Get Updates
Get notified of breaking news, exclusive insights, and must-see stories!

Jasprit Bumrah: ବର୍ଷ ଆରମ୍ଭରୁ ଇତିହାସ ରଚିଲେ ଜସପ୍ରିତ ବୁମ୍‌ରା

ବୁମ୍‌ରା ବର୍ଡର ଗାଭାସ୍କର ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଏହି ସିରିଜରେ ସର୍ବାଧିକ ୱିକେଟ ନେଇଥିବା ବୋଲର୍‌ ପାଲଟିଛନ୍ତି। କିଛି ସମୟ ପାଇଁ ଆଇସିସି ଟେଷ୍ଟ ମାନ୍ୟତାରେ ୧ ନମ୍ବର ବୋଲର ରହିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବର୍ତ୍ତମାନ ୨୦୨୫ ବର୍ଷ ପାଇଁ ପ୍ରଥମ ର଼୍ୟାଙ୍କିଂ ମଧ୍ୟ ପ୍ରକାଶ କରିଛି। ଏହି ର଼୍ୟାଙ୍କିଂରେ ଜସପ୍ରୀତ ବୁମ୍‌ରା ଇତିହାସ ରଚିଛନ୍ତି। ସେ ଏଭଳି କାରନାମା କରିଛନ୍ତି ଯାହାକି ପୂର୍ବରୁ କୌଣସି ଭାରତୀୟ ବୋଲର୍‌ କରିପାରି ନ ଥିଲେ।

ନିକଟରେ ବୁମ୍‌ରା ମେଲବର୍ନ ଟେଷ୍ଟରେ ୯ ଉଇକେଟ ନେଇଥିଲେ। ଏହି ଜବରଦସ୍ତ ପ୍ରଦର୍ଶନ ତାଙ୍କୁ ର଼୍ୟାଙ୍କିଂ ଅପଡେଟ୍‌ ରେ ୧ ନମ୍ବର ଟେଷ୍ଟ ବୋଲର୍‌ କରିବାରେ ସହାୟକ ହୋଇଛି। ବୁମ୍‌ରାଙ୍କର ୯୦୭ ରେଟିଂ ପଏଣ୍ଟ ହୋଇଛି। ଏଥିସହ ସେ ଆଇସିସି ର଼୍ୟାଙ୍କିଂ ଇତିହାସରେ ସର୍ବୋଚ୍ଚ ର଼୍ୟାଙ୍କିଂପ୍ରାପ୍ତ ଭାରତୀୟ ଟେଷ୍ଟ ବୋଲର ହୋଇଛନ୍ତି। ଏହାପୂର୍ବରୁ ଭାରତର କୌଣସି ବୋଲର ଟେଷ୍ଟ ମାନ୍ୟତାରେ ଏତେ ରେଟିଂ ପଏଣ୍ଟ ହାସଲ କରିପାରି ନ ଥିଲେ।

କହିରଖୁଛୁ, ବୁମ୍‌ରାଙ୍କ ପୂର୍ବରୁ ଆର୍‌ ଅଶ୍ୱିନ ଆଇସିସି ର଼୍ୟାଙ୍କିଂ ଇତିହାସରେ ସର୍ବାଧିକ ର଼୍ୟାଙ୍କିଂ ପାଇଥିବା ଭାରତୀୟ ଟେଷ୍ଟ ବୋଲର ଥିଲେ । ଶେଷ ର଼୍ୟାଙ୍କିଙ୍ଗରେ ବୁମ୍‌ରା ତାଙ୍କ ସମକକ୍ଷ ହୋଇଥିଲେ। ହେଲେ ଏଥର ସେ ତାଙ୍କୁ ପଛରେ ପକାଇଛନ୍ତି । ଡିସେମ୍ବର ୨୦୧୬ ରେ ଅଶ୍ୱିନ ୯୦୪ ରେଟିଂ ପଏଣ୍ଟ ହାସଲ କରିପାରିଥିଲେ । ଏବେ ସେ ଦୁନିଆର ସମସ୍ତ ବୋଲରଙ୍କ ଶ୍ରେଷ୍ଠ ମୂଲ୍ୟାୟନ ତାଲିକାରେ ଇଂଲଣ୍ଡର ଡେରେକ୍‌ ଅଣ୍ଡରଉଡ୍‌ଙ୍କ ସହ ମିଳିତ ୧୭ ତମ ସ୍ଥାନରେ ଅଛନ୍ତି ।

Jasprit Bumrah

୨୦୨୪ ବର୍ଷ ବୁମ୍‌ରାଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ଥିଲା। ସେ ହାରାହାରି ୧୩.୭୬ ରେ ୨୧ଟି ଆନ୍ତର୍ଜାତୀୟ ମ୍ୟାଚରେ ୮୬ ଉଇକେଟ ନେଇଥିଲେ। ଯେଉଁଥିରେ ସେ ପାଞ୍ଚ ଥର ୫ ଉଇକେଟ ନେବାର ସଫଳତା ହାସଲ କରିଛନ୍ତି। ଏଥି ସହିତ ସେ ୧୩ ଟେଷ୍ଟ ମ୍ୟାଚରେ ୭୧ ଉଇକେଟ ନେଇଥିଲେ। ଅନ୍ୟପକ୍ଷରେ, ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ ରେ ସେ ଏପର୍ଯ୍ୟନ୍ତ ୪ ଟି ମ୍ୟାଚରେ ୩୦ ଉଇକେଟ ନେଇଛନ୍ତି। ଏହି ତାଲିକାରେ ଅନ୍ୟ କୌଣସି ବୋଲର୍‌ ବୁମ୍‌ରାଙ୍କ ନିକଟତର ହୋଇନାହାନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+