ଆଇସିସିର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଜୟ ଶାହା

ବିସିସିଆଇ ସମ୍ପାଦକ ଜୟ ଶାହ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ଆଇସିସି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା।

ଏହି ମର୍ଯ୍ୟାଦାଜନକ ପଦ ପାଇଁ ଜୟ ଶାହଙ୍କ ବ୍ୟତୀତ ଆଉ କେହି ବି ନାମାଙ୍କନ ଦାଖଲ କରି ନାହାନ୍ତି। ତେଣୁ ଜୟ ଶାହ ଆଇସିସିର ସ୍ୱାଧୀନ ଅଧ୍ୟକ୍ଷ ଭାବେ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଥିବା କ୍ରିକେଟର ଏହି ସର୍ବୋଚ୍ଚ ସଂସ୍ଥା ଘୋଷଣା କରିଛି।

ଆଜି ଜୟ ଶାହ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ଡିସେମ୍ବର ୧ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ବର୍ତ୍ତମାନ ଆଇସିସି ଅଧ୍ୟକ୍ଷ ଭାବେ କାମ କରୁଥିବା ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏହାପରେ ଜୟ ଶାହ ଏହି ପଦକ ସମ୍ଭାଳିବେ।

jay shah

ଆଇସିସି ଅଧ୍ୟକ୍ଷ ପଦ ରେସରେ ସାମିଲ ହେବାକୁ ଜଣେ ଆଶାୟୀଙ୍କୁ ପ୍ରୋପଜର ଓ ସେକେଣ୍ଡରର ଆବଶ୍ୟକତା ରହିଥିଲା। ଏହି କାମ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ହେଉଛନ୍ତି ଜୟ ଶାହ।

ନୂଆ ଦାୟିତ୍ୱ ପାଇଁ ନିର୍ବାଚିତ ହୋଇଥିବାରୁ ଶ୍ରୀ ଶାହ ଆଇସିସିକୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ସେ ଆଇସିସିର ସମସ୍ତ ସଦସ୍ୟଙ୍କୁ ସାଙ୍ଗରେ ନେଇ କ୍ରିକେଟକୁ ସଫଳତାର ଶୀର୍ଷରେ ପହଞ୍ଚାଇବେ ବୋଲି କହିଛନ୍ତି।

ଶାହ ମାତ୍ର ୩୫ ବର୍ଷ ବୟସରେ ଆଇସିସି ଅଧ୍ୟକ୍ଷ ହେବାର ରେକର୍ଡ କରିଛନ୍ତି। ସେ ସବୁଠାରୁ କନିଷ୍ଠ ବ୍ୟକ୍ତି ଭାବେ କ୍ରିକେଟର ସବୁଠାରୁ ବଡ଼ ସଂସ୍ଥାର ମୁଖ୍ୟ ହୋଇଛନ୍ତି। ଏହାବାଦ ଶାହ ୫ମ ଭାରତୀୟ ଭାବେ ଏହି ପଦରେ ଅଳଙ୍କୃତ କରିଛନ୍ତି। ଏହା ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ ଶ୍ରୀନିବାସନ ଓ ଶଶାଙ୍କ ମନୋହର ଆଇସିସିର ମୁଖ୍ୟ ପଦରେ ରହିଥିଲେ।

ଆଇସିସି ଅଧ୍ୟକ୍ଷ ପ୍ରତ୍ୟେକ ଦୁଇ ବର୍ଷ ଲେଖାଏ ତିନି ଟର୍ମ ପାଇଁ କାର୍ଯ୍ୟଭାର ସମ୍ଭାଳନ୍ତି। ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେ ୨୦୨୦ରେ ଆଇସିସିର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ। ୨୦୨୨ରେ ମଧ୍ୟ ପୁନର୍ବାର ତାଙ୍କୁ ଦାୟିତ୍ୱ ମିଳିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+