Champions Trophy 2025 :ଦକ୍ଷିଣ ଆଫ୍ରିକାକୁ ୩୬୩ ରନର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ
ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ ବୁଧବାର ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୫୦ ଓଭରରେ ୬ ୱିକେଟ ହରାଇ ୩୬୨ ରନ୍ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୩୬୩ ରନ୍ ରହିଛି।

ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲା। ଦଳ ପକ୍ଷରୁ ୱିଲ୍ ୟଙ୍ଗ୍ ୨୧ ରନ୍ କରିଥିବାବେଳେ ରଚିନ ରବିନ୍ଦ୍ର ୧୦୮ ରନ୍ କରିଥିଲେ। ସେହିପରି କେନ୍ ୱିଲମସନ୍ ୧୦୨ ରନ୍, ଡାରେଲ ମିଚେଲ୍ ୪୯ ରନ୍, ଗ୍ଲେନ୍ ଫିଲିପ୍ ୪୯ ରନ୍, ମିଚେଲ ବ୍ରାସୱେଲ ୧୬ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନାଗିଡି ୩ଟି ୱିକେଟ ନେଇଥିବାବେଳେ କାଗିସୋ ରାବାଡ଼ା ୨ ୱିକେଟ ନେଇଥିଲେ। ସେହିପରି ୱାନ ମୁଲଡର ଗୋଟିଏ ୱିକେଟ ନେଇଥିଲେ।












Click it and Unblock the Notifications