Jasprit Bumrah: ଜଶପ୍ରୀତ ବୁମ୍ରା ପୁଣିଥରେ ବିଶ୍ୱର ୧ନଂ ଟେଷ୍ଟ ବୋଲର
ଜଶପ୍ରୀତ ବୁମ୍ରା ପୁଣିଥରେ ବିଶ୍ୱର ୧ନଂ ଟେଷ୍ଟ ବୋଲର ହୋଇଛନ୍ତି । ଆଇସିସି ପକ୍ଷରୁ ଜାରି କରାଯାଇଥିବା ଟେଷ୍ଟ ବୋଲିଂରେ ବୁମ୍ରା ଦକ୍ଷିଣ ଆଫ୍ରିକାର କାଗିସୋ ରବାଡାଙ୍କୁ ପଛକୁ ଠେଲି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଚଳିତ ବର୍ଷ ବୁମ୍ରା ଦ୍ୱିତୀୟ ଥର ପାଇଁ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଛନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ବୁମ୍ରା ରାଙ୍କିଙ୍ଗର ତୃତୀୟ ସ୍ଥାନରେ ରହିଥିଲେ । ତାଙ୍କ ଉପରେ ରବାଡା ଓ ଜୋଶ ହାଜେଲଉଡ ରହିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟରେ ଭାରତର କ୍ୟାପ୍ଟେନ୍ସି କରୁଥିବା ବୁମ୍ରାଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା।।

ଭାରତ ବିପକ୍ଷ ପର୍ଥ ଟେଷ୍ଟର ପ୍ରଥମ ଇନିଂସରେ ହାଜେଲଉଡ ୫ ୱିକେଟ ନେଇଥିଲେ ହେଁ ତୃତୀୟ ସ୍ଥାନକୁ ଖସିଛନ୍ତି । ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ଭାରତ ବିପକ୍ଷରେ ସେତେଟା ପ୍ରଭାବ ଦେଖାଇ ପାରି ନଥିଲେ । ଫଳରେ ସେ ଟପ୍ ୫ରୁ ବାଦ ପଡ଼ିଛନ୍ତି ।
ବୁମ୍ରା ଫେବୃଆରୀ ମାସରେ ପ୍ରଥମ ଥର ପାଇଁ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଦଖଲ କରିଥିଲେ। ସେ ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ୧ନଂ ସ୍ଥାନରେ ପହଞ୍ଚିବାର ରେକର୍ଡ ମଧ୍ୟ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ରାଙ୍କିଙ୍ଗରେ ଅବନୀତି ହୋଇଥିଲା।
ତେବେ ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ବୁମ୍ରା ୧୧ଟି ୱିକେଟ ନେବାରୁ ଅକ୍ଟୋବର ମାସରେ କିଛି ସପ୍ତାହ ପାଇଁ ସେ ପୁଣି ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଥିଲେ ।
ଅନ୍ୟପକ୍ଷରେ ପର୍ଥ ଟେଷ୍ଟ ନ ଖେଳି ମଧ୍ୟ ଭାରତର ଭେଟରାନ ସ୍ପିନର ରବି ଅଶ୍ୱିନ ରାଙ୍କିଙ୍ଗର ୪ର୍ଥ ସ୍ଥାନରେ ରହିଛନ୍ତି । ୫ମରେ ଶ୍ରୀଲଙ୍କାର ପ୍ରଭାତ ଜୟସୂରିୟା ରହିଥିବା ବେଳେ ୬ଷ୍ଠରେ ପାଟ କମିନ୍ସ, ୭ମରେ ରବୀନ୍ଦ୍ର ଜାଡେଜା, ୮ମରେ ନାଥନ ଲାୟନ, ୯ମରେ ପାକିସ୍ତାନର ନୋମାନ ଅଲୀ ଓ ୧୦ରେ ମ୍ୟାଟ ହେନରୀ ରହିଛନ୍ତି ।












Click it and Unblock the Notifications