ଲାସିଥ ମାଲିଙ୍ଗା ରେକର୍ଡ ବ୍ରେକ୍ କଲେ ଜସପ୍ରିତ ବୁମରାହ

Jasprit Bumrah: ଜସପ୍ରିତ ବୁମରାହଙ୍କୁ ବିଶ୍ୱ କ୍ରିକେଟର ସର୍ବୋତ୍ତମ ବୋଲର ଭାବରେ ବିବେଚନା କରାଯାଏ ଏବଂ ଯାହା ପ୍ରମାଣ ସେ ଅନେକ ଥର ଦେଇଛନ୍ତି । ବୁମରାହ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସୁସ୍ଥ ହୋଇ ଫେରିବା ପରେ ସେ ଏହି ସିଜନରେ ଦଳରେ ଯୋଗ ଦେଇଥିଲେ ହେଲେ ବିଳମ୍ବରେ ।

ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ବୁମରାହ ନୂତନ ବଲ୍‌ରେ ୱିକେଟ୍ ନେଇ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଲସିଥ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିବାରେ ବୁମରାହ ସଫଳ ହୋଇଛନ୍ତି । ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି ।

Jasprit Bumrah

ଯଦି ଆମେ ମ୍ୟାଚ୍ ସଂଖ୍ୟା ଉପରେ ନଜର ପକାଇବା, ତେବେ ମାଲିଙ୍ଗା ବୁମରାହଙ୍କ ତୁଳନାରେ କମ୍ ମ୍ୟାଚ୍ ଖେଳିଥିଲେ। ମାଲିଙ୍ଗାଙ୍କ ନାମରେ ୧୭୦ଟି ୱିକେଟ ଥିଲା କିନ୍ତୁ ଏବେ ବୁମରା ୧୭୧ଟି ୱିକେଟ ସହିତ ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି। ମାଲିଙ୍ଗା ମୋଟ ୧୨୨ଟି IPL ଇନିଂସରେ ଏହି ସଫଳତା ହାସଲ କରିଛନ୍ତି, ଅନ୍ୟପକ୍ଷରେ ବୁମରାହ ଏଠାରେ ପହଞ୍ଚିବା ପାଇଁ ମୋଟ ୧୩୯ ଇନିଂସ ଖେଳିଛନ୍ତି ।

ପାୱାରପ୍ଲେରେ ଚମତ୍କାର ବୋଲିଂ କରିବା ପରେ, ବୁମରାହ ଶେଷ ଓଭରରେ ତାଙ୍କର ଦ୍ୱିତୀୟ ସ୍ପେଲ ବୋଲିଂ କରି ୩ଟି ୱିକେଟ୍ ନେଇଥିଲେ, ଯାହା ଫଳରେ ତାଙ୍କ ୱିକେଟ୍ ସଂଖ୍ୟା ୪ ରେ ପହଞ୍ଚିଥିଲା। ସେ ମଧ୍ୟ ହ୍ୟାଟ୍ରିକ୍ ବଲ୍ ଉପରେ ଥିଲେ କିନ୍ତୁ ଏହାକୁ ନେଇପାରିଲେ ନାହିଁ।

ମୁମ୍ବାଇ ଇଣ୍ଡିଆନ୍ସ ମୋଟ୍ ୨୧୬ ରନର କରିଥିଲା ଯାହା ପ୍ରତିବଦଳରେ ଲକ୍ଷ୍ନୌ ସୁପରଜାଏଣ୍ଟସ ମୋଟ ୧୬୧ ରନରେ ଅଲଆଉଟ୍ ହୋଇଯାଇଥିଲା। ବୁମରାହଙ୍କ ବ୍ୟତୀତ ବୋଲ୍ଟ ମଧ୍ୟ ଏହି ମ୍ୟାଚରେ ମୁମ୍ବାଇ ପାଇଁ ୩ ୱିକେଟ ନେଇଥିଲେ। ୧୨ ପଏଣ୍ଟ ସହିତ, ମୁମ୍ବାଇ ଇଣ୍ଡିଆନ୍ସ ଏବେ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଗୁଜରାଟ ଏକ ନମ୍ବରରେ ଅଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+