Get Updates
Get notified of breaking news, exclusive insights, and must-see stories!

ଆଗାମୀ ଟି-20 ସିରିଜରେ ୱାପସି କରୁଛନ୍ତି ସ୍ପିଡ଼ ଷ୍ଟାର ଜସପ୍ରୀତ ବୁମରା, ଏଥର ଭାଙ୍ଗିବ ଷ୍ଟମ୍ପ୍

Jasprit Bumrah News: ଭାରତୀୟ ସ୍ପିଡ଼ ଷ୍ଟାର ଜସପ୍ରୀତ ବୁମରା ଏବେ ଟିମ୍ ଇଣ୍ଡିାକୁ କମ ବ୍ୟାକ୍ କରିବାକୁ ଫୁଲ୍ ପ୍ରସ୍ତୁତ ଅଛନ୍ତି । ଖବର ଅନୁଯାୟୀ, ବୁମରାଙ୍କ ଫିଟନେସ୍ ଏବେ ପ୍ରାୟ ଫେରି ସାରିଛି । ସେ ଅଗଷ୍ଟରେ ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ଦଳର ଅଂଶ ହୋଇ ପାରିନ୍ତି ବୋଲି ବିଶ୍ୱାସ କରାଯାଉଛି ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ବୁମରା ଏନସିଏରେ ଶୀଘ୍ର ରିକୋଭରି କରୁଛନ୍ତି । ଅଗଷ୍ଟରେ ଆୟର୍ଲାଣ୍ଡ ବିପକ୍ଷରେ ଆୟୋଜିତ ହେବାକୁ ଥିବା ଟି-20 ଦଳର ସେ ଏକ ଅଂଶ ହୋଇ ପାରନ୍ତି । ଯଦି ସବୁ ଠିକ୍ ହୁଏ, ତେବେ ବୁମରା ଅଗଷ୍ଟରେ ପଡ଼ିଆକୁ ଫେରିବାର ସମ୍ଭାବନା ଅଛି ।

Jasprit Bumrah

କେମିତି ଆହତ ହୋଇଥିଲେ ବୁମରା ?

ଉଲ୍ଲେଖଯୋଗ୍ୟ ଯେ, 29 ବର୍ଷୀୟ ଜସପ୍ରୀତ ବୁମରାତାଙ୍କ ପିଠିରେ ଆଘାତ ପାଇଁ ଦୀର୍ଘ 8 ମାସ ହେବ ଟିମ୍ ଇଣ୍ଡିଆରୁ ବାହାରେ ରହିଛନ୍ତି । ସେ 25 ସେପ୍ଟେମ୍ବର 2022 ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ପିଠିରେ ଆଘାତ ଲାଗିଥିବାରୁ ସେ ପଡ଼ିଆକୁ ଫେରି ରିନଥିଲେ । ଅତୀତରେ ବୁମରା ଟି-20 ୱାର୍ଲ୍ଡ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟ୍ରଫି ଫାଇନାଲ୍ ଏବଂ ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2023 ଟୁର୍ନାମେଣ୍ଟରୁ ବଞ୍ଚିତ ହୋଇଛନ୍ତି ।

କହିରଖୁ କି, ବୁମରାଙ୍କୁ ୟର୍କର କିଙ୍ଗ କୁହାଯାଏ, ସେ ତାଙ୍କ ୟର୍କର ବୋଲିଂରେ ବିରୋଧୀ ଦଳକୁ ବହୁତ ଅସୁବିଧାରେ ପକାନ୍ତି, ସେଥିପାଇଁ ହିଟମ୍ୟାନ ମଧ୍ୟ ତାଙ୍କ ବିଶ୍ୱସ୍ତ ଖେଳାଳିଙ୍କୁ ଶୀଘ୍ର ପଡ଼ିଆକୁ ଫେରିବାକୁ ଦେଖିବାକୁ ଚାହାଁନ୍ତି । ବୁମରା ଏପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ 30ଟି ଟେଷ୍ଟ, 72 ଟି ଦିନିକିଆ ଏବଂ 60 ଟି-20 ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ 128 ଟେଷ୍ଟ ୱିକେଟ୍, 121 ଦିନିକିଆ ୱିକେଟ୍ ଏବଂ 70 ଟି-20 ୱିକେଟ୍ ନେଇଛନ୍ତି । ବୁମରା ଦଳର ମୁଖ୍ୟ ଦ୍ରୁତ ବୋଲର ଭୂମିକାରେ ପ୍ରତି ଟୁର୍ଣ୍ଣମେଣ୍ଟରେ ଅବତୀର୍ଣ୍ଣ ହୋଇଥାନ୍ତି । ତେଣୁ ତାଙ୍କର ପ୍ରତ୍ୟାବର୍ତ୍ତନ ଦଳର ମନୋବଳ ବଢାଇବ ।

କେବେ ଫେରିବେ ପନ୍ତ ?

ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ କାର ଦୁର୍ଘଟଣା ପରେ ଶୀଘ୍ର ସୁସ୍ଥ ହେଉଛନ୍ତି । ଡିସେମ୍ବର 2022 ରେ ଏକ କାର ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ। ଖବର ଅନୁଯାୟୀ, ପନ୍ତ ଏତେ ଶୀଘ୍ର ସୁସ୍ଥ ହେଉଛନ୍ତି ଯେ ତାଙ୍କ ଆରୋଗ୍ୟ ଦେଖି ଏନସିଏ କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଗାମୀ ବିଶ୍ୱକପକୁ ଦୃଷ୍ଟିରେ ରଖି ପନ୍ତ ପ୍ରସ୍ତୁତ ହେଉଛନ୍ତି । ତେବେ କୁହାଯାଉଛି ଯେ ପନ୍ତ ଚଳିତ ବର୍ଷ ପଡ଼ିଆକୁ ଫେରି ପାରନ୍ତି । ନିକଟରେ ପନ୍ତ କୌଣସି ସମର୍ଥନ ବିନା ପାହାଚ ଚଢିବା ଆରମ୍ଭ କରିଛନ୍ତି ।

ଫିଜିଓ ରଜନୀକାନ୍ତଙ୍କ ଅଧୀନରେ ତାଙ୍କ ନିମ୍ନ ଏବଂ ଉପର ଶରୀରର ଗତିଶୀଳତା ବୃଦ୍ଧି କରିବାକୁ ପନ୍ତ କରୁଛନ୍ତି । ସେ ଜଣେ ଅତ୍ୟନ୍ତ ଅଭିଜ୍ଞ ଫିଜିଓ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା, ମୁରଲୀ ବିଜୟ ଏବଂ ବୁମ୍ରାଙ୍କ ଭଳି ତାରକା ଖେଳାଳିଙ୍କୁ ଅତୀତରେ ଆଘାତରୁ ମୁକ୍ତି ପାଇବାରେ ସାହାଯ୍ୟ କରିଛନ୍ତି । ଏଥି ସହିତ, ଅନ୍ୟ ଏକ ଏନସିଏ ଫିଜିଓ ତୁଲସୀ ରାମ ଯୁବରାଜ ଦୁର୍ଘଟଣା ପରେ ମୁମ୍ବାଇକୁ ଆଣିବା ଦିନଠାରୁ ପନ୍ତଙ୍କ ସହ ଅଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+