Jasprit Bumrah: ବୁମ୍ରାଙ୍କୁ କ୍ୟାରିୟରର ଶ୍ରେଷ୍ଠ ରେଟିଂ
ଯଶପ୍ରୀତ ବୁମ୍ରାଙ୍କୁ କ୍ୟାରିୟରର ଶ୍ରେଷ୍ଠ ରେଟିଂ । ଭାରତୀୟ ଟିମର ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା କ୍ୟାରିୟରର ଶ୍ରେଷ୍ଠ ରେଟିଂ ୯୦୮ ପଏଣ୍ଟ ସହ ରାଙ୍କିଙ୍ଗର ୧ନଂ ସ୍ଥାନରେ ନିଜର ସ୍ଥାନକୁ ମଜବୁତ କରିଛନ୍ତି । ବର୍ଡର-ଗାଭାସ୍କର ଟ୍ରଫିରେ ବୁମ୍ରା ଦମଦାର ପ୍ରଦର୍ଶନ କରିଥିଲେ ହେଁ ଭାରତ ୧-୩ରେ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଛି। ସେହିପରି ଦଳର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାର ସ୍ୱପ୍ନ ମଧ୍ୟ ଚୂରମାର ହୋଇଯାଇଛି।
୫ ଟେଷ୍ଟ ପୂର୍ବରୁ ବୁମ୍ରାଙ୍କ ରେଟିଂ ପଏଣ୍ଟ ୯୦୭ ରହିଥିଲା। ୫ମ ଟେଷ୍ଟର ପ୍ରଥମ ଇନିଂସରେ ସେ ୨ଟି ୱିକେଟ ନେବାରୁ ତାଙ୍କ ରେଟିଂ ୯୦୮ ପଏଣ୍ଟରେ ପହଞ୍ଚିଥିଲା। ତେବେ ଆହତ ସମସ୍ୟା ଯୋଗୁ ସେ ୫ମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବୋଲିଂ କରିପାରି ନଥିଲେ।

ବୁମ୍ରା ୧ନଂ ସ୍ଥାନରେ ସ୍ଥିର ରହିଥିବା ବେଳେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ସ୍କଟ ବୋଲାଣ୍ଡଙ୍କୁ ଐତିହାସିକ ସଫଳତା ମିଳିଛି। ସେ ଭାରତ ବିପକ୍ଷ ୫ମ ଟେଷ୍ଟରେ ୧୦ ୱିକେଟ ଦଖଲ କରିବାରୁ ଟପ୍ ୧୦ରେ ପ୍ରବେଶ କରିଛନ୍ତି। ସେ ପ୍ରଥମ ଇନିଂସରେ ୪ଟି ଓ ଦ୍ୱିତୀୟ ଇନିଂସରେ ୬ଟି ୱିକେଟ ନେଇଥିଲେ।
ବୋଲାଣ୍ଡ ଏକାଥରେ ୨୯ଟି ସ୍ଥାନ ଉପରକୁ ଉଠି ୧୦ନଂରେ ପହଞ୍ଚିଛନ୍ତି। ପାଟ କମିନ୍ସ ଦ୍ୱିତୀୟ ସ୍ଥାନକୁ ଉଠିଥିବା ବେଳେ ପାକିସ୍ତାନ ବିପକ୍ଷରେ ୬ ୱିକେଟ ନେଇଥିବା ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା ତୃତୀୟ ସ୍ଥାନ ଦଖଲ କରିଛନ୍ତି।
ଅନ୍ୟପକ୍ଷରେ ବ୍ୟାଟିଂ ରାଙ୍କିଙ୍ଗ ଦେଖିଲେ, ଭାରତର ଋଷଭ ପନ୍ତ ୩ଟି ସ୍ଥାନ ଉପରକୁ ଉଠି ୯ନଂରେ ପହଞ୍ଚିଛନ୍ତି।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications