ଟି-୨୦ ୱାଲ୍ଡକପ୍ରେ ‘କ୍ଲୋଜିଂ ସେରେମନି’ରେ ଜମିବ ଗ୍ଲୋବାଲ ଷ୍ଟାରଙ୍କ ଜଲୱା
T20 ବିଶ୍ୱକପ୍ ୨୦୨୬ର ଫାଇନାଲ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର ହେବ। ୮ ମାର୍ଚ୍ଚରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ପୂର୍ବରୁ, ଟୁର୍ଣ୍ଣାମେଣ୍ଟର କ୍ଲୋଜିଂ ସେରମନି ଅନୁଷ୍ଠିତ ହେବ। ଯେଉଁଠାରେ ଅନ୍ତର୍ଜାତୀୟ ତାରକାମାନେ ମଧ୍ୟ ପ୍ରଦର୍ଶନ କରିବେ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କ୍ଲୋଜିଂ ସେରମନିରେ ପରଫର୍ମ କରୁଥିବା କଳାକାରଙ୍କ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଅନ୍ତର୍ଜାତୀୟ ପପ୍ ଗାୟକ ରିକି ମାର୍ଟିନ ଅଛନ୍ତି।

ICC ଅପଡେଟ୍
ICC ଅପଡେଟ୍ ରେ ରିକି ମାର୍ଟିନ ସମେତ ତିନି ଜଣ ଗାୟକଙ୍କ ନାମ ସାମିଲ ଅଛି। ଅନ୍ୟ ଦୁଇଜଣ ହେଉଛନ୍ତି ଭାରତୀୟ ଗାୟକ ସୁଖବୀର ସିଂ ଏବଂ ଫାଲଗୁନି ପାଠକ। ଏନେଇ ICC ପୋଷ୍ଟରରେ କ୍ୟାପସନ ଦେଇଛି, "ମଞ୍ଚ ଆହୁରି ବଡ଼ ହେଉଛି! T20 ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ କ୍ଲୋଜିଂ ସେରମନିରେ ଗ୍ଲୋବାଲ୍ ସୁପରଷ୍ଟାର ରିକି ମାର୍ଟିନଙ୍କ ସହିତ ସଂଗୀତ କିମ୍ବଦନ୍ତୀ ସୁଖବୀର ଏବଂ ଫାଲଗୁନି ପାଠକ ଯୋଗଦେବେ! କ୍ରିକେଟର ସବୁଠାରୁ ବଡ଼ ରାତିରେ ଏହି କିମ୍ବଦନ୍ତୀ କଳାକାରମାନେ ପ୍ରଦର୍ଶନ କରିବେ, ତେଣୁ ଗ୍ଲୋବାଲ୍ ହିଟ୍ ଏବଂ ଦେଶୀ ଗୀତ ପାଇଁ ପ୍ରସ୍ତୁତ ରୁହନ୍ତୁ।"
କ୍ଲୋଜିଂ ସେରମନି ଆରମ୍ଭ ସମୟ?
ଫାଇନାଲ୍ ମ୍ୟାଚ୍ ସନ୍ଧ୍ୟା ୭ ଟା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବ। ଶେଷ ଉତ୍ସବ ସନ୍ଧ୍ୟା ୫:୩୦ ରେ ହେବ। ଯେଉଁଥିରେ ତିନି ଜଣ ଗାୟକଙ୍କ ପରଫର୍ମ କହିବ। ଉଲ୍ଲେଖନୀୟ ଯେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରିଥିଲା। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ଏକ ରୋମାଞ୍ଚକର ଥିଲା। ଏବେ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଫାଇନାଲରେ ପରସ୍ପରର ମୁହାଁମୁହିଁ ହେବେ। ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି। ଏଥର ଭାରତୀୟ ଦଳ କିପରି ପ୍ରଦର୍ଶନ କରୁଛି ତାହା ଦେଖିବା ଆକର୍ଷଣୀୟ ହେବ।












Click it and Unblock the Notifications