Jasprit Bumrah Champions Trophy: ଚାମ୍ପିଅନ୍ସ ଟ୍ରଫି ଖେଳିବା ନେଇ ବୁମ୍ରାଙ୍କ ନିଷ୍ପତ୍ତି ଆଜି
Jasprit Bumrah: ଗତ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ରେ ଆହତ ହୋଇଥିବା ଭାରତୀୟ ଦ୍ରୁତ ବୋଲର ଯଶ୍ପ୍ରୀତ ବୁମ୍ରାଙ୍କ ଚାମ୍ପିଅନ୍ସ ଟ୍ରଫି ଖେଳିବା ନେଇ ଆଶଙ୍କା ଦେଖାଯାଇଛି । ୧୯ ତାରିଖରୁ ପାକିସ୍ତାନ ଓ ଦୁବାଇରେ ଖେଳାଯିବାକୁ ଥିବା ଏହି ୮ ଦଳୀୟ ପ୍ରତିଯୋଗିତା ଲାଗି ଚୂଡ଼ାନ୍ତ ଦଳ ଘୋଷଣା ଲାଗି ମଙ୍ଗଳବାରକୁ ଧାର୍ଯ୍ୟ କରାଯାଇଛି ।
ଏହି ଦିନ ବୁମ୍ରାଙ୍କ ଉପରେ ନିଷ୍ପତ୍ତି ନିଆଯାଇ ଭାରତୀୟ ଦଳ ଘୋଷଣା କରିବାକୁ ବିସିସିଆଇ ଚିନ୍ତା କରିଛି । କିଛି ଦିନ ତଳେ ବୁମ୍ରାଙ୍କ ସ୍କାନ୍ ଶେଷ ହେବାପରେ ବେଙ୍ଗାଲୁରୁସ୍ଥିତ ବିସିସିଆଇର ଉତ୍କର୍ଷ କେନ୍ଦ୍ରକୁ ଫେରିଛନ୍ତି ।

ବିସିସିଆଇର ଡାକ୍ତରୀ ଦଳ ବୁମ୍ରାଙ୍କ ଫିଟନେସ୍ ସମ୍ପର୍କରେ ଚୟନକର୍ତ୍ତା ଓ ଦଳୀୟ ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛି। ବୁମ୍ରା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଯଦି ଚୟନକର୍ତ୍ତା ଅନୁଭବ କରିବେ ତେବେ ଚୂଡ଼ାନ୍ତ ଦଳରେ ତାଙ୍କୁ ସାମିଲ କରିବେ। ଗତ ମାସ ୧୮ ତାରିଖରେ ଚାମ୍ପିଅନ୍ସ ଟ୍ରଫି ଲାଗି ଘୋଷିତ ୧୫ ଜଣିଆ ଭାରତୀୟ ଦଳରେ ବୁମ୍ରା ସ୍ଥାନ ପାଇଥିଲେ । କିନ୍ତୁ ଏହାପରେ ଭାରତ-ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଦଳରେ ସାମିଲ ହୋଇ ନଥିଲେ ।
କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୪ ଉଇକେଟରେ ବିଜୟୀ ହୋଇ ସିରିଜ କବ୍ଜା କରିଛି।
ସୋମବାର ଓଡ଼ିଶା ଗସ୍ତ ଶେଷ କରି ଭାରତ ଏବଂ ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ବର ଛାଡ଼ି ଅହମ୍ମଦାବାଦ ଅଭିମୁଖେ ବାହାରିଛନ୍ତି। ଉଭୟ ଦେଶର ଖେଳାଳି ହୋଟେଲରୁ ଏକ ସ୍ବତନ୍ତ୍ର ବସ୍ରେ ବାହାରି ବିମାନବନ୍ଦର ଅଭିମୁଖେ ବାହାରିଥିଲେ। ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ଉଭୟ ଦଳର ଖେଳାଳି ଅହମ୍ମଦାବାଦ ଯାଇଛନ୍ତି।












Click it and Unblock the Notifications