତମାନ ଭାରତୀୟ ବିଶ୍ବକପ୍‌ ଦଳରେ ମହମ୍ମଦ ସାମୀ କିମ୍ବା ମହମ୍ମଦ ସିରାଜ ସାମିଲ ହୋଇପାରନ୍ତି । ଏହାସହିତ ଦୀପକ ଚହର ମଧ୍ୟ ସାମିଲ ହେବା ନେଇ ସୂତ୍ରରୁ ପ୍ରକାଶ ପାଇଛି ।

ଅକ୍ଟୋବର ୨୩ ତାରିଖରୁ ଟି୨୦ ବିଶ୍ବକପ ୨୦୨୨ରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚ୍‌ ଭାରତ ପରମ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ଖେଳିବ । ଦ୍ବିତୀୟ ମ୍ୟାଚ୍‌ ଅକ୍ଟୋବର ୨୭ ତାରିଖରେ ରହିଥିବା ବେଳେ ନଭେମ୍ବର ୨ ତାରିଖରେ ବାଂଲାଦେଶ ବିପକ୍ଷରେ ତୃତୀୟ ମ୍ୟାଚ୍‌ ଖେଳିବ । ଏହାପରେ ଶେଷ ଲିଗ୍‌ ମ୍ୟାଚ୍‌ ଭାରତ ନଭେମ୍ବର ୬ ତାରିଖରେ ଖେଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+