• search
For Quick Alerts
Turn On Notification  
For Daily Alerts

Jasprit Bumrah's Marriage: ସଞ୍ଜନାଙ୍କ ସାଜନ୍ ବନିଲେ ଜସି

|

Jasprit Bumrah married to Sanjana Ganesan: ବିବାହ ବନ୍ଧନରେ ବାନ୍ଧି ହେଲେ ବୁମରା । ଭାରତୀୟ ଦଳର ଏହି ଦୃତ ବୋଲରଙ୍କ ମନ ଅଟକି ଗଲା ସ୍ପୋର୍ଟ୍ସ ଆଙ୍କର୍ ସଞ୍ଜନା ଗଣେସନଙ୍କ ପାଖରେ । ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଯୋଡି । ବୁମରା ନିଜେ ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରିଛନ୍ତି ।

Jasprit Bumrahs Marriage

ଖବର ଅନୁଯାୟୀ, ଜସପ୍ରୀତ ବୁମରା ଏବଂ ସ୍ପୋର୍ଟ୍ସ ଆଙ୍କର୍ ସଞ୍ଜନା ଗଣେସନ ଗୋଆର ଏକ ଘରୋଇ ରିସର୍ଟରେ କିଛି ସମ୍ପର୍କୀୟ ତଥା ଅତି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତରେ ବିବାହ କରିଛନ୍ତି । ଜସପ୍ରୀତ ବୁମରାଙ୍କ ବିବାହ ସହ ଜଡିତ ସମସ୍ତ କାର୍ଯ୍ୟ ରବିବାର ଗୋଆରେ କରାଯାଇଥିଲା, ଯାହା ପରେ ସୋମବାର ଉଭୟଙ୍କ ବିବାହ ସମାପ୍ତ ହୋଇଥିଲା। ଜସପ୍ରୀତ ବୁମରାଙ୍କ ବିବାହ ଏକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାର୍ଯ୍ୟ ଭାବେ ହୋଇଛି । ରିପୋର୍ଟ ଅନୁଯାୟୀ ବିବାହ ତଥା ଆନୁଷଙ୍ଗିକ କାର୍ଯ୍ୟରେ ମୋବାଇଲ୍ ଫୋନ୍ ବ୍ୟବହାର ନିଷେଧ କରାଯାଇଥିଲା।

jasprit bumrah marriage

ବିବାହ ସମୟରେ କରୋନା ସହ ଜଡିତ ପ୍ରୋଟୋକଲଗୁଡିକୁ ବିଶେଷ ଭାବେ ଧ୍ୟାନ ଦିଆଯାଇ ଉଭୟଙ୍କ ପରିବାରର ମାତ୍ର 20 ଜଣ ଅନ୍ତର୍ଭୁକ୍ତ ହୋଇଥିଲେ। ଜସପ୍ରୀତ ବୁମରା ବିବାହ ପରେ ପତ୍ନୀ ସଞ୍ଜନା ଗଣେସନଙ୍କ ସହ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ଜସପ୍ରୀତ ବୁମ୍ରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ଫଟୋ ସେୟାର କରି ଲେଖିଛନ୍ତି, 'ପ୍ରେମ, ଯଦି ତୁମେ ଏହା ଯୋଗ୍ୟ ବୋଲି ଭାବୁଛ, ଏହା ତୁମକୁ ଆଗକୁ ନେଇଥାଏ। ପ୍ରେମ ଦ୍ୱାରା ଅନୁପ୍ରାଣିତ ହୋଇ ଆମେ ଏକତ୍ର ଆମ ଜୀବନର ଏକ ନୂତନ ପଥ ଆରମ୍ଭ କରୁଛୁ । ଆଜି ଆମ ଜୀବନର ସବୁଠାରୁ ଖୁସିର ଦିନ ଏବଂ ଆମେ ବିବାହର ଖବରକୁ ଆପଣଙ୍କ ସହ ବାଣ୍ଟିବାକୁ ବହୁତ ଖୁସି ଅନୁଭବ କରୁଛୁ | ଜସପ୍ରୀତ ଏବଂ ସଞ୍ଜନା। '

Jasprit Bumrahs Marriage

ଜାଣନ୍ତୁ କିଏ ସଞ୍ଜନା ଗଣେସନ:

jasprit bumrah marriage

ଆପଣଙ୍କୁ ଜଣାଇଦେଉଛୁ ଯେ 28 ବର୍ଷୀୟ ସଞ୍ଜନା ଗଣେଶନ୍ ଜଣେ କ୍ରୀଡ଼ା ଆଙ୍କର୍ । ଯିଏ ଦୀର୍ଘ ଦିନ ଧରି ଷ୍ଟାର୍ ସ୍ପୋର୍ଟସ୍ ପାଇଁ କ୍ରିକେଟ୍ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହା ସହିତ ସେ ଆଇପିଏଲ୍, ଆଇସିସି ବିଶ୍ୱକପ୍ 2019 ଏବଂ କୋଲକାତା ନାଇଟ୍ ରାଇଡର୍ସର ଆଙ୍କର୍ ମଧ୍ୟ ରହିଛନ୍ତି। ସଞ୍ଜନା ମଧ୍ୟ 2013 ରେ ଫେମିନା ଟାଇଟଲ୍ ଜିତିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Jasprit Bumrah married to Sanjana Ganesan, see beautiful photos
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X